ନୂତନ ଜିଲା ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ଜିଲା ପାଇଁ କାହାକୁ ମିଳିଲା ଦାୟିତ୍ୱ..
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଶାସକ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନୂତନ ଜିଲା ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ଜିଲା: କାହାକୁ ମିଳିଲା ଦାୟିତ୍ୱ ନବରଙ୍ଗପୁର : ସଞ୍ଜୟ କୁମାର ଦାସବର୍ମା ରାୟଗଡ଼ା : ସଞ୍ଜୟ କୁମାର ଦାସବର୍ମା…
କାଲିଠୁ ଓଡ଼ିଆରେ ମିଳିବ ରେଳ ଟିକେଟ
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଏଣିକି ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ । ଅଣସଂରକ୍ଷିତ ରେଳ ଟିକେଟ ମଧ୍ୟ ଓଡ଼ିଆ ଭାଷାରେ ମିଳିବ। ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରେଳ ସଦନରେ ଉଦ୍ଘାଟନ କରିବା ପରେ ଯାତ୍ରୀମାନଙ୍କୁ ଏହି ସୁବିଧା ଉପଲବ୍ଧ ହେବ…
ଛକନା ହତ୍ୟାକାଣ୍ଡ: ବୀମା ଟଙ୍କା ପାଇଁ ମା’ଙ୍କୁ ହତ୍ୟା, ଲୁଣା ନଦୀରେ ଫିଙ୍ଗିଥିଲେ; ସାବତ ପୁଅ, ବୋହୁ, ସହଯୋଗୀ ଗିରଫ
କେନ୍ଦ୍ରାପଡା ଅଫିସ, ୨୩।୮- କେନ୍ଦ୍ରାପଡ଼ା ସଦର ଥାନା ଛକନା ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ସ୍ତ୍ରୀ ସସ୍ମିତା ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ୩ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ସଶ୍ମିତାଙ୍କ ସାବତ ପୁଅ ସନ୍ତୋଷ (୨୫), ବୋହୁ ଦେବସ୍ମିତା (୨୪) ଏବଂ…
ଶ୍ରୀମନ୍ଦିରର ସୁରକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ସୁପାରିଶ କାର୍ଯ୍ୟକାରୀ କରିବା ଜରୁରୀ, ମହାପ୍ରଭୁଙ୍କ ସେବା ଭାବି ସହଯୋଗ କରନ୍ତୁ; କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯିବ
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରୀର ବିକାଶ ପାଇଁ ୫ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ବାତ୍ୟା ଫନୀରେ ଭୁଷୁଡ଼ି ପଡ଼ିଥିବା ବିଭିନ୍ନ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଏହାକୁ…
ହିନ୍ଦୋଳରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ
ହିନ୍ଦୋଳ, ୨୩।୮(ଡି.ଏନ.ଏ): ଢ଼େଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରlସୋଳ ଥାନା କାରନ୍ଦା କେଳା ଟାଙ୍ଗର ସାହିରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଜଣଙ୍କ ହେଲେ ୫୫ ବର୍ଷୀୟ ମଙ୍ଗରାଜ ସାହୁ। ସୂଚନାଯୋଗ୍ୟ, ମଙ୍ଗରାଜଙ୍କ ୨ଜଣ ସ୍ତ୍ରୀ ରହିଥିବା ବେଳେ…
ପୁରୀର ବିକାଶ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା; ସରକାରଙ୍କ ଉଦ୍ୟମରେ ସହଯୋଗ କରିବାକୁ ପୁରୀବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ: ଜାଣନ୍ତୁ ସବିଶେଷ ତଥ୍ୟ
ଭୁବନେଶ୍ୱର,୨୩।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ବିକାଶ ପାଇଁ ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। ସହରରେ ଭିତ୍ତିଭୂମି ବିକାଶ, ନୂତନ ବହୁ ଥାକିଆ ରାସ୍ତା, ସେତୁ, ପାର୍କିଂ ସୁବିଧା, ମୁଷା ନଦୀର ପୁନରୁଦ୍ଧାର, ସିକ୍ୟୁରିଟି ଜୋନ୍ରେ ଥିବା…
ରାସ୍ତାକଡ଼ରେ ପ୍ରସବ କଲେ ମହିଳା
ବ୍ରହ୍ମପୁର ଅଫିସ, ୨୩।୮- ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା କୋର୍ଟପେଟା ଛକ ରାସ୍ତାକଡ଼ରେ ଶୁକ୍ରବାର ଜଣେ ମହିଳା ଶିଶୁକନ୍ୟା ପ୍ରସବ କରିଛନ୍ତି। ସେ ହେଲେ ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତିଆପଲ୍ଲୀର କେ. ପାର୍ବତୀ(୨୫)। ଏବେ ଉଭୟ ମା ଓ ଶିଶୁ ସୁସ୍ଥ…
ସୌଭାଗ୍ୟ ଜ୍ୟୋତି ବିଦ୍ୟୁତ୍ ଯୋଜନା ଫେଲ୍
ଗୋଲାମୁଣ୍ଡା,୨୩।୮ (ଡି.ଏନ.ଏ.)-କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ସୌଭାଗ୍ୟ ଜ୍ୟୋତି ବିଦ୍ୟୁତ୍ ଯୋଜନା ଫେଲ ମାରୁଛି। ଗୋଲାମୁଣ୍ଡା ବ୍ଲକ ଅଧୀନ ଚପ୍ରିଆ ଗଁାରେ ଦୀର୍ଘ ଏକ ବର୍ଷ ହେବ ଗରିବ ହିତାଧିକାରୀଙ୍କ ଘରେ ଘରେ ମିଟର ଖାଞ୍ଜା ଯାଇଥିବା ବେଳେ ବିଦ୍ୟୁତ୍ ସଂଯୋଗ…
ଅବ୍ୟବସ୍ଥାରେ ଅରେବେଡା ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ବିପଦସଙ୍କୁଳ କୋଠାରେ ପାଠପଢ଼ା; ବର୍ଷାରେ ଛାତରୁ ପାଣି ଗଳୁଛି
ଭବାନୀପାଟଣା/କଲମପୁର,୨୩।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରଣମାଳ ପଞ୍ଚାୟତ ଅରେବେଡା ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଗତି କରୁଛି। ୧୯୪୨ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଏଠାରେ ସମୂଦାୟ ୧୮୦ ଜଣ…
ଜିଲା ଚିକିତ୍ସାଳୟରେ ଆରମ୍ଭ ହେଲା ‘ସଖୀ’: ଗୋଟିଏ ଛାତ ତଳେ ମହିଳାଙ୍କୁ ସମସ୍ତ ସହାୟତା
ଢେଙ୍କାନାଳ ଅଫିସ, ୨୩।୮-ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଷଷ୍ଠ ମହଲାରେ ୱାନ୍ ଷ୍ଟପ୍ ସେଣ୍ଟର ‘ସଖୀ’ ସହାୟତା କେନ୍ଦ୍ର ଗୁରୁବାର ଲୋକାର୍ପିତ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାକୁ ଉଦ୍ଘାଟନ କରିଥିଲେ। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ,…
ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରସଙ୍ଗ:ବିବାଦୀୟ ହେବାକୁ ଚାହୁଁନି ପ୍ରଶାସନ
ପୁରୀ ଅଫିସ, ୨୩ା୮:ମେଘନାଦ ପାଚେରିକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। କେବଳ କେତେକ ମନ୍ଦିର ଓ ମଠକୁ ଛାଡ଼ି ବାକି ସମସ୍ତ ନିର୍ମାଣକୁ ଭାଙ୍ଗିଦେଇଛି ପ୍ରଶାସନ। ଉତ୍ତର ପାର୍ଶ୍ୱରେ ଗୋଟିଏ, ଦକ୍ଷିଣ ଓ…
ବେଳାଭୂମି ଅପରିଷ୍କାର କଲେ ଜରିମାନା ଗଣିବେ ପର୍ଯ୍ୟଟକ
ପୁରୀ ଅଫିସ, ୨୩ା୮:ପୁରୀକୁ ପ୍ରତ୍ୟହ ଦେଶ, ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ରହିଛି ମନୋରମ ବେଳାଭୂମି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ସଂଖ୍ୟାଧିକ ପର୍ଯ୍ୟଟକଙ୍କ ଖାସ୍ ଆକର୍ଷଣ ସାଜିଥାଏ ଏହି ବେଳାଭୂମି। ଏହାର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଦି ଘେରା ବୁଲି…
Archives


