ରାଜ୍ୟ

କେନ୍ଦ୍ରର ଜଳ ଜୀବନ ମିଶନକୁ ରାଜ୍ୟର ପ୍ରଶଂସା

ଭୁବନେଶ୍ୱର,୨୭।୮(ବ୍ୟୁରୋ): କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟକାରୀ କରିଥିବା ଜଳ ଜୀବନ ମିଶନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ପ୍ରଶଂସା କରିଛନ୍ତି। କିନ୍ତୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଆର୍ଥିକ ସହାୟତା…

୪ ରାଜ୍ୟରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ପରେ ଜୋର ଧରିଲା ବିଜେପୁର ଉପନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ଆସନ୍ତା ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଏନେଇ ଗତ ରବିବାର ଘୋଷଣା କରିବାପରେ ଓଡ଼ିିଶାର ବିଜେପୁର ଆସନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।…

ମାଲେସିଆ ଜାହାଜରୁ ତେଲ କଢ଼ାଯିବ: ମନ୍ତ୍ରୀ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଚିଲିକା ନିକଟରେ ଲାଗିଥିବା ମାଲେସିଆ ମାଲବାହୀ ଜାହାଜରୁ ତେଲ କଢାଯିବ। ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ପୁରୀ ଜିଲା ପ୍ରଶାସନ ଜାହାଜ ମାଲିକଙ୍କ…

ଫ୍ଲାଏ ଓଭରରେ ଆପ୍ରୋଚ ରୋଡ୍‌ ୬ ଇଞ୍ଚ ଦବିଯିବା ଘଟଣା: ଠିକା ସଂସ୍ଥା କଲା ମରାମତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ହାଇଟେକ ଛକ ନିକଟସ୍ଥ କଟକ-ପୁରୀ ବାଇପାସ୍‌ ପ୍ଲାଏ ଓଭରବ୍ରିଜ୍‌ର ଆପ୍ରୋଚ୍‌ ରୋଡ୍‌ ରବିବାର ୬ଇଞ୍ଚ ଦବି ଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୋମବାର ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ସେହି ସ୍ଥାନକୁ ମରାମତି…

‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ୍‌-୨ରେ ପ୍ରକୃତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଗୋଟିକ ପରେ ଗୋଟିଏ ସଫଳତାର ପାହାଚ ଚଢୁଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ଜାତୀୟ ଟେଲିଭିଜନ ଚ୍ୟାନେଲ ଏମ୍‌ ଟିଭିରେ ପ୍ରସାରିତ ରିୟଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ ୨ରେ ପ୍ରଥମ…

ସଭାପତି ପଦରେ ରହିଲେ ନିରଞ୍ଜନ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଓଡ଼ିଶା କଂଗ୍ରେସକୁ ସଜାଡିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତା ପ୍ରକଟ କରିଛନ୍ତି। ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ଗଠନ କରାଯାଇଥିବା ସମସ୍ତ କମିଟିକୁ ଭାଙ୍ଗି…

ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ:ଅଣକୃଷି ଅର୍ଥନୈତିକ କାର୍ଯ୍ୟକଳାପ ଜାଣିବାକୁ ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ସୋମବାରଠାରୁ ଆରମ୍ଭ କରାଯାଇଛି। ଲୋକସେବା ଭବନଠାରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏହି ଗଣନାର ଶୁଭାରମ୍ଭ କରିଛନ୍ତି। ଏହାସହ ଅର୍ଥନୈତିକ ଗଣନା ନିମନ୍ତେ ସ୍ବତନ୍ତ୍ର ଭାବେ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ ଲୋକାର୍ପିତ ହୋଇଛି।…

ଆସୁଛି ୨ଟି ଲଘୁଚାପ:୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହିତ ଆସନ୍ତା ୨ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ତେବେ ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ…

ଲଲାଟ ଇନ୍ଦୁ ପରିଜାଙ୍କ ଦେହାନ୍ତ

ଭୁବନେଶ୍ୱର, ୨୭।୮(ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଲଲାଟ ଇନ୍ଦୁ ପରିଜାଙ୍କର ସୋମବାର କଟକସ୍ଥିତ ଏକ ଘରୋଇ ନର୍ସିଂହୋମରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ପରିଜା ତାଙ୍କ କାର୍ଯ୍ୟକାଳ ମଧ୍ୟରେ…

ତଦନ୍ତ ଆଳରେ ରାଜକୋଷ ବରବାଦ: ୨୦ ବର୍ଷରେ ୨୭ ତଦନ୍ତ କମିଶନ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଘଟୁଥିବା ଗୁଳିକାଣ୍ଡ, ହତ୍ୟା, ବଳାତ୍କାର, ମଦ ମୃତ୍ୟୁ, ପୋଲିସ ନିର୍ଯାତନା, ସାମ୍ପ୍ରଦାୟିକ ହିଂସା ଆଦି ବିଭିନ୍ନ ସତ୍ୟାସତ୍ୟ ଜାଣିବା ଘଟଣା ପାଇଁ ରାଜ୍ୟ ସରକାର ବସାଉଛନ୍ତି ତଦନ୍ତ କମିଶନ। ବର୍ଷ ପରେ ବର୍ଷ ଗଡ଼ି ଚାଲିଛି। ଶେଷ ହେଉନି…

ଦାୟିତ୍ୱ ଗ୍ରହଣ କଲେ ଅଗ୍ନିଶମ, ହୋମ୍‌ଗାର୍ଡ ଆଇଜି ଅସିତ୍‌ ପାଣିଗ୍ରାହୀ

କଟକ ଅଫିସ, ୨୭।୮: ଅଗ୍ନିଶମ ଓ ହୋମ୍‌ଗାର୍ଡ ନୁତନ ଆଇଜି ଭାବେ ଅସିତ୍‌ ପାଣିଗ୍ରାହୀ ସୋମବାର ଅଗ୍ନିଶମ ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦବୀରେ କାର୍ଯ୍ୟରତ ଥିବା ରାଜେଶ କୁମାର ତାଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର…

ରବୀନ୍ଦ୍ରମଣ୍ଡପ-ବିମାନବନ୍ଦର ରାସ୍ତା ହେଲା ନୋ ଓଭରଟେକିଂ ଜୋନ୍‌: ଉଲ୍ଲଂଘନକାରୀଙ୍କୁ ଧରାଇବ ଡ୍ରୋନ୍‌

ଭୁବନେଶ୍ୱର, ୨୭।୮(ବ୍ୟୁରୋ):ରାଜଧାନୀରେ ବେପରୁଆ ଗାଡ଼ି ଚାଳକମାନେ ସାବାଡ଼ ହେବେ। ସାପ ଗଲା ଭଳି ଗାଡି ଚଲାଇ ଓଭରଟେକିଂ କରୁଥିଲେ ଚାଳକଙ୍କୁ ଧରିବ ଡ୍ରୋନ୍‍ କ୍ୟାମେରା। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ରବୀନ୍ଦ୍ରମଣ୍ଡପ ଛକରୁ ବିମାନବନ୍ଦର ରାସ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?