ଠେଲାପେଲା କରିବା ଯୋଗୁ ମହିଳାଙ୍କ ଗର୍ଭପାତ ହୋଇଥିବା ଅଭିଯୋଗ: ସୁନ୍ଦରଗଡ଼ ଏସ୍ପିଙ୍କ ନାଁରେ ମାମଲା
ସୁନ୍ଦରଗଡ଼, ୧୮।୮ (ଡି.ଏନ୍.ଏ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କନିକା ଗ୍ରାମରେ ଜୁଲାଇ ୪ରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ପୋଲିସ ସେତେବେଳେ ଫାଣ୍ଡି ଭଙ୍ଗାରୁଜା ଘଟଣାରେ…
ଅସିତଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି
ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜ୍ୟ ପ୍ରଶାସନର ଶୀର୍ଷସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଉନ୍ନୟନ କମିଶନର ଥିବା ଅସିତ କୁମାର ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ନିଯୁକ୍ତି ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ଶାସନ ସଚିବ ହୋଇଥିବାରୁ ଅସିତ ରାଜ୍ୟ ମୁଖ୍ୟ ଉନ୍ନୟନ…
ଚାଷୀଙ୍କ ଲାଗି ୬ ପ୍ରସ୍ତାବ ଦେଇଛି ରାଜ୍ୟ: ମନ୍ତ୍ରୀ
ଭୁବନେଶ୍ୱର,୧୭।୮(ବ୍ୟୁରୋ): ଦିଲ୍ଲୀ ନୀତି ଆୟୋଗ ବୈଠକରେ କୃଷକର ଅଧିକାର ଓ ଉନ୍ନତି ଦିଗରେ ଓଡ଼ିଶା ୬ଟି ପ୍ରସ୍ତାବ ଦେଇଛି। କୃଷିମନ୍ତ୍ରୀ ଅରୁଣ ସାହୁ ବୈଠକରୁ ଫେରିବା ପରେ ଶନିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାଗଚାଷୀ ଯେପରି ସହଜରେ କୃଷି…
‘ଧରିତ୍ରୀ’ ପ୍ରଭାବ: ଖବର ପ୍ରକାଶନ ପରେ ଲୁଣାବନ୍ଧ ଘାଇ ମରାମତି ଆରମ୍ଭ
କାକଟପୁର,୧୭।୮(ଡି.ଏନ୍.ଏ.): ପୁରୀ ଜିଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଲୁଣାବନ୍ଧର ଚତୁରା ଘେରି ନିକଟରେ ୫୦ଫୁଟ ଲମ୍ବର ଘାଇ ସୃଷ୍ଟି ହେବା ଯୋଗୁ ବନ୍ୟାପାଣି ନଗର ପଞ୍ଚାୟତର…
ଗାନ୍ଧୀ ଜୟନ୍ତୀରୁ କର୍କଟରୋଗୀଙ୍କୁ ଉପଶମ ଚିକିତ୍ସା
ଭୁବନେଶ୍ୱର,୧୭।୮(ବ୍ୟୁରୋ): ଆସନ୍ତା ଗାନ୍ଧୀ ଜୟନ୍ତୀରୁ କର୍କଟ ରୋଗୀଙ୍କୁ ରାଜ୍ୟ ସରକାର ଜିଲାସ୍ତରରେ ଉପଶମ ଚିକିତ୍ସା ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ୭ଟି ଜିଲାରେ ଏହି ସେବା ଆରମ୍ଭ ହେବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର…
ଧରାକୋଟ ବ୍ଲକରେ ଅଜଣା ଜନ୍ତୁ ଆତଙ୍କ, ୩୫ ଛେଳି ମୃତ
ଧରାକୋଟ,୧୭।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଉଗାଁ ପଞ୍ଚାୟତ ଅନ୍ତର୍ଗତ ବାହାଡ଼ାଗୁଡ଼ା ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଅଜଣା ଜନ୍ତୁ ଆକ୍ରମଣରେ ଗ୍ରାମର ଗଙ୍ଗା ଗୌଡ଼ ଓ ଅଶୋକ ଗୌଡ଼ଙ୍କ ୩୫ ଛେଳିଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।…
ବେଆଇନ ଖଣି ଖନନ: ଜିଲାପାଳଙ୍କ କୋର୍ଟରେ ଶୁଣାଣି, ୩ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ
କେନ୍ଦୁଝର, ୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଶନିବାର ବେଆଇନ ଖଣି ଖନନ ନେଇ ଜରିମାନା ଦେଇ ନ ଥିବା ୩ ଖଣି ମାଲିକଙ୍କ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ବି.କେ. ମହାନ୍ତି, ଭଞ୍ଜ ମିନେରାଲସ୍ ଏବଂ ବାସୁଦେବ ଅଗ୍ରୱାଲ ଖଣି ଲିଜଧାରୀମାନଙ୍କ…
ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପପୁ ପମ୍ପମ୍
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍ପମ୍ ପୁଣି ଥରେ ବିବାଦକୁ ଟାଣିହୋଇ ଆସିଛନ୍ତି। ଏଥର ସେ ନିଜର ଆଗାମୀ ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପଡ଼ିଛନ୍ତି। ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବାକୁ ଯାଉଥିବା ପପୁଙ୍କର ଆଗାମୀ ସିନେମା…
ଚିଲିକା ପାଇଁ ୧୫୮ କୋଟି: ଉପକୃତ ହେବେ ୨ ଲକ୍ଷ ମତ୍ସ୍ୟଜୀବୀ
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟର ପ୍ରମୁଖ ୩ଟି ଆର୍ଦ୍ରଭୂମି ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି। ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ଏହି ମଞ୍ଜୁରୀ ମିଳିଛି। ଏହି ଅବସରରେ ଚିଲିକା ହ୍ରଦର ସମନ୍ବିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ…
ସର୍ଭେ କରୁଥିବା ବେଳେ ପଙ୍ଗାମ ନଦୀକୁ ଖସିଲେ ଜଣେ କର୍ମଚାରୀ, ଉଦ୍ଧାର କାର୍ଯ୍ୟ ଜାରି
ମାଲକାନଗିରି,୧୭।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ପଙ୍ଗାମ ନଦୀ ପୋଲ ସର୍ଭେ କରିବାକୁ ଯାଇଥିବା ବେଳେ ନଦୀକୁ ଜଣେ କର୍ମଚାରୀ ଖସି ପଡ଼ିଛନ୍ତି। ସେ ହେଲେ ସୌଭାଗ୍ୟ ମହାରଣା। ସୌଭାଗ୍ୟ ନିଖୋଜ ଥିବା ବେଳେ ଘଟଣାସ୍ଥଳରେ ମାଥିଲି ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି…
ହୀରାକୁଦର ୫ଟି ଗେଟ୍ ବନ୍ଦ
ସମ୍ବଲପୁର, ୧୭।୮(ବ୍ୟୁରୋ): ସବୁ ନଦୀରେ ଜଳସ୍ତର କମିଛି। ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ିଯାଇଛି। ଏ ନେଇ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ହୀରାକୁଦର ୧୦ରୁ ୫ଟି ଗେଟ ବନ୍ଦ…
ଉଛୁଳିଲା ଭାର୍ଗବୀ, ତଳିଆ ଅଞ୍ଚଳରେ ପଶିଲା ପାଣି
ପୁରୀ ଅଫିସ,୧୭।୮ – ହୀରାକୁଦ ଗେଟ୍ ଖୋଲାଯିବା ପରେ ମହାନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଫଳରେ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ଜିଲାର ଭାର୍ଗବୀ ନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ଏହା ଉଚ୍ଛୁଳିଛି। ଏହାକୁ…
Archives


