ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ : ୪ ମାଓବାଦୀ ନିହତ
ମାଲକାନଗିରି,୬ା୭(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଧମତରି ଜିଲା ଗମେଚକା ଥାନା ଅଞ୍ଚଳରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଏସ୍ଟିଏଫ୍ ଓ ଡିଏଫ୍ ଯବାନମାନେ ପ୍ରତିଦିନ…
ନର୍ଲା ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ: ଥାନାରେ ମାମଲା ରୁଜୁ
ଭବାନୀପାଟଣା, ୬।୭ (ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଷ୍ଠମ ଶ୍ରେଣୀ ଛାତ୍ର ସଞ୍ଜିତ ନାଏକ ଗତ ୧ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ଶନିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଥୁ.ରାମପୁର ବ୍ଲକ ଲୋହରାଯୋର ଗ୍ରାମର ସଞ୍ଜିତ…
ନବବିବାହିତାଙ୍କ ଆତ୍ମହତ୍ୟା: ଯୌତୁକ ଯୋଗୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପା
ଭବାନୀପାଟଣା, ୬।୭(ଡି.ଏନ୍.ଏ.): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଢ଼ା ଗ୍ରାମର ଜନୈକା ନବବିବାହିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାବିତ୍ରୀ ରଣା। ତେବେ ସାବିତ୍ରୀଙ୍କୁ ହତ୍ୟା କରାଯାଇଥିବା ବାପା ଭାଗ୍ୟବାନ ରଣା ସଦର ଥାନାରେ ଲିଖିତ ଅଭିଯୋଗ…
ନୃଶଂସ ପୁଅଙ୍କ ଅମାନବୀୟ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟି ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ
ପାଟଣାଗଡ଼, ୬।୭ (ଡି.ଏନ୍.ଏ.): ସାମାନ୍ୟ ବଚସାକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ମାଡ଼ମାରିବା ପରେ ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ ପୁଅ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବଲାଙ୍ଗିର ଜିଲା ବେଲପଡ଼ା ଥାନା ଅନ୍ତର୍ଗତ ରାଡ଼ବାହାଲ ଗ୍ରାମରେ। ସୂଚନାନୁଯାୟୀ, ଶନିବାର ଭୋର…
ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ
ପୁରୀ ଅଫିସ, ୬।୭: ଘୋଷଯାତ୍ରା ଯାଇଁ ଏବେ ଆଡ଼ପମଣ୍ଡପରେ ମହାପ୍ରଭୁ। ନଅଦିନ ବ୍ୟାପୀ ଜନ୍ମବେଦିରେ ଅବସ୍ଥାନ କରିବେ। ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ରୁର୍କିସ୍ଥିତ ସେଣ୍ଟ୍ରାଲ ମାଇନିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ(ସିବିଆର୍ଆଇ)ର ବିଶେଷଜ୍ଞମାନେ ଏହି ଯାଞ୍ଚରେ ସାମିଲ ଅଛନ୍ତି।…
କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରିବା ଘଟଣା: ବିଧାୟକ ସରୋଜ ମେହେରଙ୍କୁ ଜାମିନ
ଭୁବନେଶ୍ୱର, ୬।୭(ବ୍ୟୁରୋ): ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରାଇବା ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି। ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ ବିଧାୟକଙ୍କୁ ଶନିବାର ଜାମିନ ପ୍ରଦାନ କରିଛନ୍ତି। ୨ ଜଣ ଜାମିନଦାର ଏବଂ…
ଆଡ଼ପ ମଣ୍ଡପରେ ଦର୍ଶନ ଦେଲେ ଦାରୁଦିଅଁ
ପୁରୀ ଅଫିସ,୬।୭: ଆଡ଼ପ ମଣ୍ଡପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ। ଶୁକ୍ରବାର ରାତିରେ ଜନ୍ମବେଦିକୁ ଧାଡ଼ି ପହଣ୍ଡିରେ ଯାତ୍ରା କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଶନିବାର ସକାଳ ୭ଟାରୁ ହଜାର ହଜାର ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିଛନ୍ତି। ବର୍ଷା…
ଘୂର୍ଣ୍ଣିବଳୟ: ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା
ଭୁବନେଶ୍ୱର, ୬ା୭(ବ୍ୟୁରୋ): ଓଡ଼ିଶା ଏବଂ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ଗଞ୍ଜାମ, ପୁରୀ,…
୨୦୨୧ ମାର୍ଚ୍ଚରେ ସରିବ ଓଡ଼ିଶା ଜନଗଣନା
ଭୁବନେଶ୍ୱର, ୬ା୭ (ବ୍ୟୁରୋ): ଓଡ଼ିଶାରେ ଜନଗଣନା ୨୦୨୧ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ…
ପ୍ରଥମ ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ
ଭୁବନେଶ୍ୱର,୬ା୭(ବ୍ୟୁରୋ): ବିଜେଡି ଶାସନର ପଞ୍ଚମ ପାଳି ଆରମ୍ଭ ହୋଇଛି। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେଉଁ ବିଭାଗ ଯୋଜନାକୁ କିଭଳି କାର୍ଯ୍ୟକାରୀ…
ଭାଜପା ଆଭିମୁଖ୍ୟ ଉପରେ ନଜର
ଭୁବନେଶ୍ୱର, ୬ା୭(ବ୍ୟୁରୋ): ଗୁରୁବାର ନିର୍ବାଚନ କମିଶନ ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ରେ ପାଟକୁରାରେ ଭୋଟ ହେବାକୁ ଥିବାବେଳେ ୨୪ରେ ହେବ ଗଣତି। ଏହି ଆସନ ହାତେଇବାକୁ ବିଜେଡି ଓ ଭାଜପା ଜୋର୍ଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି।…
ଆଜି ଗର୍ଭଗୃହ ଯାଞ୍ଚ କରିବେ ବିଶେଷଜ୍ଞ
ପୁରୀ ଅଫିସ,୬ା୭: ଘୋଷଯାତ୍ରାରେ ଯାଇ ଏବେ ଆଡ଼ପମଣ୍ଡପରେ ମହାପ୍ରଭୁ। ନଅଦିନ ବ୍ୟାପୀ ଜନ୍ମବେଦିରେ ଅବସ୍ଥାନ କରିବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯିବ। ଗର୍ଭଗୃହର ପ୍ରଥମ ଓ ଦ୍ୱିତୀୟ ମହଲା ଯାଞ୍ଚ ଲାଗି ଶୁକ୍ରବାର ଭାରା ବନ୍ଧା କାମ…
Archives


