ବନ୍ୟାର ୩ମାସ ପରେ ବି ସୁଧୁରିନି ସ୍ଥିତି

ବଲାଙ୍ଗୀର ଅଫିସ/ପୁଇଁତଲା, ୨୦ା୧୧ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲାରେ ଗତ ଅଗଷ୍ଟ ମାସରେ ପ୍ରଳୟଙ୍କରୀ ବନ୍ୟା ବିତ୍ପାତ ଦେଖାଦେଇଥିଲା। ରାସ୍ତାଘାଟ ଧୋଇ ହୋଇଯିବା ସହ ଘରଦ୍ୱାର ଭାଙ୍ଗି ପ୍ରଭୁତ କ୍ଷୟକ୍ଷତି ହୋଇଥିଲା। ପୁଇଁତଲା ବ୍ଳକ ଭାଲେର ପଞ୍ଚାୟତ ଅନ୍ତର୍ଗତ ଫଟକରା (କ) ଗାଁରେ ବନ୍ୟା ଜଳ ପଶି ଯାଇଥିଲା। ରାସ୍ତାଘାଟ ଧୋଇ ହୋଇଯିବା ସହ ଚାଷଜମି ବାଲିଚର ହୋଇ ଯାଇଥିଲା। ଇତିମଧ୍ୟରେ ବନ୍ୟା ହେବାର ୩ ମାସରୁ ଉର୍ଦ୍ଧ୍ୱ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ସ୍ଥିତି ସଳଖିନାହିଁ। ଫଟକରା ଛକରୁ ଗାଁ ଭିତରକୁ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତାର ଲକ୍ଷ୍ମୀଯୋର ପୋଲ ପାଖ ରାସ୍ତାର ୫ ମିଟର ଧୋଇ ହୋଇଯାଇଥିଲା। ଏହାବାଦ୍‌ ଉକ୍ତ ରାସ୍ତାର ଗାଁ ମୁଣ୍ଡରେ ପ୍ରାୟ ୧୮ ଫୁଟର ଗଭୀର ଗର୍ତ୍ତ ଖୋଳି ସେଠାରେ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଏହାବାଦ୍‌ ରାସ୍ତାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବର୍ଷାଜଳ କ୍ଷତିସାଧନ କରିଥିଲା। ବନ୍ୟା ପରେ କ୍ଷୟକ୍ଷତି ସମ୍ପର୍କରେ ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟକୁ ଗ୍ରାମବାସୀ ସୂଚନା ଦେଇଥିଲେ। ପଞ୍ଚାୟତ ନାଏବ ସରପଞ୍ଚ ଶଙ୍କର ଜାଲ ଏହି ଗାଁର ହୋଇଥିବାରୁ ତାଙ୍କ ନେତୃତ୍ୱରେ ଗ୍ରାମବାସୀ ଶୀଘ୍ର ରାସ୍ତା ମରାମତି ପାଇଁ ଦାବି ଜଣାଇଥିଲେ। ମାତ୍ର ବନ୍ୟାର ଦୀର୍ଘ ୩ ମାସ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ସରପଞ୍ଚ, ବିଡିଓ, ତହସିଲଦାର, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ କେହି କିଛି ବି ପଦକ୍ଷେପ ନେଲେନାହିଁ। ଫଳରେ ଏହି ଗାଁର ଧୋଇ ହୋଇଯାଇଥିବା ରାସ୍ତା ମରାମତି କରାଯାଇନାହିଁ। ମରାମତି ନ ହେବାରୁ ଗାଁ ଲୋକେ ହଇରାଣ ହରକତ ହେଉଛନ୍ତି। ସନ୍ଧ୍ୟା ପରେ ଏହି ରାସ୍ତାରେ ଯାତାୟାତ କରିବା ବିପଜ୍ଜନକ ହୋଇପଡିଛି। ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଧୋଇହେବା ସହ ଅନେକ ଚାଷୀଙ୍କ ଜମିରେ ବାଲିଚର ହୋଇଯାଇ ଫସଲ ନଷ୍ଟ ହୋଇଛି। ଏବେ ଗ୍ରାମବାସୀ ତିଆରି କରିଥିବା ପାଦଚଲା ଅସ୍ଥାୟୀ ବାଟରେ ଗ୍ରାମବାସୀ ଯିବା ଆସିବା କରୁଛନ୍ତି। ପ୍ରଶାସନିକ ଅବହେଳାକୁ ଆଖି ଆଗରେ ରଖି ମଙ୍ଗଳବାର ଗାଁରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ତୁରନ୍ତ ରାସ୍ତା ମରାମତି କରା ନ ଗଲେ ଗ୍ରାମବାସୀ ଜିଲାପାଳ ଅଫିସ ଫେରାଉ କରିବେ ବୋଲି ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri