ହଜିଯାଉଛେ ପାରମ୍ପରିକ ମାଛମରା ସାଜୋସାମାନ

 

ଜାମଟିକ୍ରା, ୨।୧୧(ଡି.ଏନ୍‌.ଏ.)-
ସମିଆ ବଦିଲବାର ସଂଗେ ସବୁ ଜିନିଷର ଦରଦାମ୍‌ ବଢ଼ୁଛେ। ସେନ୍‌ତା ବଜାରରେ ମିଲୁଥିବା ଶାଗ୍‌, ମାଛ୍‌, ପନିପରିବାରେ ବି ଆଗର ଗୁନ୍‌ଧରମ ନଁାଇଁନ। ଯେନ୍‌ଥିରଲାଗି ଲୋକ୍‌ ଅସମିଆରେ ନାନା ରୋଗ୍‌ର ଶିକାର ହେଉଛନ୍‌। ଏନ୍‌ତାଥି ଗଁାଗଁଲିରୁ ସହର ତକ୍‌ ଲୋକ୍‌ ପୂରବେ ସୁବିଧାରେ ମିଲୁଥିବାର ଶାଗ୍‌, ମୁର୍‌ହି, ମାଛ୍‌କେ ଝୁରି ହେଉଛନ୍‌। ଦିନ୍‌ଥିଲା ଖେତ୍‌ଖଲା, ନାଲ୍‌ନଲିଆରେ ଝାଇଁ, ବଏଁରି, ଜରଡା, ଟୁରୋ, ଖପ୍‌ସି, କୁତରି, ମାଗୁର, ସିଂହି, ଲେଖେଁ ଭିନେ ଭିନେ ପରଜାତିର ମାଛ୍‌ ବହୁତ୍‌ ମିଲୁଥିଲେ। ସେନ୍‌ତା ରୁଆବିହିଡ଼ା ବେଲେ ଖେତ୍‌ମାନକେ ଖିର କଁକ୍‌ରା ସଲ୍‌ବଲେଇ ଯାଉଥିଲେ। ହେଲେ ଆଏଜ୍‌କାଲି ଚାଷ୍‌ବାସଥି ପୋକ୍‌ମରା ଉଷୋର ବଡ଼ଭାରି ବେଭାର ଲାଗି ମାଛ୍‌, କଁକ୍‌ରା ଲେଖେଁ ଜଲ୍‌ଚର ଜୀବ୍‌ଜଁତୁକର ଭେଲି ମେଟିଗଲାନ। ସେନ୍‌ତା ଆଗ୍‌ରୁ ଲୋକ୍‌ ଖେତ୍‌ଖଲା, ନାଲ୍‌ନଲିଆ, ନଦୀରୁ ମାଛ୍‌ ମାରବାର ଲାଗି ଧଏଁର, ଥପି, କୁମୁନା, ଜାଲ, ଉଁଜର ବେଭାର କରୁଥିଲେ। ଖେତ୍‌ଖଲା, ନାଲ୍‌ନଲିଆରୁ ମିଲୁଥିବାର ଛୋଟ୍‌ ଛୋଟ୍‌ ମାଛର ସୁଆଦ୍‌ ବି ଥିଲା ଭିନେ ପରକାର। ହେଲେ ପୋକ୍‌ମରା ଉଷୋକଷାର ବେଭାରରେ ଅନେକ ପରଜାତିର ମାଛ ଭେଲି ମେଟିଗଲାନ। ଏନ୍‌ତାଥି ମାଛ୍‌ ମାରି କୁଟୁମ ପୁଷୁଥିବାର ପରିବାର ଆର ମାଛ୍‌ଧରା ସାଜୋସାମାନ ତିଆରି କରୁଥିବାର ପରିବାରମାନେ ନିଜର ଜୀବ୍‌କା ହରାଲେନ। ଏନ୍‌ତା ପରିସ୍ଥିତିରେ ଦେଶ୍‌ ଆର ରାଏଜେ ଅନେକ ସଂଗଠନ ଚାଷୀକୁ ଜଇବିକ୍‌ ଚାଷ୍‌ କରବାର ଲାଗି ସଚେତନ୍‌ କରୁଛନ୍‌। ରାଏଜ୍‌ ସରକାର ଇ ଦିଗେ ଦୁରୁଷ୍‌ଟି ଦେଇ କ୍ଷତିକାରକ୍‌ ପୋକ୍‌ମରା ଉଷୋକଷା ବଁଦ୍‌ କରବାର ସଂଗେ ଚାଷୀକୁ ଜଇବିକ୍‌ ଚାଷ୍‌ ଲାଗି ପୋରଛାହିତ୍‌ କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ। ଏନ୍‌ତାଥି ଆମର ପରିବେଶ, ସମାଜ ନିରୁଜ୍‌ ରହିପାରବା ବଲି ସେମାନେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ମହାବୀର ପର୍ବତ ଛାଡି ଉଦାରମା ଜଙ୍ଗଲ ଗଲେ ୨୬ ଟିକିଆ ହାତୀପଲ

ବଡ଼ଗାଁ,୧୧ା୯(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ମହାବୀର ପର୍ବତରେ ମାସେ ହେଲା ଅବସ୍ଥାନ କରିଥିବା ୨୬ ଟିକିଆ ହାତୀପଲ ମହାବୀର ପର୍ବତରୁ ବାହାରି…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?