ଭିମ୍‌ସାର ଘଟଣା ଭିନ୍ନ ରୂପ ନେଲା: ସୀମା ଭୁଲିଯାଇଥିଲେ ଡାକ୍ତର

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼ ଘଟଣା ସୋମବାର ବିବାଦୀୟ ହୋଇପଡିଛି। ଡାକ୍ତରମାନେ ନିଜ ସୀମାସରହଦ ଭୁଲି ଆଇନକୁ ହାତକୁ ନେବାକୁ ପଛାଇ ନ ଥିବା ଏକ ଭିଡିଓ ଭାଇରାଲରୁ ସ୍ପଷ୍ଟ ହୋଇଛି। ଡାକ୍ତର ପାଟ୍ଟଯୋଶୀଙ୍କୁ ମାଡ଼ ମରାଯାଇନି ବରଂ ତାଙ୍କୁ ଭେଟିବାକୁ ଯାଇଥିବା ରୋଗୀଙ୍କ ଦୁଇ ସମ୍ପର୍କୀୟଙ୍କୁ ଡାକ୍ତର ପାଟ୍ଟଯୋଶୀ ତାଙ୍କ ଡାକ୍ତରୀ ଛାତ୍ରଙ୍କ ସହ ମିଶି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ବୁର୍ଲା ଥାନାରେ ସୋମବାର ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅପରପକ୍ଷରେ ଓଡ଼ିଶା ଡାକ୍ତରୀ ସଂଘ(ଓମ୍‌ସା) ଖୁବ୍‌ ଶୀଘ୍ର ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ପଠାଇ ଘଟଣାର ତଦନ୍ତ କରିବ ବୋଲି ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲା ଲଇକେରା ରେଙ୍ଗାଳବେଡା ଗ୍ରାମର ଠଣସୁନ୍ଦର ବେହେରା ଅସୁସ୍ଥତା ଯୋଗୁ ଭିମ୍‌ସାର ଆସିଥିଲେ। ଡାକ୍ତର ପାଟ୍ଟଯୋଶୀ କିନ୍ତୁ ତାଙ୍କୁ ଭିମ୍‌ସାରରେ ଚିକିତ୍ସିତ ନ ହେବାକୁ ପରାମର୍ଶ ଦେଇ ନିକଟସ୍ଥ ସମଲେଶ୍ୱରୀ ନର୍ସିଂହୋମ୍‌ରେ ଭର୍ତ୍ତି ହେବାକୁ କହିଥିଲେ। ସେଠାରେ ଉତ୍ତମ ଚିକିତ୍ସା କରାଯାଇ ପାରିବ। ସେ ସେଠାକୁ ଯାଇ ଚିକିତ୍ସା କରିବେ ବୋଲି କହିଥିଲେ। ଏଣୁ ଇଚ୍ଛା ନ ଥିଲେ ବି ବାଧ୍ୟବାଧକତା ଯୋଗୁ ଠଣସୁନ୍ଦର ଗତ ୧୫ ତାରିଖରେ ସମଲେଶ୍ୱରୀ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରତିଶ୍ରୁତି ଅନୁସାରେ ପ୍ରତିଦିନ ଡାକ୍ତର ପାଟ୍ଟଯୋଶୀ ଠଣସୁନ୍ଦରଙ୍କୁ ଚିକିତ୍ସା ଲାଗି ସମଲେଶ୍ୱରୀ ନର୍ସିଂହୋମ୍‌ ଆସୁଥିଲେ। ଇତିମଧ୍ୟରେ ଠଣସୁନ୍ଦରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିଲା। ସେ ନର୍ସିଂହୋମରୁ ଡିସ୍‌ଚାର୍ଜ କରିଦେବାକୁ ଡାକ୍ତର ପାଟ୍ଟଯୋଶୀଙ୍କୁ କହିଥିଲେ। ସେ କିନ୍ତୁ ଡିସଚାର୍ଜର ନାଁ ଗନ୍ଧ ଧରୁ ନ ଥିଲେ। ଏଣେ ନର୍ସିଂହୋମ୍‌ରେ ରହିବା ଦ୍ୱାରା ଠଣସୁନ୍ଦରଙ୍କ ଉପରେ ଆର୍ଥିକ ବୋଝ ବଢ଼ି ଚାଲିଥିଲା। ରବିବାର ମଧ୍ୟାହ୍ନ ସାଢେ ୧୨ଟାରେ ଡାକ୍ତର ପାଟ୍ଟଯୋଶୀ ନର୍ସିଂହୋମକୁ ଆସିଥିଲେ। ଏହି ସମୟରେ ଠଣସୁନ୍ଦରଙ୍କ ପୁଅ ମୁକେଶ ତାଙ୍କୁ ଭେଟି ବାପାଙ୍କୁ ଡିସ୍‌ଚାର୍ଜ କରିବାକୁ ଅନୁରୋଧ କରିଥିଲେ। ହେଲେ ଡାକ୍ତର ପାଟ୍ଟଯୋଶୀ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଚାପୁଡା ମାରି ହତ୍ୟା ଧମକ ଦେଇଥିଲେ। ଏହାପରେ ସେଠାରୁ ଭିମ୍‌ସାରକୁ ଡ୍ୟୁଟିରେ ଚାଲି ଯାଇଥିଲେ। ଏହି ଖବର ପାଇବା ପରେ ଠଣସୁନ୍ଦରଙ୍କ ଶାଳକଙ୍କ ପୁଅ (ପୁତୁରା) ଝସକେତନ ରାଉତ ଆସି ପହଞ୍ଚି ଥିଲେ। ମୁକେଶଙ୍କ ସହ ସେ ଭିମ୍‌ସାର ଯାଇ ଡାକ୍ତର ପାଟ୍ଟଯୋଶୀଙ୍କୁ ଭେଟି ଡିସ୍‌ଚାର୍ଜ ପାଇଁ ଅନୁରୋଧ କରିଥିଲେ। ହେଲେ ସେଠାରେ ଡାକ୍ତର ପାଟ୍ଟଯୋଶୀ ଓ ଉପସ୍ଥିତ ଜୁନିୟର ଡାକ୍ତରମାନେ ସଂଘବଦ୍ଧଭାବେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଠଣସୁନ୍ଦର ଅଭିଯୋଗ କରିଛନ୍ତି॥ ଏଣୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଠଣସୁନ୍ଦର ବୁର୍ଲା ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ଡାକ୍ତରମାନଙ୍କ ବିରୋଧରେ ଏକ ମାମଲା (ନଂ.୪୬୦/୧୯) ମଧ୍ୟ ରୁଜୁ ହୋଇଛି। ହେଲେ ଏହି ଘଟଣାରେ ପୋଲିସ କାହାକୁ ଗିରଫ କରିନାହିଁ। ସୂଚନାଯୋଗ୍ୟ, ରବିବାର ଡାକ୍ତର ପାଟ୍ଟଯୋଶୀଙ୍କୁ ମାଡ ମାରିବା ଅଭିଯୋଗରେ ରୋଗୀ ଠଣସୁନ୍ଦରଙ୍କ ପୁଅ ମୁକେଶ ଓ ପୁତୁରା ଝସକେତନ ଜେଲ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଡବଲ ଝଟକା! Mother Dairy ପରେ ଲିଟର ପିଛା ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

ନୂଆଦିଲ୍ଲୀ: ଏଣିକି ଚା’ ଓ କଫି ପିଇବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ପ୍ରଥମେ ମଦର ଡେରୀ କ୍ଷୀର ଦର ବୃଦ୍ଧି କରିଥିବା ବେଳେ ଏବେ…

କଟକ ବାଲିଯାତ୍ରା: ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି

କଟକ,୧୧ା୧୧: ଓଡ଼ିଶାର ଐତିହାସିକ ତଥା ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ‘କଟକ ବାଲିଯାତ୍ରା’କୁ ନେଇ ଆସିଛି ଏକ ବଡ଼ ଖବର। ଚଳିତ ବର୍ଷର ବାଲିଯାତ୍ରା ଉଦ୍‌ଘାଟନୀ ସମାରୋହରେ…

୨୪ ଘଣ୍ଟାରେ ଲାଇନଚ୍ୟୁତ ହେଲା ୨ ଏକ୍ସପ୍ରେସ, ଆତଙ୍କିତ ଯାତ୍ରୀ

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶର କାନପୁରରେ ବୁଧବାର ଏକ ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କାନପୁର ସେଣ୍ଟ୍ରାଲ ଷ୍ଟେସନ୍‌ରୁ ବାହାରିବାର କିଛି ସମୟ ପରେ…

ଫିଲ୍ମି ଷ୍ଟାଇଲ୍‌ରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍‌ କଲେ ଅର୍ଶଦୀପ ସିଂ; ମୁଦି ପିନ୍ଧାଇ କଲେ ନିର୍ବନ୍ଧ; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ,୧୧ା୧୧: ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର୍‌ ଫାଷ୍ଟ ବୋଲର୍‌ ଅର୍ଶଦୀପ ସିଂ ଏବେ ନିଜ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଟ୍ରେଡ୍‌ ଡିଲ୍‌…

ଅଞ୍ଚଳର ଭିତ୍ତିଭୂମିର ବିକାଶ ସହ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ନେଇ ମନ୍ତ୍ରୀ-ବିଧାୟକଙ୍କ ସମୀକ୍ଷା

ଛତ୍ରପୁର,୧୧ା୧୧(ଦିଲ୍ଲୀପ ସାମଲ): ଉପକୂଳବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ବିକାଶ ଓ ମତ୍ସ୍ୟଜୀବୀଙ୍କ ଜୀବନଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ନୋଳିଆ ନୂଆଗାଁଠାରେ ଉପକୂଳବର୍ତ୍ତୀ ରାସ୍ତା ଓ…

ହଠାତ୍ ରାସ୍ତାରେ ଅଚେତ ହୋଇ ପଡ଼ିଲେ ପୂର୍ବତନ ଉପରାଷ୍ଟ୍ରପତି, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଛି । ବୁଧବାର ସକାଳେ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ସମୟରେ ସେ ହଠାତ୍‌ ଅଚେତ ହୋଇ ତଳେ…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୧୫ ବେଳକୁ ଅବପାତ, ଏହି ଜିଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର,୧୧ା୧୧: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ହେବାକୁ ଯାଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଉପରି ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି…

ରାଜୀବ ଗାନ୍ଧୀଙ୍କ ସହ ଏମିତି ଆରମ୍ଭ ହୋଇଥିଲା ପ୍ରେମ, ବଡ଼ ଖୁଲାସା କଲେ ସୋନିଆ

ନୂଆଦିଲ୍ଲୀ,୧୧ା୧୧: କଂଗ୍ରେସ ସଂସଦୀୟ ଦଳ (CPP) ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ଜୀବନର କିଛି ବିଶେଷ ସ୍ମୃତିକୁ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ସେୟାର କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?