ଖରିଫ ଧାନ ସଂଗ୍ରହ ୨୦୧୯-୨୦:ଆଗୁଆ ହେବ ଟୋକନ୍‌ ବ୍ୟବସ୍ଥା

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ଚଳିତ ଆର୍ଥିକ ବର୍ଷ(୨୦୧୮-୧୯)ରେ ଧାନ ସଂଗ୍ରହ ପାଇଁ ଆଗୁଆ ଟୋକନ୍‌ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ଧାନ ସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛତା, ଶୃଙ୍ଖଳା ଓ ପାରଦର୍ଶିତା ସହ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସମ୍ପୃକ୍ତ ଜିଲା ପ୍ରଶାସନ ଏବଂ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଅନିୟମିତତା ରୋକିବାରେ ଟୋକନ୍‌ ବ୍ୟବସ୍ଥା ସଫଳ ହେବ ବୋଲି ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି ା
ଧାନ ସଂଗ୍ରହର ଧାର୍ଯ୍ୟ ସମୟ ପୂର୍ବରୁ ସେମାନଙ୍କ ବିକ୍ରି ଯୋଗ୍ୟ ଧାନ ସହ ସମ୍ପୃକ୍ତ ମଣ୍ଡିରେ ଉପସ୍ଥିତ ରହିବା ପାଇଁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଚାଷୀଙ୍କ ପଞ୍ଜୀକୃତ ନମ୍ବରକୁ ବାର୍ତ୍ତା ପ୍ରେରଣ କରାଯିବ। ଅଗ୍ରିମ ଟୋକନ୍‌ ତାଲିକା କ୍ରୟକାରୀ ସୋସାଇଟି/ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) କାର୍ଯ୍ୟାଳୟରେ ମଧ୍ୟ ଉପଲବ୍ଧ ହେଉଥିବା ସରକାର ସୂଚନା ଦେଇଛନ୍ତି। ଚାଷୀମାନେ ମଧ୍ୟ ସୋସାଇଟି/ଗୋଷ୍ଠୀ କାର୍ଯ୍ୟାଳୟରୁ ଏସ୍‌ଏମ୍‌ଏସ୍‌ ବାର୍ତ୍ତା ଅନୁସାରେ ଟୋକନ୍‌ ସଂଗ୍ରହ କରି ମଣ୍ଡିକୁ ଆଣିପାରିବେ।
ପ୍ରଚଳନ କରାଯାଉଥିବା ଟୋକନ୍‌ ବ୍ୟବସ୍ଥା କୃତ୍ରିମ ହସ୍ତକ୍ଷେପରୁ ମୁକ୍ତ। ଏହା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପଦ୍ଧତିରେ କରାଯିବ। ପୂର୍ବରୁ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ/ଲ୍ୟାମ୍ପ୍ସ) ଟୋକନ୍‌ ପ୍ରଦାନ କରୁଥିଲେ। ହେଲେ ଏଥିରେ ଅନିୟମିତତା ହେଉଥିବା ଅଭିଯୋଗ ଆସିଥିଲା। ତେଣୁ ବ୍ୟବସ୍ଥାଗତ ଢାଞ୍ଚାକୁ ଅଧିକ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ଅନ୍‌ଲାଇନ ବ୍ୟବସ୍ଥାକୁ ଚଳିତଥର ଗୁରୁତ୍ୱ ଦିଆଯାଇଛି। ଏଣିକି ପ୍ରତି ମଣ୍ଡିରେ କ୍ଷୁଦ୍ର, ନାମମାତ୍ର, ମଧ୍ୟମ ଏବଂ ବଡଚାଷୀ ପୂର୍ବ ନିର୍ଦ୍ଧାରିତ ମାପକାଠି ଅନୁସାରେ ଧାନ ବିକ୍ରି କରିପାରିବେ। ନିର୍ଦ୍ଧାରିତ ସମୟରେ ଧାନ ନ ଆଣି ପାରିଲେ, ପରବର୍ତ୍ତୀ ସମୟରେ ମଧ୍ୟ କ୍ରୟ କରିବାକୁ ସୁଯୋଗ ଦିଆଯିବ। ବ୍ୟବସ୍ଥାରେ କୌଣସି ପ୍ରକାର ଅନିୟମିତତାକୁ ରୋକିବାକୁ ଅଧିକାରୀସ୍ତରରେ ଗୁରୁତ୍ୱ ଦିଆଯିବ। ଟୋକନ୍‌ ପାଇଁ ଚାଷୀ ଯେପରି ଅଧିକ ଧାଁ ଧଉଡ ନ କରେ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଚାଷୀ ଚିହ୍ନଟ ପାଇଁ ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଉଛି। କୌଣସି ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ ବ୍ୟକ୍ତିମାନେ ଆଧାର ପ୍ରମାଣପତ୍ର ପାଇଁ ଉପସ୍ଥିତ ନ ରହିଲେ ମଧ୍ୟ ସେମାନଙ୍କ ଧାନ କିଣାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କେନ୍ଦ୍ରୀକୃତ ଟୋକନ୍‌ ବ୍ୟବସ୍ଥା ଚାଷୀଙ୍କ ହିତ ଉଦ୍ଦେଶ୍ୟରେ ଅନୁପ୍ରେରିତ ବୋଲି ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?