ରାଜ୍ୟ

ଭଙ୍ଗା ହେଉଛି ଏମାର ମଠ: କୋଠିଘର ଭଙ୍ଗାଯିବା ବେଳେ ବାହାରିଲେ ଶହ ଶହ ସଂଖ୍ୟାରେ ଚେମିଣି, ସରୀସୃପ ଥିବା ଆଶଙ୍କା

ପୁରୀ ଅଫିସ,୨୯।୮: ଲଙ୍ଗୁଳୀ ମଠ ଭଙ୍ଗା ଯିବା ପରେ ଏବେ ଏମାର ମଠକୁ ଭାଙ୍ଗିଛି ପ୍ରଶାସନ। ବିପଦ ସଙ୍କୁଳ ଦର୍ଶାଇ ବୁଧବାର ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଗୁରୁବାର ମଠର କୋଠିଘର ଭଙ୍ଗାଯିବା ପରେ ଏହାକୁ ନେଇ…

ବିବାହର ୭ ମାସ ନ ପୂରୁଣୁ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ତିର୍ତ୍ତୋଲ,୨୯।୮(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମରେ ଗୁରୁବାର ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରାଜକିଶୋର ବେହେରାଙ୍କ ସ୍ତ୍ରୀ ଚିନ୍ମୟୀ। ଘର ନିକଟରେ ଥିବା ଏକ ପୋଖରୀରୁ ତାଙ୍କ ମୃତଦେହ ପୋଲିସ ଜବତ…

ତିହିଡ଼ିରେ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ଦାବି: ଓକିଲ ସଂଘର ଧାରଣା

ତିହିଡି,୨୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହଡ଼ି ଓକିଲ ସଂଘ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ତିହିଡ଼ି ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯାଇଛି। ତିହିଡିରେ ସିଭିଲ୍‌ ଜଜ୍‌ ଜୁନିୟର ଡିଭିଜନ(ଜେଏମ୍‌ଏଫ୍‌ସି) କୋର୍ଟ ପ୍ରତିଷ୍ଠା ଦାବିରେ ଏହି ପଦକ୍ଷେପ ନିିଆଯାଇଛି। ସଂଘର ସଭାପତି ସୂର୍ଯ୍ୟ ମିଶ୍ର,…

ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଜଗା-କାଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ। ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା ହେବା ପରେ ଏଯାବତ ଦିଲ୍ଲୀ ଏମ୍ସରେ ଉଭୟ ଚିକିତ୍ସାଧୀନ ଥିବା ବେଳେ ଏବେ କଟକ ଏସ୍‌ସିବିରେ ତାଙ୍କ ଚିକିତ୍ସା କରାଯିବ। ତେବେ ସେମାନେ…

ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଟାଉନ ପୋଲିସ ଗୁରୁବାର ବାଇପାସ୍‌ ଛକ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ଦୁଇ ହାତରେ ସାଲାଇନ ଦିଆଯାଉଥିବା ଭେନ ପ୍ଲାଗ ଲାଗିଥିବାରୁ ସେ ମେଡିକାଲରୁ ପଳାଇ ଆସିଥିବା ବେଳେ ରାସ୍ତାରେ ତାଙ୍କର…

ହାଇକୋର୍ଟରେ ମହିମାଙ୍କ ଜାମିନ ସଂକ୍ରାନ୍ତ ତଥ୍ୟ ଦାଖଲ

କଟକ ଅଫିସ, ୨୯।୮: ସିୱେଜ୍‌ ଶିପିଂ ପରିଚାଳକ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ସମ୍ପର୍କିତ ତଥ୍ୟ ବୁଧବାର ହାଇକୋର୍ଟରେ ଦାଖଲ କରାଯାଇଛି। ଗତ ୧୪ ତାରିଖରେ ଅନୁଷ୍ଠିତ ଶୁଣାଣି ପରେ ବିଚାରପତି ଜଷ୍ଟିସ ଦେବବ୍ରତ…

ପଦଯାତ୍ରାରେ ପାକିସ୍ତାନ ଯିବେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୯।୮: ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଖୁବ୍‌ଶୀଘ୍ର ପାକିସ୍ତାନକୁ ପଦଯାତ୍ରା କରିବେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ। ଏ ନେଇ ବୁଧବାର ସେକ୍ଟର-୨ ସେହେନାଇ ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ମୁକ୍ତିକାନ୍ତ ଏବେ…

ବିଶୃଙ୍ଖଳିତ ସଦସ୍ୟଙ୍କ ପାଇଁ ଆସୁ ଆଇନ: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର,୨୯।୮(ବ୍ୟୁରୋ): ପାର୍ଲାମେଣ୍ଟ ତଥା ରାଜ୍ୟଗୁଡିକର ବିଧାନସଭା ଚାଲିଥିବା ସମୟରେ ଅନେକ ସଦସ୍ୟ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥାଆନ୍ତି। ଏହାଦ୍ୱାରା ଭାରତୀୟ ଗଣତନ୍ତ୍ରର ମହାନ ସଂସଦୀୟ ପରମ୍ପରା ତାହାର ଗୁରୁତ୍ୱ ହରାଇଥାଏ, ତେଣୁ ଏଭଳି ସଦସ୍ୟମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉ। ଏଥିପାଇଁ…

ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ, କୁଳସଚିବ ଓ ବିତ୍ତ ନିୟନ୍ତ୍ରକଙ୍କ ବୈଠକ: ୪୫ ଦିନରେ ପ୍ରକାଶ ପାଇବ ପରୀକ୍ଷାଫଳ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ପରୀକ୍ଷାରେ ସଂସ୍କାର ଆଣିବାକୁ ଅଣ୍ଟା ଭିଡିଛି ଉଚ୍ଚ ଶିକ୍ଷା ବିଭାଗ। ଠିକ୍‌ ସମୟରେ କୋର୍ସ ସାରିବା ସହ ପରୀକ୍ଷା ପରିଚାଳନା ଓ ଫଳ କିପରି ଶୀଘ୍ର ପ୍ରକାଶ ପାଇବ ସେଥିପାଇଁ ବିଭାଗ ତତ୍ପରତା ଦେଖାଇଛି। ଖାତା ଦେଖା ପାଇଁ…

ଜିପିଏଫ୍‌ ପାଇଁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅବସର ପରେ ନିଜର ଜିପିଏଫ୍‌ (ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ) ପ୍ରାପ୍ୟ ପାଇବାରେ ଆଉ ଅସୁବିଧା ହେବ ନାହିଁ। ଏଣିକି ଏସବୁ ଇଲେକ୍ଟ୍ରୋନିକ(ଇ)-ଅଥରିଟି ମାଧ୍ୟମରେ ସମ୍ପାଦନ ହେବ। ପ୍ରଚଳିତ ପୁରୁଣା…

ଚାଷୀଙ୍କ ସାମାଜିକ, ଅର୍ଥନୈତିକ ଉନ୍ନତି ଚିନ୍ତା: ନବରଙ୍ଗପୁର ଜିଲାରୁ ଆରମ୍ଭ ହେଲା ନୂଆ ଯୋଜନା

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସାରା ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅପେକ୍ଷାକୃତ ପଛୁଆ ଜିଲାଭାବେ ପରିଚିତ ନବରଙ୍ଗପୁରରୁ…

ସ୍କୁଲ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବାରଙ୍ଗ/ ନରାଜ, ୨୮।୮(ଡି.ଏନ୍‌.ଏ.): ବାରଙ୍ଗ ବ୍ଳକ ଶିକ୍ଷା ମଣ୍ଡଳ ଅଧୀନସ୍ଥ ପଞ୍ଚୁପାଳ ଉଚ୍ଚପ୍ରଥାମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଶିକ୍ଷା ଦାନରେ ବାଧାପ୍ରାପ୍ତ ହେଉଥିବା ପ୍ରତିବାଦରେ ବୁଧବାର ଗ୍ରାମବାସୀ ଓ ଗ୍ରାମ୍ୟ କମିଟି ପକ୍ଷରୁ ସ୍କୁଲ ଫାଟକରେ ତାଲା ପକାଇବା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?