ରାଜ୍ୟ

ବଢ଼ିଲା ଖରାଛୁଟି, ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ବିଦ୍ୟାଳୟର ଖରାଛୁଟି ଅବଧିକୁ ବଢ଼ାଇଛନ୍ତି। ତଦନୁଯାୟୀ ସ୍କୁଲଗୁଡ଼ିକ ଆସନ୍ତା ୨୫ ତାରିଖ ଯାଏଁ ଛୁଟି ରହିବ ଓ ୨୬ ତାରିଖରେ ଖୋଲିବ । ଏ ନେଇ ସ୍କୁଲ ଓ…

ବାଇକ ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଧରାକୋଟ,୧୮।୬(ଡି.ଏନ.ଏ.)- ଧରାକୋଟ ଥାନା ଜାନିବିଲିଠାରେ ଜାତୀୟ ରାଜପଥ ନଂ.୫୯ରେ ମଙ୍ଗଳବାର ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜାନିବିଲି ଗ୍ରାମର ଦେବରାଜ ଗୌଡ଼ (୨୮)। ମଙ୍ଗଳବାର ଅପରାହ୍ନ ପ୍ରାୟ ଗୋଟାଏରେ ଆସିକାପଟୁ ଛତ୍ରପୁର ଅଞ୍ଚଳ ସୁନ୍ଦରପୁର ଗ୍ରାମର କାଳୁ…

ଶରଧାପୁରରେ ଅଗ୍ନିକାଣ୍ଡ, ୧୪ ବଖରା ଜଳିଗଲା

ଧରାକୋଟ,୧୮।୬(ଡି.ଏନ.ଏ.)- ଧରାକୋଟ ବ୍ଲକ ଶରଧାପୁର ଗ୍ରାମ ମଝିସାହିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ନିଆଁ ଲାଗି ୮ ପରିବାରର ୧୪ ବଖରା ପୋଡି ପାଉଁଶ ହୋଇଯାଇଛି। କ୍ଷତିଗ୍ରସ୍ତମାନେ ହେଲେ ଗ୍ରାମର କମଳ ଲୋଚନ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ହରିଶ୍ଚନ୍ଦ୍ର ପ୍ରଧାନ, ହରି…

ହେଲ୍‌ମେଟ ଚେକ୍‌ ଆଳରେ ଜୟପୁର ପୋଲିସର ଦବଙ୍ଗଗିରି: ଭିଡିଓ ଭାଇରାଲ

ଜୟପୁର, ୧୮।୬(ନି.ପ୍ର.): କୋରାପୁଟ ଜିଲା ଜୟପୁର ୨୦ ନମ୍ବର ଜାତୀୟ ରାଜପଥ ଟାଉନ ଥାନା ସମ୍ମୁଖରେ ମଙ୍ଗଳବାର ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ହେଲ୍‌ମେଟ ଚେକ ଆଳରେ ପୋଲିସ ବାଇକ୍‌ଆରୋହୀଙ୍କୁ କିପରି ନିସ୍ତୁକ ମାଡ଼ ମାରୁଛନ୍ତି ତାହା ସମ୍ମୁଖକୁ ଆସିଛି। ଏଥିରେ…

ବୁଧବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ବୁଧବାର ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପରୀକ୍ଷା ଫଳ ପ୍ରକାଶ କରାଯିବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ମଙ୍ଗଳବାର ଦକ୍ଷତା ବିକାଶ ଓ ବୈଷୟିକ…

ଅଲାରନାଥ ପୀଠରେ ଅନବସର ଦର୍ଶନ ଆରମ୍ଭ

ବ୍ରହ୍ମଗିରି,୧୮।୬(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠରେ ମଙ୍ଗଳବାରଠାରୁ ଅନବସର ଦର୍ଶନ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ୧୦୮ କଳସରେ ମହାସ୍ନାନ କରିବାପରେ ଅଣସର ପିଣ୍ଡିରେ ଗୁପ୍ତସେବା ପାଇବା ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଭୋର ୪ଟାରୁ…

ଉପବାଚସ୍ପତି ପ୍ରସ୍ତାବ ଆସିଲେ ବିଚାର କରାଯିବ: ପିନାକୀ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଉପବାଚସ୍ପତିି ପାଇଁ ପ୍ରସ୍ତାବ ଆସିଲେ ଏ ନେଇ ବିଚାର କରାଯିବ। ଲୋକ ସଭା ଉପବାଚସ୍ପତି ପଦ ନେଇ ବିଜେଡି ପକ୍ଷରୁ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି। ସେ କହିଛନ୍ତି, ଏବେ ଉପବାଚସ୍ପତି…

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ପଦବୀ ପାଇଁ ହେବାକୁ ଥିବା ଏହି ଉପନିର୍ବାଚନ ଲାଗି ପୃଥର ପୃଥକ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଜୁନ୍‌ ୨୫ ତାରିଖ…

ଖୋଲୁଛି ଏସ୍‌ଓଜି ଟ୍ରେନିଂ ସେଣ୍ଟର ଗୁମର: ଖାଇବାକୁ ଦେଲେନି, ବିଶ୍ୱଜିତ ଅସୁସ୍ଥ

ଭୁବନେଶ୍ୱର, ୧୬(ବ୍ୟୁରୋ) ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ଟ୍ରେନିଂ ନେଉଥିବା ପୋଲିସ ଅଫିସରଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଏ ସଂକ୍ରାନ୍ତରେ କମାଣ୍ଡାଣ୍ଟ୍‌ଙ୍କ ବିରୋଧରେ ଚନ୍ଦକା ଥାନାରେ ଦୁଇଟି ଅଭିଯୋଗ ହେବା ପରେ ଟ୍ରେନିଂ ସେଣ୍ଟରର ଗୁମର ପଦାରେ ପଡିଛି। ଏଥିସହ ସେଠାରେ…

ଆଜିଠୁ ପଟିଦିଅଁଙ୍କ ଦର୍ଶନ

ପୁରୀ ଅଫିସ,୧୮।୬: ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନମଣ୍ଡପରେ କରିଛନ୍ତି ସ୍ନାନ। ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହୋଇ ଚତୁର୍ଦ୍ଧାବିଗ୍ରହ ଏବେ ଅଣସର ଘରେ। ମଙ୍ଗଳବାରଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଅଣସର ବିଧି। ବିଭିନ୍ନ ଉପଚାରରେ ବିଶ୍ୱନିୟନ୍ତାଙ୍କ ସେବା…

ବିଧାୟକ ସ୍ନାନବେଦୀକୁ ଚଢ଼ିବା ନେଇ ବିବାଦ

ପୁରୀ ଅଫିସ, ୧୮।୬: ମହାପ୍ରଭୁଙ୍କୁ କୌଣସି ଭକ୍ତ ସ୍ପର୍ଶ କରିପାରିବେ ନାହିଁ କି ସାହାଣମେଲା ଦର୍ଶନ ସମୟ ବ୍ୟତୀତ ଅନ୍ୟ ସମୟରେ କୌଣସି ଦର୍ଶନାର୍ଥୀ ସ୍ନାନମଣ୍ଡପ ଉପରକୁ ଉଠିପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନଯାତ୍ରା ବ୍ୟବସ୍ଥାବଳୀରେ ଏହା ସ୍ପଷ୍ଟ କରାଯାଇଛି।…

ପରମେଶ୍ୱରଙ୍କ ପାଇଁ ପଖାଳ

ଓଡ଼ିଆଙ୍କ ଖାଦ୍ୟ ଐତିହ୍ୟର ଅନ୍ୟତମ ବିଭବ ହେଉଛି ପଖାଳ। ଏହି ପରମ୍ପରା ଯଥା ଦେହେ ତଥା ଦେବେରେ ପରିଣତ ହୋଇଥିବାର ଦେଖାଯାଏ। ଏହି ପରମ୍ପରା ଓଡ଼ିଶାର ଆପଣା ପଣିଆର ଐତିହ୍ୟ। ପରମେଶ୍ୱରଙ୍କ ଭୋଗରେ ସ୍ଥାନ ପାଇଥିବା ପଖାଳ ତା’ର ଏକ ଉଦାହରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri