ମନ ଜିଣିଲେ ‘ସୁପର ୨୨’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଗୋଡ଼ ନ ଥାଇ ବି ନାଚିବାର ଇଚ୍ଛା। ହାତ ନ ଥାଇ ବି ଅଭିନୟ କରିବାର ଇଚ୍ଛା। କଥା କହି ନ ପାରିଲେ ବି ଅନ୍ୟକୁ ହସାଇବାର ଇଚ୍ଛା। ଦିବ୍ୟାଙ୍ଗ ହେଲେ ବି ନିଜ ଦକ୍ଷତା ବଳରେ କିଛି ନୂଆ ଓ ଭିନ୍ନ କରିବାର ଇଚ୍ଛା। ଏଭଳି ଦୃଢ଼ ମନୋବଳ ନେଇ ମଞ୍ଚକୁ ଓହ୍ଲାଇଥିଲେ ଟିମ୍‌ ‘ସୁପର ୨୨’। ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ତାଙ୍କ ଦଳ ଦ୍ୱାରା ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ‘ସ୍ମାଇଲ୍‌ ପ୍ଲିଜ୍‌’ ପକ୍ଷରୁ ଆୟୋଜିତ ‘ସୁପର ୨୨’ ଶୋ’ରେ ଦର୍ଶକ ଦେଖିବାକୁ ପାଇଥିଲେ ରାଜ୍ୟର ବଛା ବଛା ପ୍ରତିଭାବାନ୍‌ ଦିବ୍ୟାଙ୍ଗ କଳାକାରମାନଙ୍କ କଳାନୈପୁଣ୍ୟ। ନୃତ୍ୟରୁ ଆରମ୍ଭକରି ଅଭିନୟ ପର୍ଯ୍ୟନ୍ତ ବିଭିନ୍ନ ମାଧ୍ୟମରେ ଦିବ୍ୟାଙ୍ଗମାନେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ।
ମନୋରଞ୍ଜନ ତଥା ଚଳଚ୍ଚିତ୍ର ଜଗତରେ ମୁଖ୍ୟ ଚରିତ୍ରରେ ପ୍ରତିଭାବାନ୍‌ ଦିବ୍ୟାଙ୍ଗମାନଙ୍କୁ ଅଭିନୟ କରିବାର ସୁଯୋଗ ଦେବା ଲକ୍ଷ୍ୟରେ ସୋମବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଥିଲା ଭିନ୍ନସ୍ବାଦର କାର୍ଯ୍ୟକ୍ରମ ‘ସୁପର ୨୨’। ‘ସ୍ମାଇଲ୍‌ ପ୍ଲିଜ୍‌’ ପକ୍ଷରୁ ଅଡିଶନ୍‌ ମାଧ୍ୟମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବଛାଯାଇଥିବା ୨୨ଜଣ ଦିବ୍ୟାଙ୍ଗ ନିଜ ଭିତରେ ଥିବା କଳାକୁ ବାହାରକୁ ଆଣିବାର ସୁଯୋଗ ପାଇଥିଲେ। ଭିନ୍ନକ୍ଷମ ହେଲେ ମଧ୍ୟ ସେମାନେ କିଛି ବି କରିବାକୁ ସକ୍ଷମ, ତାହାକୁ ପ୍ରମାଣିତ କରିଥିଲେ। ଏହି ଅବସରରେ ‘ସ୍ବାଭିମାନ’ର ମୁଖ୍ୟ ଶ୍ରୁତି ମହାପାତ୍ର, ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଦିଲୀପ ତୀର୍କି, ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ବିଶିଷ୍ଟ ସ୍ଥପତି ତଥା ରାଜ୍ୟ ସଭା ସଦସ୍ୟ ରଘୁନାଥ ମହାପାତ୍ର, ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଦିବ୍ୟାଙ୍ଗମାନଙ୍କୁ ସମାଜ ଉଚିତ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ। ଏଭଳି ଏକ ପ୍ରୟାସ ପାଇଁ ସବ୍ୟସାଚୀଙ୍କୁ ସମସ୍ତେ ପ୍ରଶଂସା କରିବା ସହ ‘ସ୍ମାଇଲ୍‌ ପ୍ଲିଜ୍‌’ ଅନୁଷ୍ଠାନକୁ ନିଜ ଏମ୍‌ପି ଲାଡ୍‌ରୁ ୨୧ଲକ୍ଷ ଟଙ୍କା ଦେବାକୁ ରଘୁନାଥ ମହାପାତ୍ର ଘୋଷଣା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ କ୍ରୀଡାବିତ୍‌ ଦୂତୀ ଚାନ୍ଦ୍‌, ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସମ୍ପାଦକ ତଥାଗତ ସତପଥୀ, ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ, ଅଭିନେତା ମିହିର ଦାସ, ବୁଦ୍ଧାଦିତ୍ୟ ଓ ଆକାଶ ଦାସ ନାୟକ, ସମ୍ବାଦ ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ଓଟିଭି ସହ ପ୍ରତିଷ୍ଠାତା ଜଗି ମଙ୍ଗତ ପଣ୍ଡା, ମଧୁକୁଞ୍ଜ ଅଗରବତି ମୁଖ୍ୟ ବିକାଶ ଅଗ୍ରଓ୍ବାଲ ପ୍ରମୁଖ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କାର ଚେକ୍‌ ସହ ଟ୍ରଫି ଏବଂ ଗିଫ୍ଟହାମ୍ପର ପ୍ରଦାନ କରାଯାଇଥିଲା। ପୁରସ୍କୃତ କରିଥିବା ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଥିଲେ ଗ୍ରୀନ୍‌ ଚିଲିଜ୍‌ର କେଶବ ରାଓ, ଟରେଣ୍ଟ ଆଡଭର୍ଟାଇଜର୍ସ ଜିଜ୍ଞାଶିଷ ମହାପାତ୍ର, ପ୍ରଯୋଜକ ଟୁଟୁ ନାୟକ, ନିର୍ଦ୍ଦେଶକ ବସନ୍ତ ସାହୁ, ଅଭିନେତ୍ରୀ ଏଲିନା ସାମନ୍ତରାୟ, ଭୂମିକା ଦାଶ, ବିଦ୍ୟୁସ୍ମିତା ଓ ସ୍ବପ୍ନା ପତି ପ୍ରମୁଖ। ସୁଲଗ୍ନା ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ନୃତ୍ୟ, ଅଭିନୟରେ ଦେଖାଇଲେ ପ୍ରତିଭା
ପ୍ରଥମ ପ୍ରସ୍ତୁତିରେ ପୋଲିଓରେ ଆକ୍ରାନ୍ତ ରାଉରକେଲାର ସୁନୀତା ସେଠୀ ଏବଂ ପିଣ୍ଟୁ ସେନାପତି ନିଜ ନୃତ୍ୟରେ ଦର୍ଶକଙ୍କୁ ଆଚମ୍ବିତ କରିବାପରେ ଦ୍ୱିତୀୟ ପ୍ରସ୍ତୁତିରେ ଦମ୍‌ଦାର ଅଭିନୟ ନେଇ ମଞ୍ଚକୁ ଆସିଥିଲେ ଆଦିତ୍ୟ ମହାନ୍ତି ଏବଂ ଶୁଭମ୍‌। ଫେସିଆଲ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇଥିବା ଆଦିତ୍ୟଙ୍କ ଅଭିନୟ ଉପସ୍ଥିତ ଦର୍ଶକଙ୍କର ଭରପୂର କରତାଳି ସାଉଁଟିଥିଲା। ଏହାପରେ ‘ବଡେମିଆଁ ଛୋଟେମିଆଁ’ ଗୀତର ତାଳରେ ତାଳ ମିଶାଇ ନାଚିଥିଲେ ଡ୍ବାର୍ଫିଜିମ୍‌ର ଶିକାର ହୋଇଥିବା ଲକ୍ଷ୍ମଣ ଏବଂ ପୂର୍ଣ୍ଣଚନ୍ଦ୍ର। କେବଳ ଏମାନେ ନୁହନ୍ତି, ଦୃଢ ଆମତ୍ବିଶ୍ୱାସ ସହିତ ବିଭିନ୍ନ ସାମାଜିକ ବାଧାବିଘ୍ନକୁ ପ୍ରତିହତ କରି ଏଭଳି ୨୨ଜଣ ପ୍ରତିଭା ନିଜ କଳାର ପ୍ରଦର୍ଶନ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ସୁକାନ୍ତ, ହରିହର, ଅନୁପମା, ତୃପ୍ତିମୟୀ, ଅଲ୍‌ତାଫ୍‌, ମଣ୍ଟୁ ଜେନା ଓ ଜୁଲି ପ୍ରମୁଖ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri