ଚିକିଛା ଅଭାବୁ ମୁର୍‌ତୁ ସଂଗେ ଯୁଝୁଛନ୍‌ ରବି

 

କୋମନା, ୨।୧୧(ଡି.ଏନ୍‌.ଏ.)-
ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଙ୍ଗ ପଁଚେତ୍‌ ଅଧୀନ ଖଜୁରବାହାଲ ଗଁାର ରବି ରାଉତ(୩୬)। ସେ ମାସକେତେ ତଲେ ଗୁଟେ ଦୁରଘଟନାର ଶିକାର ହେଇ ସେ ଖଟେ ପଡ଼ି ରହିଛନ୍‌। ଏନ୍‌ତାଥି ଟଁକା ପଏସା ଅଭାବ୍‌କେ ଚିକିଛା ଅଭାବୁ ସେ ମୁର୍‌ତୁ ସଂଗେ ଯୁଝୁଥିବାର ପରିବାର ଲୋକ୍‌ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଆଏଜ୍‌କେ ଦୁଇମାସ ତଲେ ରବି ଗୁଟେ ସଡ଼କ ଦୁରଘଟନାର ଶିକାର ହେଇଥିଲେ। ପରିବାର ଲୋକ୍‌ ଚିକିଛା ଲାଗି ତାହାକୁ ରାୟପୁରର ରାମକ୍ରୀଷ୍ଣ କେଆର ହସ୍ପିଟାଲରେ ଭରତି କରିଥିଲେ। ସେଠାନେ ସେ ଦିନାକେତେ ଚିକିଛିତ୍‌ ହେଲା ଉତାରୁ ଉଚ ଚିକିଛା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ବଲି ଡାକ୍‌ତର କହିଥିଲେ। ଏନ୍‌ତାଥି ପରିବାର ଲୁକ୍‌କର ମୁଡ଼େ ଚଡ଼କ ପଡ଼ିଥିଲା। ଟଁକା ପଏସା ଅଭାବୁ ପରିବାର ଲୋକ୍‌ ମୁହୁଁକାନ ଶୁଖେଇ ରବିକୁଁ ଅଧାତିଆ ଚିକିଛା କରେଇ ଘରକେ ଫିରେଇ ଆନ୍‌ଲେ। ଏହେଦେ ରବି ଚିକିଛା ଅଭାବୁ ଘରେ କୋମା ଅବସ୍‌ତାରେ ମୁର୍‌ତୁ ସଂଗେ ଯୁଝୁଥିବାର ଦେଖ୍‌ବାକେ ମିଲିଛେ। ରବିକଁର ଏନ୍‌ତା ଅବସ୍‌ତା ଦେଖି ବୁଢ଼ି ମା’ ପିଲାବାଇ ରାଉତ, ମାଏକିନା ସୁକାନ୍ତି ଆର ୪ ଝି’ ଦୁଖ୍‌ଥି ଭାଂଗି ପଡ଼ିଛନ୍‌। ସଭେ ହରମେଶା ରବିକଁର ଚିକିଛା ଚିନ୍‌ତାରେ ଆଖିଥୁ ଲହ ଗଡ଼ଉଛନ୍‌। ଇଅଡ଼େ ଘରର ଗୁଟେବଲି ରୁଜ୍‌ଗାରିଆ ଲୋକ୍‌ ଖଟେ ପଡ଼ି ରହିଲାବେଲେ ପରିବାରର ବୋଝ୍‌ ସୁକାନ୍ତିକଁର ଉପରେ ପଡ଼ିଛେ। ସୁକାନ୍ତି ଫିଦିନ କୁଲିମଜୁରି କରି ଆନ୍‌ଲେ ଯାଇ ଘରର ଚୁଲି ଜଲୁଛେ। ଇ ଦୁଖି ପରିବାରକେ ମିଲୁଥିବାର ସରକାରୀ ସାହାଯ୍‌ କହେଲେ ମାସିକ ୨୫ କେ.ଜି. ଚାଉଲ ଆର ବୁଢ଼ି ମା’ ପାଉଥିବାର ୫ଶହ ଟଁକା ଭତା। ଏନ୍‌ତାଥି ଉପେ ଶୂଇନ୍‌ ସୁକାନ୍ତି ଗଣମାଧ୍ୟମ ଜରିଆରେ ଆପ୍‌ନେ ରବିକଁର ଚିକିଛା ସାହାଯ୍‌ ଲାଗି ଜିଲା ପରଶାସନ ଆର ଜିଲା ସୁଆସ୍‌ତିଅ ବିଭାଗକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ମହାବୀର ପର୍ବତ ଛାଡି ଉଦାରମା ଜଙ୍ଗଲ ଗଲେ ୨୬ ଟିକିଆ ହାତୀପଲ

ବଡ଼ଗାଁ,୧୧ା୯(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ମହାବୀର ପର୍ବତରେ ମାସେ ହେଲା ଅବସ୍ଥାନ କରିଥିବା ୨୬ ଟିକିଆ ହାତୀପଲ ମହାବୀର ପର୍ବତରୁ ବାହାରି…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?