କଟକରେ ବ୍ୟାପିଲା ଡେଙ୍ଗୁ

କଟକ ଅଫିସ,୨୨ା୧୦ – କଟକରେ ଡେଙ୍ଗୁର ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ୯ଟି ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ସେହିପରି ଗତ ଦୁଇମାସ ମଧ୍ୟରେ କାଠଗଡ଼ା ସାହି ଓ ଜଗତ୍‌ପୁର ଅଞ୍ଚଳରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କାଠଗଡ଼ା ସାହିରେ ଚଳିତବର୍ଷ ୪ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଲେଣି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ଦୁଇ ସ୍ଥାନର ଅବସ୍ଥା ସଙ୍ଗିନ ରହିଛି। ସୋମବାର ଏସ୍‌ସିବି ମେଡ଼ିକାଲରେ ପରୀକ୍ଷା ହୋଇଥିବା ୯୧ ରକ୍ତନମୁନା ମଧ୍ୟରୁ ୧୨ଟି ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରେ କଟକ ରାଣୀହାଟ, ପୁରୀଘାଟ, କାଠଗଡ଼ା ସାହି ଓ ଜଗତପୁରର ଜଣେ ଲେଖାଏ, ଯାଜପୁରର ୨ଜଣ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ ଓ ଢ଼େଙ୍କାନାଳର ଜଣେ ଲେଖାଏ ଡେଙ୍ଗୁ ରୋଗୀ ଥିବା ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି।
ଡେଙ୍ଗୁ ରୋଗର ବାହକ ଏଡିଶ୍‌ ମଶା। ବିଶେଷକରି ବର୍ଷାଦିନେ ଏହି ମଶା ଅଧିକ ମାତ୍ରାରେ ବଂଶ ବିସ୍ତାର କରିଥାନ୍ତି। ବର୍ଷା ଯୋଗୁ ଜମି ରହୁଥିବା ଆବର୍ଜନା ପାଣିରେ ଏହି ମଶାର ଲାର୍ଭା ଉତ୍ପତ୍ତି ହୁଏ। ଏବେ ବର୍ଷା ନ ଥିଲେ ବି ସହରରୁ ଆବର୍ଜନା ପାଣି ହଟୁନି। ଫଳରେ ଏଡିଶ ମଶାର ବଂଶ ବୃଦ୍ଧି ଘଟୁଛି। ସହରର ଗୋଟିଏ ପରେ ଗୋଟିଏ ସାହିରେ ଏବେ ଡେଙ୍ଗୁ ରୋଗୀ ଦେଖିବାକୁ ମିଳୁଛନ୍ତି। ଗତ ଶନିବାର ଏସ୍‌ସିବି ମେଡିକାଲରେ ରକ୍ତନମୁନା ପରୀକ୍ଷା କରାଯାଇଥିବାବେଳେ ସହରର ଖାନ୍‌ନଗର, କାଠଗଡ଼ାସାହି, ଏସ୍‌ସିବି କ୍ୟାମ୍ପସ, ନୟାବଜାର ଓ ସାଆନ୍ତସାହିର ଜଣେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଥିଲା। ସେମାନଙ୍କ ମଧ୍ୟରେ ଏସ୍‌ସିବି ମେଡ଼ିକାଲର ଜଣେ ଡାକ୍ତରୀ ଛାତ୍ର ମଧ୍ୟ ଥିଲେ। ସୋମବାର ରାଣୀହାଟ, ପୁରୀଘାଟ, କାଠଗଡ଼ାସାହି ଓ ଜଗତ୍‌ପୁରରେ ଜଣେ ଲେଖାଏ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ଏହି ତାଲିକାରେ ସହରର ଅନ୍ୟ ସାହିଗୁଡ଼ିକ ଯୋଡ଼ି ହେବାର ଆଶଙ୍କା ଉପୁଜିଛି। ଅନ୍ୟପକ୍ଷରେ ଡେଙ୍ଗୁକୁ ରୋକିବା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି)ର ସ୍ବାସ୍ଥ୍ୟ କମିଟି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି ବୋଲି ଅଭିଯୋଗ ହେଉଛି। ସହରର ପରିମଳ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ। ବିଭିନ୍ନ ନାଳରେ ଏଡିଶ ମଶା ମାରିବା ନିମନ୍ତେ ଉଦ୍ଦିଷ୍ଟ ତେଲ ପକାଯାଉନି କି ମଶା ଧୂଆଁ ଛଡ଼ାଯାଉନି। ବର୍ଷା ଥମିଲେ ଆପେଆପେ ଡେଙ୍ଗୁ ଡର ଦୂରେଇଯିବ ବୋଲି ଭାବି ସିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଚୁପ ହୋଇ ବସିଛନ୍ତି। ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ଅଞ୍ଚଳ ପ୍ରତି ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି। ହେଲେ ଏ ପର୍ଯ୍ୟନ୍ତ ସିଏମ୍‌ସି ଅଧିକାରୀଙ୍କ ପାଖରେ ସହରର ଡେଙ୍ଗୁ ରୋଗୀଙ୍କ ସମ୍ପର୍କରେ ଖବର ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡ. ଉମେଶ ଚନ୍ଦ୍ର ପାଣିଗ୍ରାହୀ କୁହନ୍ତି, ପ୍ରତିଦିନ ସମସ୍ତ ୱାର୍ଡରେ ମଶା ମରା ତେଲ ପକାଯାଉଛି। ଏବେ ମଶା ଧୂଅଁା ଛଡ଼ାଯାଉନି। ଡେଙ୍ଗୁକୁ ରୋକିବା ପାଇଁ ଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?