ଆମିକସ୍‌ କ୍ୟୁରିଙ୍କୁ ୪୦ ପୃଷ୍ଠାର ପରାମର୍ଶପତ୍ର ଦେଲେ ଶଙ୍କରାଚାର୍ଯ୍ୟ 

ପୁରୀ ଅଫିସ, ୭ା୯: ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶନିବାର ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ପରମ୍ପରା, ସଂସ୍କୃତି, ପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗରେ ୪୦ ପୃଷ୍ଠାର ପରାମର୍ଶପତ୍ର ଆମିକସ୍‌ କ୍ୟୁରିଙ୍କୁ ପ୍ରଦାନ କରିଛନ୍ତି।
ଆମିକସ୍‌ କ୍ୟୁରିଙ୍କ ସହ ପ୍ରାୟ ୪୦ମିନିଟ୍‌ ଧରି ଅନୁଷ୍ଠିତ ରୁଦ୍ଧଦ୍ୱାର ଆଲୋଚନା ପରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଦି ଶଙ୍କରାଚାର୍ଯ୍ୟ ପୁନଃ ପ୍ରତିଷ୍ଠା କରିଥିଲେ। ଶ୍ରୀମନ୍ଦିର ଓ ପୁରୁଷୋତ୍ତମ କ୍ଷେତ୍ରର ପରିଚାଳନା ଦାୟିତ୍ୱ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟଙ୍କୁ ଦାୟିତ୍ୱ ଦେଇଥିଲେ। କିନ୍ତୁ ଏବେ ଏଥିରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ କରାଯାଇଛି। ସୁପ୍ରିମ୍‌କୋର୍ଟ ମଧ୍ୟ କୌଣସି ସେକୁଲାର ତନ୍ତ୍ର ଧର୍ମପୀଠ ଉପରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି। ଶ୍ରୀମନ୍ଦିରର ପରିଚାଳନା ଆଧ୍ୟାତ୍ମିକ ଓ ଧାର୍ମିକ ବିଚାରଧାରାରେ ହେବା ଉଚିତ। ଶ୍ରୀମନ୍ଦିରର ସଂସ୍କାର ଲାଗି ବି.ପି. ଦାସ କମିଶନ ପ୍ରସ୍ତୁତ କରିଥିବା ରିପୋର୍ଟରେ ଶଙ୍କରାଚାର୍ଯ୍ୟଙ୍କ ମତ ନେଇନାହାନ୍ତି। ଶ୍ରୀମନ୍ଦିରର କୌଣସି ଲିଖିତ ସମ୍ବିଧାନ ନାହିଁ। ସମ୍ବିଧାନ ବିହୀନ ମନ୍ଦିରର ବିକାଶ କଥା କିପରି ଉଠୁଛି। ସ୍କନ୍ଦ ଓ ବେଦ ପୁରାଣର ଆଚାର ସଂହିତା ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କରାଯାଉ। ଏଭଳି ଅନେକ ପ୍ରସଙ୍ଗରେ ଆମିକସ୍‌ କ୍ୟୁରିଙ୍କ ସହିତ ଆଲୋଚନା ହୋଇଛି। କିନ୍ତୁ ଗୋବର୍ଦ୍ଧନ ମଠର ଜମି ସଂକ୍ରାନ୍ତରେ କୌଣସି ପ୍ରକାର କଥା ହୋଇ ନ ଥିବା ଶଙ୍କରାଚାର୍ଯ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ପ୍ରକଳ୍ପ ଉଦ୍‌ଘାଟନକଲେ ବିଧାୟକ ରାମଚନ୍ଦ୍ର କାଡାମ

ନନ୍ଦପୁର,୧୩।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗସ୍ତରେ ଆସି ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ୫ ପ୍ରକଳ୍ପର ମଙ୍ଗଳବାର ଉଦ୍‌ଘାଟନ କରିଛନ୍ତି। ୮ ଲକ୍ଷ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା ପ୍ରଶ୍ନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୩ା୫(ସୁନିତ୍‌ ମିଶ୍ର):ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ହେବା ଘଟଣାକୁ ନେଇ ଦେଶବ୍ୟାପୀ ଛାତ୍ରୀଛାତ୍ରମାନେ ଜୋର୍‌ଦାର ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଦେଶର ୨୨ ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କ ପରିଶ୍ରମ ଏବଂ…

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅର ଅକାଳ ମୃତ୍ୟୁ: ହଠାତ୍‌ ଘଟିଲା…

ଲକ୍ଷ୍ନୌ,୧୩।୫: ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ତଥା ଅପର୍ଣ୍ଣା ଯାଦବଙ୍କ ସ୍ବାମୀ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି। ସେ ଲକ୍ଷ୍ନୌର ଏକ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ…

ବିକ୍ରି ପରିମାଣ ନେଇ ଚାଷୀ ଅସନ୍ତୋଷ: ଲଖମରା ମଣ୍ଡିକୁ ଆସିଛି ୧୨୪ ପ୍ୟାକେଟ୍‌ ଧାନ

ପଦ୍ମପୁର,୧୩ା୫(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ସୋମବାରଠାରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଖଣ୍ଡର ମୋଟ ୫୯ଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ ।…

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

୧୭ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା: ମା’ ବ୍ୟାଘ୍ରଦେବୀଙ୍କ ଆଶୀର୍ବାଦ ନେଲେ ବାଚସ୍ପତି ସୁରମା ପାଢ଼ୀ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ୧୭ ଦିନରେ ପହଞ୍ଚିଛି। ଆଉ ୮ ଦିନ ପରେ ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଆସନ୍ତା…

ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା…

ଇନଷ୍ଟାଗ୍ରାମ୍‌ରେ ଖୁଲମ୍‌ ଖୁଲା ମନର କଥା କହିଦେଲେ ତ୍ରିଶା! ବିଜୟଙ୍କୁ ନେଇ କହିଦେଲେ…

ଦକ୍ଷିଣ ଭାରତୀୟ ସିନେମା ଜଗତର ଦୁଇଟି ବଡ଼ ନାଁ ଥାଲାପଥି ବିଜୟ ଏବଂ ତ୍ରିଷା କୃଷ୍ଣନ୍। କେତେବେଳେ ସେମାନଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ତ କେତେବେଳେ ଅଫସ୍କ୍ରିନ୍ ଆଫେୟାର୍,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri