ଜମି ଅଡ଼ୁଆ: ଆଗେଇପାରୁନି ମେଗା ତୈଳବୀଜ ବିହନ ହବ୍
ଭୁବନେଶ୍ୱର, ୩।।୯ (ବ୍ୟୁରୋ): ଡାଲିଜାତୀୟ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଓଡ଼ିଶାରେ ଏକ ମେଗା ତୈଳବୀଜ ବିହନ ହବ୍ ସ୍ଥାପନ କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଆସୁଥିଲେ। ତେବେ ଏଥିପାଇଁ ଆବଶ୍ୟକ ଜମି ମିଳୁ ନ ଥିବାରୁ ତାହା…
ବାରିଷ୍ଟର ରଣଜିତ୍ ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବ ଓ ସ୍ମାରକୀ ବକ୍ତୃତା:ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ରଣଜିତ୍ ମହାନ୍ତ
କଟକ ଅଫିସ,୩।୯: ଦେଶରେ ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ବାରିଷ୍ଟର ରଣଜିତ୍ ମହାନ୍ତି। ତାଙ୍କ ପ୍ରଚେଷ୍ଟାରେ ବାଙ୍ଗାଲୋରରେ ପ୍ରଥମ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲା। ପାଞ୍ଚବର୍ଷିଆ ଆଇନ ପାଠ୍ୟକ୍ରମ ପ୍ରଚଳନ ରଣଜିତ୍ଙ୍କ ମାନସ ସନ୍ତାନ ବୋଲି ଆଇନ ମନ୍ତ୍ରୀ ପ୍ରତାପ…
ବଜ୍ରପାତପ୍ରବଣ ରାଜ୍ୟ ଓଡ଼ିଶା: ୪ମାସରେ ୯ଲକ୍ଷ ଥର ବଜ୍ରପାତ
ଭୁବନେଶ୍ୱର, ୩।୯(ବ୍ୟୁରୋ): ଏକ ବଜ୍ରପାତ ପ୍ରବଣ ରାଜ୍ୟ ହୋଇ ମଧ୍ୟ ଓଡ଼ିଶା ଏହାର ମୁକାବିଲା କରିବାରେ ସଫଳ ସାବ୍ୟସ୍ତ ହୋଇଛି। ଆବଶ୍ୟକ ପଦକ୍ଷେପ ଏବଂ ଉଚିତ ସତର୍କତା ଗ୍ରହଣ କରାଯିବା ଫଳରେ ବଜ୍ରପାତ ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟରୁ ଯଥାସମ୍ଭବ ଓଡ଼ିଶାବାସୀଙ୍କ…
ଆଜି ଭଙ୍ଗାଯିବ ବଡ଼ ଆଖଡ଼ା ମଠ
ପୁରୀ ଅଫିସ,୩।୯: ଶ୍ରୀମନ୍ଦିର ସୁରକ୍ଷା ଆଉ ପୁରୀ ସହରର ବିକାଶ ପାଇଁ ମାଟିରେ ମିଶିବ ଆଉ ଏକ ଐତିହ୍ୟ। ତୃତୀୟ ମଠ ଭାବେ ସତ୍ତା ହରାଇବ ସିଂହଦ୍ୱାର ନିକଟ ବହୁ ପୁରାତନ ବଡ଼ ଆଖଡ଼ା ମଠ। ପୂର୍ବରୁ ଲଙ୍ଗୁଳି ମଠ ଭଙ୍ଗା…
୨ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ: ୬ ଜିଲାକୁ ୟେଲୋ ୱାର୍ନିଂ
ଭୁବନେଶ୍ୱର, ୩।୯(ବ୍ୟୁରୋ):ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ରବିବାର ରାତିରୁ ସୋମବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ସୁନ୍ଦରଗଡ଼ରେ ସର୍ବାଧିକ…
ଆଜି ନୂଆଁଖାଇ, ପୁରପଲ୍ଲୀ ଉତ୍ସବମୁଖର
ସମ୍ବଲପୁର,୩।୯(ବ୍ୟୁରୋ): ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ପୁରପଲ୍ଲୀ ଉତ୍ସବମୁଖର ହୋଇଛି। ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ଗଣପର୍ବ ପାଳିତ ହୋଇଥାଏ। ଇଷ୍ଟଦେବୀ ସମଲେଇଙ୍କ ନିକଟରେ ମଙ୍ଗଳବାର ନବାନ୍ନ ଭୋଗ ଲାଗିବ। ଏତଦ୍ବ୍ୟତୀତ ପଶ୍ଚିମ ଓଡ଼ିଶା…
ବିଶ୍ବ ନାରିକେଳ ଦିବସ ପାଳିତ: ଫନୀ କ୍ଷତିଗ୍ରସ୍ତ ନଡ଼ିଆଚାଷୀଙ୍କୁ କେନ୍ଦ୍ର ଦେବ ସହାୟତା
ଭୁବନେଶ୍ୱର, ୩।୯(ବ୍ୟୁରୋ): ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ। ଏଥିପାଇଁ ବିସ୍ତୃତ ରିପୋର୍ଟ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ସୋମବାର…
ଆରମ୍ଭ ହେଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ:୫୦ ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ
ଭୁବନେଶ୍ୱର,୩।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ…
ପିଏମ୍ କିଷାନ ଯୋଜନା ଲାଗି ତାଲିକା ଦେଲେ ଟଙ୍କା ମିଳିବ: ତୋମାର
ଭୁବନେଶ୍ୱର,୨ା୯(ବ୍ୟୁରୋ): ପିଏମ୍ କିଷାନ ଯୋଜନାକୁ ନେଇ ପୁଣିଥରେ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇଛନ୍ତି। ଦିନିକିଆ ରାଜ୍ୟ ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପିଏମ୍ କିଷାନ ଯୋଜନା ପାଇଁ ରାଜ୍ୟ ତାଲିକା…
ଖାରବେଳ ଭବନରେ ଖୋଲିବ ଏଜି ଅଫିସ
ଭୁବନେଶ୍ୱର,୩।୯(ବ୍ୟୁରୋ): ନିକଟରେ ଉଦ୍ଘାଟନ ହୋଇଥିବା ଖାରବେଳ ଭବନରେ ରାଜ୍ୟ ସରକାର ଆଡଭୋକେଟ ଜେନେରାଲ(ଏଜି)ଙ୍କ ଅଫିସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟରେ ଥିବା ମାମଲାଗୁଡିକର ପରିଚାଳନା ପାଇଁ ଉତ୍ତମ ସମନ୍ବୟ ରକ୍ଷା କରାଯାଇ ପାରିବ ବୋଲି…
ଗରିବଙ୍କ ରାଶନ ଖାଉଥିଲେ ଅଯୋଗ୍ୟ ହିତାଧିକାରୀ: ଧରାପକାଇଲା ଆଧାର
ଭୁବନେଶ୍ୱର,୩।୯(ବ୍ୟୁରୋ): ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅଯୋଗ୍ୟ ହିତାଧିକାରୀ ଗତ ୪ବର୍ଷ ହେବ ଗରିବଙ୍କ ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ ଚାଉଳ, ଗହମ ଲୁଟି ନେଉଥିଲେ। ଗାଡ଼ି ଘୋଡ଼ା, କୋଠାଘର, ଏକର ଏକର ସମ୍ପତ୍ତି, ସରକାରୀ ଚାକିରି ଥିବା ଅଯୋଗ୍ୟ…
ଅର୍ଦ୍ଧଗଣେଶ୍ୱର ମୂର୍ତ୍ତି ଆକର୍ଷଣ
ବନ୍ତ, ୩।୯ (ସ୍ବ.ପ୍ର./ଡି.ଏନ.ଏ.)- ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆଗରପଡ଼ା ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ଓ ଯୁବକ ସଂଘରେ ପୂଜାର୍ଚ୍ଚନା କରାଯାଇଥିଲା। ସକାଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ନୂତନ ବସ୍ତ୍ର ପରିଧାନ କରି ହାତରେ ପୂଜା…
Archives


