ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ; ବନ୍ଦ ପାଳନ କରିବନି କଂଗ୍ରେସ: ନିରଞ୍ଜନ
ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ତଥା ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ବ୍ୟତୀତ ଅନ୍ୟ ୩ଜଣ ବିଜେଡି ନେତା ସେଠାରେ ଉପସ୍ଥିତ ଥିଲେ। ଏପରିକି ଏକ ସିମେଣ୍ଟ କମ୍ପାନୀର ଜଣେ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ…
କଟକରେ ବ୍ୟାପିଲା ଡେଙ୍ଗୁ
କଟକ ଅଫିସ,୨୨ା୧୦ – କଟକରେ ଡେଙ୍ଗୁର ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ୯ଟି ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ସେହିପରି ଗତ ଦୁଇମାସ ମଧ୍ୟରେ କାଠଗଡ଼ା ସାହି ଓ ଜଗତ୍ପୁର ଅଞ୍ଚଳରେ…
ସିମେଣ୍ଟ ଫ୍ୟାକ୍ଟ୍ରିକୁ ଶୁଖିଲା ପ୍ଲାଷ୍ଟିକ୍ ବର୍ଜ୍ୟ ବିକିବ ବିଏମ୍ସି
ଭୁବନେଶ୍ୱର, ୨୨ା୧୦:ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ପରେ ସବୁ ଠିକା ସଂସ୍ଥାକୁ ସଫେଇ କରିବା ନେଇ ତାଗିଦ୍, ଆଉ ଏବେ ଆରମ୍ଭ ହେବାକୁ ଯାଉଛି ମ୍ୟାଟେରିଆଲ ରିକଭରି…
ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ ରବିନାରାୟଣ ଶତପଥୀ ନିର୍ବାଚିତ
କଟକ ଅଫିସ, ୨୨ା୧୦: ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସରେ ସମସ୍ତ ପରିବହନ କମ୍ପାନୀର ମାଲିକ…
ଭିମ୍ସାର ଘଟଣା ଭିନ୍ନ ରୂପ ନେଲା: ସୀମା ଭୁଲିଯାଇଥିଲେ ଡାକ୍ତର
ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍ସାର)ରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼ ଘଟଣା ସୋମବାର ବିବାଦୀୟ ହୋଇପଡିଛି। ଡାକ୍ତରମାନେ ନିଜ ସୀମାସରହଦ ଭୁଲି ଆଇନକୁ ହାତକୁ ନେବାକୁ…
ସରକାରୀ ବାବୁଙ୍କୁ ଓଡ଼ିଆ ଭାଷାର ପ୍ରଶିକ୍ଷଣ
ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଆ ଭାଷାରେ ପାଠ ପଢ଼ିବେ ସରକାରୀ ବାବୁ ଓ କର୍ମଚାରୀମାନେ। ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଏବଂ ରାଜ୍ୟର ସାଧାରଣ ଲୋକ ବୁଝିପାରୁଥିବା ଓଡ଼ିଆ ଭାଷାରେ ବାବୁମାନଙ୍କ ଜ୍ଞାନ ରହିବା ଜରୁରୀ। ଏଣୁ ସୋମବାରଠାରୁ ସରକାରୀ କର୍ମଚାରୀ ଓ…
ଦୀପାବଳିରୁ ଆନନ୍ଦ ବିହାର ସୁବିଧା ସ୍ପେଶାଲ ଟ୍ରେନ
ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ରବିବାର ଦୀପାବଳିଠାରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର-ଆନନ୍ଦ ବିହାର ଟର୍ମିନାଲ ସୁବିଧା ସ୍ପେଶାଲ(୮୨୪୧୯-୮୨୪୨୦) ଏକ୍ସପ୍ରେସ। ପୂଜା ଋତୁ ଓ ନିଯୁକ୍ତି ପ୍ରକ୍ରିୟା ଚାଲୁଥିବାରୁ ଅନ୍ୟ ଟ୍ରେନଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଏହି ସ୍ପେଶାଲ…
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ
ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ବଦଳିଲା ପାଣିପାଗ। ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ତାମିଲନାଡ଼ୁ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ…
ଅତିରିକ୍ତ ବଜେଟ ପାଇଁ ଚାଲିଛି ପ୍ରସ୍ତୁତି: ଆଜି ସବୁ ବିଭାଗ ପକ୍ଷରୁ ଖର୍ଚ୍ଚ ଦାବି ପ୍ରସ୍ତାବ ଦେବାର ଶେଷ ଦିବସ
ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ଶୀତଅଧିବେଶନ ଆସନ୍ତା ନଭେମ୍ବର ମାସ ଅଧାରେ ହେବ ବୋଲି ଜଣାପଡିଛି। ଏହି ଅଧିବେଶନ କାଳରେ ରାଜ୍ୟ ସରକାର ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କରିବେ। ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଜୋର୍ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି।…
ବିଜେଡି, ଭାଜପା କହୁଛନ୍ତି ଜିତିବେ, ହାର୍ ମାନିଗଲା କଂଗ୍ରେସ
ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ଭୋଟ ଶେଷ ହୋଇଛି। ଆସନ୍ତା ୨୪ରେ କିଏ ସେଠାରେ ବାଜି ମାରିବ ତାହା ସ୍ପଷ୍ଟ ହୋଇଯିବ। ତେବେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ଭାଗ୍ୟ ବର୍ତ୍ତମାନ ଇଭିଏମ୍ରେ ସିଲ୍ ହୋଇ ରହିଛି।…
ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ: ପ୍ରତ୍ୟକ୍ଷ ଜମି କିଣିଲେ ସରକାର
ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ସୋମବାର ବାସେଳିସାହି ଓ ମଣିକର୍ଣ୍ଣିକା ସାହିର ୫ ପରିବାରଠୁ ପ୍ରତ୍ୟକ୍ଷ ଜମି କିଣିଛନ୍ତି ସରକାର। ଏହି ବିସ୍ଥାପିତ ୫ ପରିବାରକୁ ମୋଟ ୮କୋଟି ୪୪ଲକ୍ଷ ଟଙ୍କାର ଚେକ୍…
ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ପ୍ରସଙ୍ଗ: ୧ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ
କଟକ ଅଫିସ,୨୨ା୧୦: ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ରହିଥିବା ସମସ୍ୟାର ସମାଧାନ ନେଇ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏଶନ ପକ୍ଷରୁ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିଛି। ପୂର୍ବରୁ ଆସୋସିଏଶନ ପକ୍ଷରୁ କେବଳ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରାଯାଇଥିବାବେଳେ…

