ବିଜେଡି, ଭାଜପା କହୁଛନ୍ତି ଜିତିବେ, ହାର୍‌ ମାନିଗଲା କଂଗ୍ରେସ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ଭୋଟ ଶେଷ ହୋଇଛି। ଆସନ୍ତା ୨୪ରେ କିଏ ସେଠାରେ ବାଜି ମାରିବ ତାହା ସ୍ପଷ୍ଟ ହୋଇଯିବ। ତେବେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ଭାଗ୍ୟ ବର୍ତ୍ତମାନ ଇଭିଏମ୍‌ରେ ସିଲ୍‌ ହୋଇ ରହିଛି। ଏହାପୂର୍ବରୁ ବିଜେଡି ଓ ଭାଜପା ନେତାମାନେ ସେମାନଙ୍କ ପ୍ରାର୍ଥୀ ବିଜୟୀ ହେବେ ବୋଲି ଆଶା ରଖିଥିବା ବେଳେ ହାତ ଟେକିଦେଇଛି କଂଗ୍ରେସ। ବିଜେଡି ନେତା ତଥା ବରିଷ୍ଠ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ବିଜେଡି ସପକ୍ଷରେ ବିଜେପୁରବାସୀଙ୍କ ମତଦାନ ଯିବ ବୋଲି ଆମେ ଆଶାବାଦୀ। ବିଜେଡି ପ୍ରାର୍ଥୀ ରୀତା ସାହୁ ବଡ ବ୍ୟବଧାନରେ ବିଜୟୀ ହେବେ। ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶ୍ୱାସ ରଖିଛନ୍ତି ତା’ର ଫଳାଫଳ ଖୁବ୍‌ଶୀଘ୍ର ଜଣାପଡିବ ବୋଲି ସେ କହିଛନ୍ତି। ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଭାଜପା ପ୍ରାର୍ଥୀଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ରହିଛି। ମୁଖ୍ୟମନ୍ତ୍ରୀ ନିଜେ ଏହି ଆସନରୁ ଠିଆହୋଇ ଲୋକଙ୍କ ସୁଖଦୁଃଖ ବୁଝିବେ କହି ଶେଷରେ ଧୋକା ଦେଲେ। ସେହିପରି ଲୋକମାନଙ୍କୁ ପ୍ରଲୋଭନ ଦେଖାଇ ବିଭିନ୍ନ ଯୋଜନାର ଘୋଷଣା କରିଦେଇ ଚୁପ୍‌ ବସିପଡିଛନ୍ତି। ବିଜେପୁରବାସୀ ଏହାର ଜବାବ୍‌ ଭୋଟ୍‌ରେ ଦେଇଛନ୍ତି ବୋଲି ଗୋଲକ କହିଛନ୍ତି। କଂଗ୍ରେସ ବରିଷ୍ଠ ନେତା ତଥା ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଜେପୁରରେ ବିଜେଡି ଏବଂ ଭାଜପା ଯେମିତି ଖର୍ଚ୍ଚ କରିଛନ୍ତି ସେଠାରେ କଂଗ୍ରେସ ଖାପ ଖାଇବ ନାହିଁ। ଆମର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେବଳ ୨୦ ଲକ୍ଷ ଟଙ୍କା ଦେଇଛନ୍ତି। ଯେହେତୁ ଆମର ଅର୍ଥ ଅଭାବ ଅଛି, ଆମେ କେତେଦୂର ପାରିବୁ ଭଗବାନ ଜାଣନ୍ତି। ପରିଶ୍ରମ କରିଥିଲୁ, ସବୁବେଳେ ସଭା ହେଲେ ହଜାର ହଜାର ଲୋକ ପହଞ୍ଚୁଥିଲେ, ମାତ୍ର ସେଥିରୁ ଭୋଟରେ କେତେ ରୂପାନ୍ତରିତ ହେବ ସେକଥା ଜଣାନାହିଁ। କିନ୍ତୁ ସେଠାରେ ଆମର କିଛି ଭଲ ନାହିଁ ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

ଭୁବନେଶ୍ୱର,୧୬ା୪(ଅନିଲ ଦାସ):କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲାରେ ସେ ଗୋଟିଏ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର...

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଭୋଟରଙ୍କୁ ମନ୍ଦିରରେ ଶପଥ କରାଉଛନ୍ତି ବିଜେଡି ନେତା

ଭୁବନେଶ୍ୱର, ୧୫।୪(ସୁନିତ୍‌ ମିଶ୍ର):ବିଜେଡି ଦୀର୍ଘଦିନ ଶାସନରେ ରହିବା ପରେ ମଧ୍ୟ ଭ୍ରଷ୍ଟାଚାର, ବ୍ୟଭିଚାର, ଲୋକଙ୍କ ବିଶ୍ୱାସ, ହୀନ ରାଜନୀତି କରିବାରେ ସୀମା ଉଲ୍ଲଂଘନ କରିଆସିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri