ୱାର୍ଡସଭ୍ୟଙ୍କୁ ଛୁରାମାଡ: ଅଭିଯୁକ୍ତ ଫେରାର
ଦିଗପହଣ୍ଡି,୧ା୧୧(ଡି.ଏନ୍.ଏ.)- ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମର ୱାର୍ଡସଭ୍ୟ ଗଣପତି ପାତ୍ରଙ୍କୁ ଶୁକ୍ରବାର ରାତିରେ ଛୁରାମାଡ ହୋଇଛି। ରାତି ପ୍ରାୟ ସାଢେ ୯ ଟାରେ ଗଣପତି ଘରକୁ ଫେରୁଥିବାବେଳେ ଗଁାଛକ ନିକଟରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କେତେକ ଦୁର୍ବୃତ୍ତ…
ଆନ୍ଦୋଳନରୁ ଓହରିଲା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏଶନ: ନଭେମ୍ବର ୪ରେ କାର୍ଯ୍ୟରେ ଯୋଗଦେବେ ଓକିଲ
କଟକ ଅଫିସ,୧।୧୧: ବିଭିନ୍ନ ଦାବି ନେଇ ପ୍ରାୟ ଦୁଇ ମାସ ଧରି ହାଇକୋର୍ଟ ବାର୍ ଆସୋସିଏଶନ୍ ପକ୍ଷରୁ ଜାରି ରହିଥିବା କୋର୍ଟ ବର୍ଜନ ଆନ୍ଦୋଳନରୁ ଓହରିବାକୁ ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି। ଫଳରେ ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ଓକିଲ। ହାଇକୋର୍ଟ…
ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ମୟୂର ଭଳି ବିରଳ ମାଛ
ରାଜନଗର,୧।୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର ମତ୍ସଜୀବୀ ମଦନ ଦେବନାଥ ଟ୍ରଲର ଯୋଗେ ସମୁଦ୍ରରେ ମାଛ ଧରୁଥିବା ବେଳେ ଶୁକ୍ରବାର ଏକ ବିରଳ ମାଛ ଧରିଛନ୍ତି। ମାଛଟି ଦେଖିବାକୁ ଲମ୍ବାଳିଆ ହୋଇଥିବା ବେଳେ ମୁହଁଟି ଥଣ୍ଟ ଆକୃତିର ହୋଇଛି।…
ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୧(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା ବାଲିଯୋରୀ ଉଚ୍ଚ ପ୍ରାଥମିକ ଉନ୍ନିତ ସ୍କୁଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଡ଼ରେ ଜଣେ ୫ମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ସେ ହେଲେ ଶିବ ଧୁରୁଆ। ତାଙ୍କ ଗାଲ, ଆଖି…
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା: ପୁଅକୁ ମାରିଦେଇଥିବା ଅଭିଯୋଗ ଆଣିଲା ପରିବାର
ଚନ୍ଦାହାଣ୍ଡି, ୧।୧୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଫଟକିଗ୍ରାମ ନିକଟସ୍ଥ ଏକ ମହୁଲ ଗଛରେ ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସେମାନେ ହେଲେ ଉକ୍ତ ଗ୍ରାମର ନୂର୍ତ୍ତନ ନାୟକ(୨୬) ଓ ପ୍ରେମିକା ସବନମ୍ ବେଗମ(୧୯)। ଝିଅଘର ଲୋକେ…
ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା
ଭୁବନେଶ୍ୱର,୧।୧୧(ବ୍ୟୁରୋ): କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବ। ଏହାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରାଯି। ସରକାରଙ୍କ ନଗର ଉନ୍ନୟନ, ସଂସ୍କୃତ ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ ମଧ୍ୟ କରାଯିବ ବୋଲି ଶୁକ୍ରବାର ଏକ ପ୍ରସ୍ତୁତି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ…
ଏଥର ସଚିବ ନୁହନ୍ତି, ଭଦ୍ରକ ଜିଲା ଚିକିତ୍ସାଳୟକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଚାନକ ଗସ୍ତ
ଭଦ୍ରକ ଅଫିସ,୧।୧୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଶୁକ୍ରବାର ଭଦ୍ରକ ଜିଲା ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି। ତାଙ୍କ ସହ ଏମ୍ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମାଲିକ, ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ପହଞ୍ଚି ବିଭିନ୍ନ ଓ୍ବାର୍ଡ…
ଅଲିଭ ରିଡ୍ଲେଙ୍କ ସୁରକ୍ଷା ଚିନ୍ତା: ଅସ୍ତରଙ୍ଗ ଦେବୀମୁହାଁଣରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛଧରା ବନ୍ଦ
କାକଟପୁର,୧।୧୧(ଡି.ଏନ୍.ଏ.): ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ଶୁକ୍ରବାରଠାରୁ ଅସ୍ତରଙ୍ଗ ଦେବୀମୁହାଁଣଠାରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛ ଧରା ଉପରେ ସରକାର କଟକଣା ଜାରି କରିଛନ୍ତି। ନଭେମ୍ବର ୧ରୁ ମେ’ ୩୦ ତାରିଖ ପର୍ଯ୍ୟନ୍ତ ମାଛଧରା ଉପରେ ଏହି ନିଷିଧାଦେଶ…
୬ରେ ଓଡ଼ିଶା ଆସିବେ ଆନ୍ନା ହଜାରେ
ଭୁବନେଶ୍ୱର,୧।୧୧(ବ୍ୟୁରୋ): ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସଂଗଠନର ଏହା ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ। ତେବେ…
ଆଜିଠୁ ଏଫ୍ଆଇଏଚ୍ ଅଲିମ୍ପିକ କ୍ୱାଲିଫାୟର୍ସ ହକି ମ୍ୟାଚ୍ : ଭୁବନେଶ୍ୱରରେ ଟ୍ରାଫିକ କଟକଣା
ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାରଠାରୁ କଳିଙ୍ଗ ଷ୍ଟାଡିୟମରେ ହକିର ମେଗା ଇଭେଣ୍ଟ ଆରମ୍ଭ ହେବ। ଏଫ୍ଆଇଏଚ୍ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ହକି ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ଭିତରେ ଓ ବାହାରେ ଗହଳି ଲାଗି ରହିବ। ସହରରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ…
ଏସ୍ସିବି ମେଡିକାଲ : କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା
କଟକ ଅଫିସ,୧।୧୧: ଏସ୍ସିବି ମେଡିକାଲରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା ପ୍ରକାଶ ପାଇଛି। ଗୁରୁବାର ମେଡିକାଲର ଅଡିଟୋରିୟମ ହଲ୍ରେ ଏ ନେଇ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବମ୍ବେର ଅବସରପ୍ରାପ୍ତ ବରିଷ୍ଠ ପ୍ରଫେସର ଡା. ବତ୍ସଳା ତ୍ରିବେଦୀ, ହାଇଦ୍ରାବାଦର…
୨୪ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମ୍ନି ମିଟ୍ : ଯୋଗଦେବେ ୮ ହଜାରରୁ ଅଧିକ ପୂର୍ବତନ ଛାତ୍ରୀଛାତ୍ର
ଭୁବନେଶ୍ୱର,୧।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବ୍ଲି ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲଗାତର ୫ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ମଝିରେ ଏକ ନୂଆ କାର୍ଯ୍ୟକ୍ରମ ହେବା ନେଇ ଗୁରୁବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ…

