ସରକାରୀ ବାବୁଙ୍କୁ ଓଡ଼ିଆ ଭାଷାର ପ୍ରଶିକ୍ଷଣ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ):  ଓଡ଼ିଆ ଭାଷାରେ ପାଠ ପଢ଼ିବେ ସରକାରୀ ବାବୁ ଓ କର୍ମଚାରୀମାନେ। ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଏବଂ ରାଜ୍ୟର ସାଧାରଣ ଲୋକ ବୁଝିପାରୁଥିବା ଓଡ଼ିଆ ଭାଷାରେ ବାବୁମାନଙ୍କ ଜ୍ଞାନ ରହିବା ଜରୁରୀ। ଏଣୁ ସୋମବାରଠାରୁ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଓଡ଼ିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସଂସ୍କୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର’ ନିମନ୍ତେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଲୋକସେବା ଭବନର ୧୫ ବିଭାଗରୁ ୪୦ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ସହିତ ନଥି ଉପସ୍ଥାପନ ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସେମାନଙ୍କୁ ଏକ ପାଠ୍ୟ ପୁସ୍ତିକା ଖସଡ଼ା ପ୍ରଦାନ କରାଯିବା ମାଧ୍ୟମରେ ସମସ୍ତ ପ୍ରଶାସନିକ କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପାଦନ କରି ଓଡ଼ିଶାବାସୀଙ୍କୁ ସମସ୍ତ ତଥ୍ୟ ଅବଗତ କରାଇବା ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଅତିରିକ୍ତ ଶାସନ ସଚିବ ହିମାଂଶୁ ଭୂଷଣ ପଣ୍ଡା ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଡ. ତମସା ରାଣୀ ଦାଶ ମହାପାତ୍ର ଯୋଗଦେଇ ଓଡ଼ିଆ ଭାଷାର ମହତ୍ତ୍ବ, ସରକାରୀ ସ୍ତରରେ ଏହାର ଉପଯୋଗିତା ଏବଂ ସାଧାରଣ ଲୋକଙ୍କ ନିମନ୍ତେ ଭାଷାର ବ୍ୟବହାର ଉପରେ ଉଲ୍ଲେଖ କରିଥିଲେ। ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକଙ୍କ ମଧ୍ୟରେ ଆଦାନ ପ୍ରଦାନ ଜରିଆରେ ଓଡ଼ିଆ ଭାଷା ମାଧ୍ୟମ ହେଉ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍‌ ଡ. କୈଳାଶ ଚନ୍ଦ୍ର ଟିକାୟତରାୟ, ସୁରେନ୍ଦ୍ର କୁମାର ମିଶ୍ର, ଡ. ହରପ୍ରସାଦ ମିଶ୍ର, ଡ. ସିତାଂଶୁ କୁମାର ଦାସ ଓ ଡ. ବୈଷ୍ଣବ ଚରଣ ମହାନ୍ତି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ।
ସୋମବାର କାର୍ଯ୍ୟକ୍ରମରେ ମାନକ ଭାଷା, କଥିତ ଭାଷା, ଲିଖିତ ଭାଷା, ଶବ୍ଦ ଭଣ୍ଡାରର ବ୍ୟବହାରିକ ରୂପ ଉପରେ ଆଲୋଚନା ହୋଇଥିଲା। ସେହିପରି ୨୨ ତାରିଖରେ ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ(ଶୈଳୀ ଓ କୌଶଳ), ସଂଖ୍ୟା ଓ ତାରିଖର ବ୍ୟବହାର ଶୈଳୀ, ସଂକ୍ଷେପାକ୍ଷର ପ୍ରୟୋଗ, ଓଡ଼ିଆ ଭାଷା ବ୍ୟବହାରର ସମ୍ଭାବନା, ୨୩ ତାରିଖରେ ପ୍ରଶାସନିକ ଶବ୍ଦ ଚୟନ ଓ ଶବ୍ଦ ଗଠନ, ବନାନ ଶୁଦ୍ଧତା ଓ ଆବଶ୍ୟକତା, ବାକ୍ୟଗଠନ ଓ ଚିହ୍ନ ପ୍ରୟୋଗ, ୨୪ ତାରିଖରେ ଟିପ୍ପଣୀ ଚିଠା ଓ ଆଦେଶନାମା ପ୍ରସ୍ତୁତି, କର୍ମଶାଳାଗୁଡ଼ିକରେ ଆହୂତ ଟିପ୍ପଣୀର ଅନୁବାଦ ଇତ୍ୟାଦି ସମ୍ପର୍କରେ ଆଲୋଚନା ହେବ। ଆସନ୍ତା ୨୫ ତାରିଖରେ ପରୀକ୍ଷା ସହିତ ସମାପନ ପର୍ବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri