ରାଜ୍ୟ

ଫେଲ୍‌ ମାରିବା ପରେ ବଦଳିଲା ସର୍ବକ୍ଷମା ଯୋଜନା: ଅଧିକ ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୮ା୮(ବ୍ୟୁରୋ): ସହରରେ ଘର କରିବାକୁ ହେଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କିମ୍ବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଠାରୁ ଅନୁମତି ନେବାକୁ ପଡ଼ିବ। ଯଦି ଘରଟି ବେନିୟମ ଭାବେ ନିର୍ମିତ ହୋଇଥାଏ ତାହା ହେଲେ ପରବର୍ତ୍ତୀ ସମୟରେ ତାହାକୁ ବିଡିଏ…

ପୁଣି ୫ ଘରୋଇ ଶିକ୍ଷାନୁଷ୍ଠାନର ଏନ୍‌ଓସି ରଦ୍ଦ

ଗୋପ,୮ା୮(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ୍‌ ଅଞ୍ଚଳରେ ଥିବା ବେଆଇନ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ଏନ୍‌ଓସି ରଦ୍ଦ କରାଯାଉଛି। ତେବେ ବୁଧବାର ଆଉ ୫ ଘରୋଇ ଶିକ୍ଷାନୁଷ୍ଠାନର ଏନଓସି ରଦ୍ଦ କରାଯାଇଥିବା ଗୋପ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି…

ପ୍ରାଚୀନ ବୃଷଭ ପ୍ରତିମୂର୍ତ୍ତିକୁ ଫିଙ୍ଗିଦେଲେ

ପୁରୁଣା ଭୁବନେଶ୍ୱର, ୮ା୮(ଡି.ଏନ.ଏ.): ଏକାମ୍ର କ୍ଷେତ୍ରର ଐତିହ୍ୟ ଓ ପୂରାତନ ମନ୍ଦିରଗୁଡ଼ିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ପାଇଁ ସରକାର ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ କେତେଜଣଙ୍କ ପାଇଁ କୀର୍ତ୍ତିରାଜି କ୍ରମଶଃ ଧ୍ୱଂସ ହେବାରେ ଲାଗିଛି।…

ପ୍ରତିବନ୍ଧକ ସାଜିଛି ପରିବର୍ତ୍ତିତ ପାଣିପାଗ: କୃଷିକ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି; ମନ୍ତ୍ରୀ

ଭୁବନେଶ୍ୱର,୮ା୮(ବ୍ୟୁରୋ): ୨୦୨୨ ସୁଦ୍ଧା ରାଜ୍ୟରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷରେ ‘ଅନନ୍ୟା’ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ମିଳିତ ସହଯୋଗରେ ବୁଧବାର କୃଷି ବିଶେଷଜ୍ଞଙ୍କ ଏକ ମତବିନିମୟ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ…

ଆରମ୍ଭ ହେଲା ଅଦଳବଦଳ ପ୍ରକ୍ରିୟା: ନନ୍ଦନକାନନ ଆସିଲେ ୩ ନୂଆ ଅତିଥି

ବାରଙ୍ଗ,୮ା୮(ଡି.ଏନ୍‌.ଏ.): ଚଳିତବର୍ଷର ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଆରମ୍ଭ ହୋଇଛି। ଅଗଷ୍ଟ ମାସରେ ୩ଟି ପର୍ଯ୍ୟାୟରେ ନନ୍ଦନକାନନକୁ ନୂଆ ଅତିଥି ଆସିବା ନେଇ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ପ୍ରଥମ ପର୍ଯ୍ୟାୟକୁ ଛାଡି ଦ୍ୱିତୀୟ ପର୍ଯ୍ୟାୟ ଅଦଳବଦଳ…

ଉଲିବୁରୁ ଖଣି ଦୁର୍ନୀତି: ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ, ୮ା୮: ରାଜ୍ୟର ବହୁଚର୍ଚ୍ଚିତ କେନ୍ଦୁଝର ଜିଲା ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଛି। ଜଷ୍ଟିସ୍‌ ଡି. ଦାସ ଦୀପକଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଆସନ୍ତା ଡିସେମ୍ବର ସୁଦ୍ଧା…

ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମିଳିଲାନି ରହିତାଦେଶ; କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୮ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଗେଜେଟ୍‌ ନୋଟିଫିକେଶନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଓ ଜଷ୍ଟିସ୍‌ କେ.ଆର୍‌. ମହାପାତ୍ରଙ୍କୁ…

କଟକରେ ୩ ଜଣଙ୍କ ଗଳାକାଟି ହତ୍ୟା ମାମଲା: ନାରାୟଣଙ୍କ ସ୍ତ୍ରୀଙ୍କ ପକ୍ଷରୁ ମାମଲା ରୁଜୁ

କଟକ ଅଫିସ, ୮ା୮: କଟକରେ କିଛିଦିନ ତଳେ ୨୪ଘଣ୍ଟା ମଧ୍ୟରେ ୩ଜଣଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ନୟାଗଡ଼ ଅଞ୍ଚଳର ନାରାୟଣ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାରାୟଣ ଓଏମ୍‌ପି ଅଞ୍ଚଳରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡରେ…

ରୋଗୀଙ୍କ ଜୀବନ ସହ ଖେଳ: ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ବୁହା

ତାଳଚେର,୮ା୮(ନି.ପ୍ର.)  ରୋଗୀଙ୍କ ଜୀବନ ରକ୍ଷାରେ ଆମ୍ବୁଲାନ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌) ହସ୍ପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ପରିବହନ କରୁଛନ୍ତି। ଏପରି ଘଟଣା ଜଣାପଡ଼ିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ…

ଲଗାଣ ବର୍ଷାରେ ବଡ଼ଚଣାରେ ଜନଜୀବନ ପ୍ରଭାବିତ: ବ୍ୟାପକ ଫସଲ ଜଳମଗ୍ନ

ଚଣ୍ଡିଖୋଲ,୮ା୮(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ବୁଧବାର ବର୍ଷା ଲାଗିରହିଛି। ଫଳରେ ବଡ଼ଚଣା ବ୍ଲକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ଛତିଆ, ବଡ଼ଚଣା ଓ ବାଲିକୁଦା ବଜାର ଲଗାଣ ବର୍ଷା ଯୋଗୁ ଜନଶୂନ୍ୟ ରହିଥିଲା। ଅପରପକ୍ଷେ…

୫ ଜିଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର, ୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଛି। ଏହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି।…

ଚଣ୍ଡିମନ୍ଦିର ପରିଚାଳନା ବିଭ୍ରାଟ ନେଇ ବଢୁଛି ଅସନ୍ତୋଷ: କାର୍ଯ୍ୟକାରୀ ହେଉନି ଦେବୋତ୍ତର କମିଶନରଙ୍କ ଆଦେଶ

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଚଣ୍ଡିଖୋଲର ଚଣ୍ଡିମାତା ମନ୍ଦିର ପରିଚାଳନା କ୍ଷେତ୍ରରେ ଦୀର୍ଘଦିନ ହେବ ବିଭ୍ରାଟ ହେବା ପରେ ଏହାକୁ ନେଇ ଦେବୋତ୍ତର କମିଶନରେ ମାମଲା ରୁଜୁ ହୋଇଥିଲା। କମିଶନର ଏଠାରେ ଗଠିତ ଟ୍ରଷ୍ଟ ବୋର୍ଡକୁ ରଦ୍ଦ କରି ସ୍ଥାୟୀ ପରିଚାଳନା କମିଟି ଗଠନ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri