ଅତିରିକ୍ତ ବଜେଟ ପାଇଁ ଚାଲିଛି ପ୍ରସ୍ତୁତି: ଆଜି ସବୁ ବିଭାଗ ପକ୍ଷରୁ ଖର୍ଚ୍ଚ ଦାବି ପ୍ରସ୍ତାବ ଦେବାର ଶେଷ ଦିବସ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ଶୀତଅଧିବେଶନ ଆସନ୍ତା ନଭେମ୍ବର ମାସ ଅଧାରେ ହେବ ବୋଲି ଜଣାପଡିଛି। ଏହି ଅଧିବେଶନ କାଳରେ ରାଜ୍ୟ ସରକାର ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କରିବେ। ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଅତିରିକ୍ତ ବଜେଟରେ କେତେ ଟଙ୍କା ବ୍ୟୟବରାଦ କରାଯିବ ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ। ଏହା ପୂର୍ବରୁ ମଙ୍ଗଳବାର ସୁଦ୍ଧା ସବୁ ବିଭାଗ ପକ୍ଷରୁ ବଜେଟ ବ୍ୟୟବରାଦ ସମ୍ପର୍କିତ ପ୍ରସ୍ତାବ ରଖିବାକୁ କୁହାଯାଇଛି। ଏହିସବୁ ପ୍ରସ୍ତାବ ମିଳିବାପରେ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତାବକୁ ତର୍ଜମା କରାଯିବ। ସେହି ଅନୁଯାୟୀ ଏଥିରୁ କେତେ ଅର୍ଥ ରାଜ୍ୟ ସରକାର ବହନ କରିପାରିବେ ତା’ର ଏକ ତାଲିକା ପ୍ରସ୍ତୁତ କରିବେ। ତାଲିକା ପ୍ରସ୍ତୁତ ହେବାପରେ ସବୁ ବିଭାଗର ବଜେଟ ପ୍ରସ୍ତୁତକାରୀ ଟିମ୍‌ ସହ ଅର୍ଥ ସଚିବ ଏକ ବୈଠକ କରି ଜରୁରୀ ପ୍ରସ୍ତାବ ରଖି ବଳକା କାଟିବାକୁ ନିର୍ଦ୍ଦେଶ ଦେବେ। ସେହି ଅନୁଯାୟୀ ଅତିରିକ୍ତ ବଜେଟର ରୂପରେଖ ପ୍ରସ୍ତୁତ ହେବ। ରାଜ୍ୟ ସରକାର କେତେଗୁଡିଏ ଯୋଜନାରେ କ୍ୟାବିନେଟ୍‌ ବୈଠକ ଡାକି ବଜେଟ ବୃଦ୍ଧି କରିଛନ୍ତି। ଆସନ୍ତା ଶୀତ ଅଧିବେଶନରେ ଅତିରିକ୍ତ ଖର୍ଚ୍ଚ ଦାବି କରି ରାଜ୍ୟ ସରକାର ସେହି ଯୋଜନାଗୁଡିକର ବ୍ୟୟବରାଦ ବଢାଇବେ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ପାର୍ଲାମେଣ୍ଟ ଶୀତ ଅଧିବେଶନ ନେଇ ଏଯାଏ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା କାରଣରୁ ଶୀତଅଧିବେଶନ ତାରିଖ ଧାର୍ଯ୍ୟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri