ଗାଧୋଇବାକୁ ଯାଇ ଫେରିଲେନି ମହିଳା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ
ରଣପୁର,୩୧ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ତାଳକଣି ଗ୍ରାମର ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଗାଁ ପୋଖରୀ ପାହାଚରୁ ବୁଧବାର ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ ପ୍ରଭାସିନୀ ବେହେରା(୪୨)। ସେ ଭୋର ପ୍ରାୟ ୪ଟାବେଳେ ଗାଧୋଇବାକୁ…
ରାଜ୍ୟରେ ଭାଜପା-ବିଜେଡି ସରକାର ଚାଲିଛି: ତାରା
ଭୁବନେଶ୍ୱର,୩୧।୭(ବ୍ୟୁରୋ): କେନ୍ଦ୍ର ସରକାର ମଙ୍ଗଳବାର ପାର୍ଲାମେଣ୍ଟରେ ‘ତିନି ତଲାକ୍ ବିଲ୍’ ପାସ୍ କରିଛନ୍ତି। ଏହି ବିଲ୍କୁ ସମର୍ଥନ କରିବା ପାଇଁ ବିଜେଡି ହୁଇପ୍ ଜାରି କରିଥିଲା। ଏଠାରେ ଭାଜପା-ବିଜେଡି ସରକାର ଚାଲିଛି ନା କ’ଣ ସେ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ।…
ରାଜ୍ୟକୁ କମିଲା କିରୋସିନ କୋଟା: ଅଗଷ୍ଟରୁ ମିଳିବ ୨ ଲିଟର
ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟର ୪ଟି ଜିଲା କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଅଣ-ସବ୍ସିଡି କିରୋସିନ ଯୋଗାଇ ଦିଆଯାଉଛି। ଅନ୍ୟ ଜିଲାଗୁଡ଼ିକରେ କେତେ ଅଣ-ସବ୍ସିଡି କିରୋସିନ ଦରକାର ସେନେଇ ଏକ ତାଲିକା ଦେବା ଲାଗି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟ…
୪୪୧ ସ୍କୁଲରେ ଛାତ୍ରୀ, ୧୪୮୫ ସ୍କୁଲରେ ଛାତ୍ରଙ୍କ ପାଇଁ ଶୌଚାଳୟ ନାହିଁ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ୪୪୧ଟି ବାଳିକା ବିଦ୍ୟାଳୟ ଏବଂ ୧୪୮୫ଟି ସ୍କୁଲରେ ଛାତ୍ରଙ୍କ ପାଇଁ ଶୌଚାଳୟ ନାହିଁ। ୨୦୧୭-୧୮ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୫୪,୨୯୮ଟି ସରକାରୀ ସ୍କୁଲ ମଧ୍ୟରୁ ୫୩,୭୬୩ ସ୍କୁଲରେ ବାଳିକା ଶୌଚାଳୟ ଏବଂ ୫୨,୫୨୧ ସ୍କୁଲରେ ବାଳକ ଶୌଚାଳୟ…
ଭରତପୁର କୋଇଲା ଖଣି ଦୁର୍ଘଟଣା ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ, ୩ ପ୍ରସଙ୍ଗରେ ଆଲୋଚନା
ଅନୁଗୋଳ ଅଫିସ,୩୧।୭: ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣାକୁ ନେଇ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲାପାଳଙ୍କ ସହ ଏମ୍ସିଏଲ୍ର ଉଚ୍ଚପଦସ୍ଥ ଅଧିକାରୀ, ପୋଲିସ, ତାଳଚେର ବିଧାୟକ, ପାଲଲହଡ଼ା ବିଧାୟକ,…
ମାଲକାନଗିରିରେ ବନ୍ୟା ପରିସ୍ଥିତି: କ୍ଷୟକ୍ଷତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ
କୋରୁକୋଣ୍ଡା,୩୧।୭(ଡି.ଏନ୍.ଏ.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡୀ ବୁଧବାର ମାଲକାନଗିରି ଗସ୍ତରେ ଯାଇ ବନ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଗତ ୪ ଦିନ ଧରି ଲଗାଣ ବର୍ଷାରେ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ,…
ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ଡ: ନିଆଁରେ ପୋଡ଼ି ସ୍ବାମୀସ୍ତ୍ରୀ ଗୁରୁତର
କୋରୁକୋଣ୍ଡା,୩୧।୭(ଡି.ଏନ୍.ଏ.): ମାଲକାନଗିରି ଜିଲା ଏମ୍ଭି-୪୨ ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ଗ୍ୟାସ ଲିକ୍ରୁ ନିଆଁ ଲାଗିବା ଯୋଗୁ ସ୍ବାମୀସ୍ତ୍ରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପ୍ରତାପ ମଣ୍ଡଳ ଏବଂ ସ୍ତ୍ରୀ ପାପିଆ। ସୂଚନାନୁଯାୟୀ, ସକାଳେ ପାପିଆ ରୋଷେଇ କରିବା ଲାଗି…
ଶ୍ରୀମନ୍ଦିର ସୂଚନା କେନ୍ଦ୍ର ହେବ ଯାତ୍ରୀ ସହାୟତା କେନ୍ଦ୍ର
ପୁରୀ ଅଫିସ, ୩୧ା୭: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀମନ୍ଦିର ସମେତ ପୁରୀ ସହରର ଆଖପାଖ ଏବଂ ଜିଲାର ଅନ୍ୟ କେତେକ ଦର୍ଶନୀୟସ୍ଥଳ ସମ୍ପର୍କରେ ଜାଣିବାକୁ ଚାହିଁଥାନ୍ତି। ସେମାନେ ଘରୋଇ ଟୁର୍ ଅପରେଟର…
ସତ ହେଲା ଧରିତ୍ରୀ ଆଶଙ୍କା: ୬ ଡିଏସ୍ପିଙ୍କ ବଦଳି, ଭୁବନେଶ୍ୱର ଫେରିଲେ ଅନୁପ
ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଗତ ନିର୍ବାଚନକୁ ଆଖି ଆଗରେ ରଖି ଓ ଆଇନ ସୁରକ୍ଷାକୁ ନଜର କରି ରାଜ୍ୟ ସରକାର କେତେକ ପୋଲିସ ଅଧିକାରଙ୍କୁ ଅଚାନକ ବଦଳି କରି ଦେଇଥିଲେ। ନିର୍ବାଚନ ଶେଷ ହେବା ପରେ ବଦଳିଥିବା ଅଧିକାରୀମାନେ ପୁଣି ସେହି ଅଞ୍ଚଳକୁ ଆସିବା…
ମଞ୍ଚେଶ୍ୱର ଥାନାଞ୍ଚଳ ପାଲଟିଛି ଲୁଟେରାଙ୍କ ସୁରକ୍ଷିତ ଜୋନ୍:୧୬ ଘଣ୍ଟାରେ ୩ ବଡ଼ ଲୁଟ୍, ଡକାୟତି
ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଥର ମଞ୍ଚେଶ୍ୱର ଥାନାଞ୍ଚଳରେ ଦିନ ତମାମ ଖେଳାଇଛନ୍ତି ଆତଙ୍କ। କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରି ୧୬ ଘଣ୍ଟାରେ ଘଟାଇଛନ୍ତି ୩ ବଡ଼ ଲୁଟ୍ ଓ ଡକାୟତି। ଦୁଇଟି ଘଟଣା ଭୋର୍ ସମୟରେ ଘଟିଥିବାବେଳେ ପୋଲିସ ସେପରି…
କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ପାଇଁ ମିଳୁନି ଦୃଢ଼ ପ୍ରମାଣ
କଟକ ଅଫିସ,୩୧।୭: ଗୋଟିଏ ଦିନରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣାର ସନ୍ଦିଗ୍ଧ ଅଭିଯୁକ୍ତ ଏବେ ପୋଲିସ କବ୍ଜାରେ ରହିଛନ୍ତି। ସୋମବାର ପୂର୍ବାହ୍ନରେ ସନ୍ଦିଗ୍ଧ ନାରାୟଣ ସାହୁଙ୍କୁ ପୋଲିସ ଉଠାଇ ଆଣିଥିଲା। ହେଲେ ଏଯାଏ ତାଙ୍କୁ ଗିରଫ କରିବା ପାଇଁ ଠୋସ ପ୍ରମାଣ…
କଟକରେ ପୁଣି ବ୍ୟାପିଲା ଜଣ୍ଡିସ
କଟକ ଅଫିସ, ୩୧ା୭: କଟକ ସହରରେ ପୁଣି ଜଣ୍ଡିସ ବ୍ୟାପିଛି। ୨୫ନମ୍ବର ୱାର୍ଡ ଅଧୀନ ଆଖଡ଼ାଗଳିର ଏ.ଜମାଦଙ୍କ ସମେତ କେଶରପୁର ଅଞ୍ଚଳରେ ଅନେକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୂଷିତ ପରିବେଶ, ଦୂଷିତ ପାଣି ପ୍ରଭାବରେ ଜଣ୍ଡିସ ବ୍ୟାପୁଛି। ସିଏମ୍ସି…
Archives


