କମିଶନରେଟ ପୋଲିସର ଅପରାଧ ସମୀକ୍ଷା ବୈଠକ: ବିଶୃଙ୍ଖଳାକାରୀଙ୍କ ବିରୋଧରେ ଲାଗିବ ଏନ୍‌ଏସ୍‌ଏ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ସୋମବାର ତ୍ରୈମାସିକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ସହରର ବିଭିନ୍ନ ଜୋନ୍‌ ଏସିପି ଓ ଥାନା ଅଧିକାରୀ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ସହ ଅପରାଧ ନିୟନ୍ତ୍ରଣ ଓ ଅପରାଧୀଙ୍କୁ କିପରି ସାବାଡ୍‌ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା। ଏଣିକି ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ଅପରାଧ ରେକର୍ଡ ଯାଞ୍ଚ କରିବା ପରେ ଏନ୍‌ଏସ୍‌ଏରେ ବୁକ୍‌ କରାଯାଇ ଜେଲ୍‌ ପଠାଇବାକୁ ଉପସ୍ଥିତ ଥାନାଧିକାରୀଙ୍କୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଥିଲେ।
ସେହିଭଳି ଯେଉଁମାନଙ୍କ ନାମରେ ଏକାଧିକ ମାମଲା ରହିଛି ଓ ଜେଲରୁ ବାହାରି ପୁଣି ଅପରାଧ ଘଟାଉଛନ୍ତି, ୧୧୦ ଲଗାଇ ସେମାନଙ୍କୁ କୋର୍ଟଚାଲାଣ କରିବାକୁ ମଧ୍ୟ କୁହାଯାଇଛି। ମୋବାଇଲ ଫୋନ୍‌, ବାଇକ ଓ ସିନ୍ଧି ଚୋରି ରୋକିବା ସହ ତଦନ୍ତ ତରିକା ବଦଳାଇ କିପରି ଅପରାଧୀଙ୍କୁ ଗିରଫ କରିହେବ ସେନେଇ ଆଲୋଚନା କରିଥିଲେ। ଏକାଧିକ ଥାନାରେ ପୁରୁଣା ମାମଲା ପଡିରହିଛି। ଫେରାର ଅପରାଧୀଙ୍କୁ ଧରି ଏସବୁ ମାମଲାକୁ ବନ୍ଦ କରିବାକୁ କୁହାଯାଇଛି। ବିଗତ କିଛିବର୍ଷ ହେବ କମିଶନରେଟ ପୋଲିସରେ ଦଣ୍ଡ ହାର କମ୍‌ ରହିଛି। ତେଣୁ ଅପରାଧୀଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ଯୋଗାଡ଼ କରିବାକୁ ପରାମର୍ଶ ଦିଆଯାଇଛି। ଏବେ ଏକାଧିକ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା ବଢିବାରେ ଲାଗିଛି। ଶୀଘ୍ର ମେଡିକାଲ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଣିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କଟକ ମଙ୍ଗଳାବାଗ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା ବଢିଥିବାରୁ ତୁରନ୍ତ ଏହାକୁ ଶେଷ କରିବାକୁ କମିଶନର ଥାନାଧିକାରୀଙ୍କୁ କହିଛନ୍ତି। ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ଦେଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆସିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ଷଡ଼ଙ୍ଗୀ ସତର୍କ କରାଇଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମରେ କମିଶନରେଟ ପୋଲିସର ୩ ଥାନା ଅଧିକାରୀଙ୍କ କାର୍ଯ୍ୟ ସମ୍ପାଦନ ବା ପ୍ରଦର୍ଶନ ଭଲ ନ ଥିବାରୁ କମିଶନର ସେମାନଙ୍କୁ ତାଗିଦ କରିଥିଲେ। ଏହାସହ ଥାନା ଅଞ୍ଚଳରେ ଅନ୍ଧାରୁଆ ସ୍ଥାନଗୁଡ଼ିକରେ ପାଟ୍ରୋଲିଂ କଡାକଡି କରାଯିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri