ଅପହରଣ କରି ଶିକ୍ଷୟିତ୍ରୀ ଭଉଣୀଙ୍କୁ ବିବାହ କଲେ ବଡ଼ବାପା ପୁଅ: ବାପା ପ୍ରତିବାଦ କରିବାରୁ କଙ୍ଗାରୁ କୋର୍ଟରେ ଜରିମାନା

ଖୋର୍ଦ୍ଧା ଅଫିସ,୨୨ା୮: ଖୋର୍ଦ୍ଧା ଜିଲା ବାଣପୁର ଥାନାର ହରିଚନ୍ଦନପୁର। ଏଠାରେ ଭାଇ ଭଉଣୀଙ୍କୁ ବିବାହ କରିବା ଘଟଣା ଚର୍ଚ୍ଚାର କାରଣ ପାଲଟିଛି। ଶିକ୍ଷୟିତ୍ରୀ ଭଉଣୀଙ୍କୁ ଅପହରଣ କରି ବିବାହ କରିଛନ୍ତି ବିବାହିତା ବଡବାପା ପୁଅ ଭାଇ। ଭାଇ ଓ ଭଉଣୀଙ୍କ କାରନାମାକୁ ପ୍ରତିବାଦ କରିବାରୁ ଶିକ୍ଷୟିତ୍ରୀଙ୍କ ବାପ ଘରର ଲୋକେ ୩ବର୍ଷ ହେଲା ନିର୍ଯାତନା ପାଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଭାଇ ଭାଉଣୀର କାରନାମାକୁ ପ୍ରତିବାଦର ଫଳ ଗଁ।ରେ ବିଭିନ୍ନ ସମୟରେ କଙ୍ଗାରୁ କୋର୍ଟ କରାଯାଇ ଦଣ୍ଡ ଓ ଜରିମାନା କରାଯାଇଛି। ଏଭଳିସ୍ଥଳେ ବାସନ୍ଦ ପରିବାର ବୁଧବାର ଖୋର୍ଦ୍ଧା ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ନିର୍ଯାତନାରୁ ରକ୍ଷା ସହ ମାନସିକ ଶାନ୍ତି ପାଇଁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।
ଅଭିଯୋଗ ଅନୁସାରେ, ହରିଚନ୍ଦନପୁର ଗଁ।ର କପିଳେନ୍ଦ୍ର ନାୟକ ଜଣେ ଅବସରପ୍ରାପ୍ତ ଶିକ୍ଷକ। ଶିକ୍ଷକତାରୁ ଅବସର ନେଇଥିଲେ ହେଁ ଝିଅଙ୍କୁ ଶିକ୍ଷୟିତ୍ରୀ କରାଇବାରେ ସଫଳ ହୋଇଥିଲେ। ଝିଅଙ୍କୁ ୨୯ ବର୍ଷ ହୋଇଥିଲେ ମଧ୍ୟ ବିବାହ ହୋଇ ପାରୁ ନ ଥିଲା। ଝିଅଙ୍କ ବିବାହ ବଡବାପା ପୁଅ ଭାଇ ଭାଙ୍ଗି ଦେଉଥିଲେ। ଏକଥା କପିଳେନ୍ଦ୍ର ଜାଣି ପାରି ନ ଥିଲେ। ମାନସିକ ଚାପରେ ଥିବା କପିଳେନ୍ଦ୍ର ଝିଅଙ୍କ ମତାମତକ୍ରମେ ସିକୋ ଗଁ।ରେ ୨୦।୭।୧୬ରେ ବିବାହ କରିବାକୁ ସ୍ଥିର କରିଥିଲେ। ତେବେ ବିବାହ ଲାଗି ଛୁଟି ମଞ୍ଜୁର ଉଦ୍ଦେଶ୍ୟରେ ବାପ ଝିଅ ୧୬।୭।୧୬ରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ସକାଳ ୮ଟାରେ ସ୍କୁଲକୁ ଯିବାରେ ଜଣାପଡିଥିଲା ଝିଅଙ୍କୁ କେହି ଅପହରଣ କରି ନେଇଛନ୍ତି। ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ କିଛି କହି ନ ଥିଲେ। ପରେ ବାଣପୁର ଥାନାରେ ଝିଅଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗ ରଖି ଚୁପ ହୋଇ ରହିଗଲା। ତେବେ ଶିକ୍ଷୟିତ୍ରୀ ଭଉଣୀଙ୍କୁ ବଡବାପା ପୁଅ ଭାଇ ଅପହରଣ କରି ବିବାହ କରିଥିବା ଜଣାପଡିଥିଲା। ଏକଥା ଜଣାପଡିବା ପରେ ଗଁ।ରେ କଙ୍ଗାରୁ କୋର୍ଟ ବସି କପିଳେନ୍ଦ୍ର ପରିବାରକୁ ୧ ଲକ୍ଷ ଟଙ୍କା ଜରିମାନା ସହ ବାସନ୍ଦ କରିଦେଲେ। ଭୁଲ ଥିଲା ଭଉଣୀ ସହ ଭାଇର ବିବାହକୁ ପ୍ରତିବାଦ କରିବା। ପରେ ଝିଅ ୧୮।୧୦।୨୦୧୬ରେ କାର୍ଯ୍ୟରେ ଯୋଗ ଦେଲେ। ହେଲେ ଝିଅ ଅପହରଣକାରୀଙ୍କ ସପକ୍ଷରେ ରହିଲେ। ଝିଅ ଅପହରଣ, ସ୍କୁଲରେ ଯୋଗ ଦେବା ଓ କଙ୍ଗାରୁ କୋର୍ଟ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ କେବଳ ଚୁକ୍ତିନାମା ଲେଖାଇ ଆଉ ବାସନ୍ଦ ନ କରିବାକୁ ପୋଲିସ ପରାମର୍ଶ ଦେଇଥିଲେ। ହେଲେ ପୋଲିସର ଚୁକ୍ତିନାମାକୁ ଶୀତଳଭଣ୍ଡାରକୁ ଫୋପାଡି ପୁଣି ବାସନ୍ଦ କରାଯାଇଛି। ଗଁ। ଦାଣ୍ଡରେ ଗଲେ ଚୁଗୁଲି, ଅଶ୍ଳୀଳ ଗାଳିଗୁଲଜ, ମାରପିଟ୍‌ କରାଯାଉଛି। କବାଟ ଭାଙ୍ଗି ଘରେ ପଶି ସାନପୁଅଙ୍କୁ ଉଠାଇ ନେଇ ମାରପିଟ୍‌ କରାଗଲା। ଘର ଆଗରେ ବାଡ, ପ୍ରାଚୀର କରିଦେଲେ। ଦାଣ୍ଡକୁ ଯାଉଥିବା ଅଗଣା ପାଣିର ନାଳ ମୁହଁରେ ସିମେଣ୍ଟ କଂକ୍ରିଟ କରି ବନ୍ଦ କରିଦେଲେ। ପୁଅ କରିଥିବା ଗ୍ରାହକ ସେବା କେନ୍ଦ୍ର ଭଙ୍ଗାରୁଜା କଲେ। ଗୁଳି କରି ଘର ପୋଡିଦେବୁ ଧମକ ମିଳୁଛି। ପୋଲିସ ଝିଅ ଅପହରଣ ପରେ ବିବାହ ସମୟରେ ସାବାଳକ ହୋଇଥିବାରୁ କୌଣସି ମାମଲା ରୁଜୁ କରି ନ ଥିଲା। ପରେ ଅଭିଯୋଗ ମୁତାବକ ପୋଲିସ ଦଫା ୧୦୭ରେ ନଂ. ୭୪/୧୯ରେ, ଦଫା ୩୪୧, ୨୯୪, ୩୨୩, ୩୭୯, ୪୨୭, ୪୪୮, ୫୦୬, ୩୪ ଆଇପିସି, ୨୭ ଆମର୍‌ସ ଆକ୍ଟରେ ୨୨୦/୧୯ରେ ମାମଲା ରୁଜୁ କରି ଚୁପ ହୋଇ ବସି ରହିଛି। ସେପଟେ ଗୋଟିଏ ପରେ ଗୋଟିଏ ମିଥ୍ୟା କେଶ ପାଇଁ ଅଭିଯୋଗ ଚାଲିଛି। ଏବେ କୋର୍ଟରେ ମକଦ୍ଦମା କରିବାକୁ ଯୋଜନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?