ଲଗାଣ ବର୍ଷା: ସ୍କୁଲରେ ଉପସ୍ଥାନ ଶୂନ

କଟକ ଅଫିସ,୭।୭- ଲଗାଣ ବର୍ଷା ଯୋଗୁ କଟକ ସହର ଜଳାର୍ଣ୍ଣବ ହୋଇଛି। ବିଶେଷକରି ଏହାର ପ୍ରଭାବ ପାଠପଢା ଉପରେ ପଡିଛି। ଶନିବାର ବର୍ଷାଯୋଗୁ ସହରର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ କମ୍‌ ରହିଥିବାବେଳେ କେତେକ ସ୍କୁଲରେ ଉପସ୍ଥାନ ସମ୍ପୂର୍ଣ୍ଣ ଶୂନ ରହିଥିବା ଦେଖିବାକୁ ମିଳିଛି। ବର୍ଷାଜଳ ରାସ୍ତା ଉପରେ ଲହଡି ମାରିବା ଯୋଗୁ ଯାତାୟତରେ ସମସ୍ୟା ଦେଖାଦେଇଛି। ସିଡିଏ ଡିଏଭି ସ୍କୁଲର ଜଣେ ବରିଷ୍ଠ ଶିକ୍ଷୟିତ୍ରୀ କହିଛନ୍ତି, ସେଠାରେ ପ୍ରାୟ ୫ହଜାର ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ଶନିବାର ବର୍ଷାଯୋଗୁ ଏହାର ଏକ ତୃତୀୟାଂଶ ଛାତ୍ରୀଛାତ୍ର ସ୍କୁଲକୁ ଆସିନାହାନ୍ତି। ସେହିପରି ସମସ୍ତ ଶିଶୁମନ୍ଦିରଗୁଡ଼ିକର ଅବସ୍ଥା ମଧ୍ୟ ଅନୁରୁପ। ତେବେ ସବୁଠାରୁ ଦୁଃଖଦାୟକ ଛବି ଦେଖିବାକୁ ମିଳିଥିଲା ପ୍ୟାରୀମୋହନ ଏକାଡେମୀ ବିଦ୍ୟାଳୟରେ। ଏଠାରେ ୬୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢୁଥିବାବେଳେ ଜଣେ ହେଲେ ବି ଶନିବାର ବିଦ୍ୟାଳୟକୁ ଆସି ନ ଥିଲେ। ବିଦ୍ୟାଳୟ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ ଏହାର ପରିସରରେ ଦୁଇଦିନ ହେଲାଣି ବର୍ଷାଜଳ ଲହଡ଼ି ମାରୁଛି। ଏଣୁ ବିଦ୍ୟାଳୟକୁ ଆସିବା ମୁସ୍କିଲ ହୋଇପଡ଼ିଛି। ଏ ନେଇ ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷକ ପରିଚୟ ଗୋପନ ରଖି କହିଛନ୍ତି, ସ୍କୁଲ ସମ୍ମୁଖରେ ବର୍ଷାଜଳ ଜମିବା ନୁଆ କଥା ନୁହେଁ। ଅନେକଥର ଏ ସମ୍ପର୍କରେ ସିଏମ୍‌ସିକୁ ଜଣାଇଛୁ। ହେଲେ କେହି ଶୁଣୁନାହାନ୍ତି। କୌଣସି ଅଭିଭାବକ ନିଜ ପିଲାଙ୍କୁ ବର୍ଷାରେ ଆଣି ସ୍କୁଲ ଛାଡ଼ିବାକୁ ରାଜି ହେଉନାହାନ୍ତି।

ରେନି-ଡେ କାହିଁକି ଘୋଷଣା କରାଯାଇନାହିଁ ବୋଲି ସାଧାରଣରେ ପ୍ରଶ୍ନ ହୋଇଥିବା ବେଳେ ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ରେନି-ଡେ’ ଘୋଷଣା ଉପରିସ୍ଥ ଅଫିସରଙ୍କ ନିର୍ଦ୍ଦେଶ। ତେବେ ବର୍ଷା ଲାଗି ରହିବ ବୋଲି ଆଶା ନ ଥିଲା। ତେଣୁ ପୂର୍ବରୁ ନିଷ୍ପତ୍ତି ହୋଇପାରିନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri