ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନା ବାଟବଣା

ଭଦ୍ରକ ଅଫିସ, ୩।୧୨- ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟ କରୁଛି। ମାତ୍ର ତୃଣମୂଳ ସ୍ତରରେ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲା ସଦର ବ୍ଲକର ନଚ୍ଛିପୁର ଓ ମାଳିଅରୁଆ ଗଁାରେ ଦେଖିବାକୁ ମିଳିଛି। ଏହି ଦୁଇ ଗଁାରେ ୨୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ସରକାରୀ ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ସରକାରଙ୍କ ୫-ଟି ଯୋଜନାକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ଗଁା ଗଁା ବୁଲି ଦୋସ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଘର ମୁହଁରେ ଯୋଗାଇବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଜିଲା ମୁଖ୍ୟାଳୟଠାରୁ ମାତ୍ର ୧୦ କି.ମି. ଦୂର ଏହି ଦୁଇ ଗଁାରେ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡ଼ି ନାହିଁ। ଏଠି ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନା ବାଟବଣା ହୋଇଛି। ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯିବ। ମାତ୍ର ଉକ୍ତ ଦୁଇ ଗଁାର ଦିବ୍ୟାଙ୍କମାନଙ୍କ ପାଇଁ ଏହି ଦିବସ ପାଳନର କୌଣସି ମାନେ ନାହିଁ।
ବରହମପୁର ପଞ୍ଚାୟତ ମାଳିଅରୁଆ ଗଁାର ରତ୍ନାକର ରାଉତ(୫୪) ମାନସିକ ବିକାରଗ୍ରସ୍ତ ସାଙ୍ଗକୁ ଡାହାଣ ହାତ ଭାଙ୍ଗିଯାଇଛି। ଏଣେତେଣେ ଗଁା ସାରା ବୁଲନ୍ତି। ପୁଅ ଉମାକାନ୍ତ ଓ ସ୍ତ୍ରୀ କମଳା ପରିବାର ଚଳାନ୍ତି। ଦିନ ମଜୁରି ନ ଲାଗିଲେ ଘରେ ଚୁଲି ଜଳେ ନାହିଁ। ସେ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ପାଇଁ ଅନେକ ଥର ଭଦ୍ରକ ଦୌଡ଼ିଛନ୍ତି। ସାର୍ଟିଫିକେଟ୍‌ ପାଇଁ କଟକ ଯିବାକୁ ପଡ଼ିବ କହିବାରୁ ପରିବାର ଲୋକେ ଆଉ କଟକ ଗଲେ ନାହିଁ। ସେହିଭଳି ପଡ଼ୋଶୀ ନଚ୍ଛିପୁର ଗଁାର ଭାଗୀରଥି ବେହେରା(୫୫)ଙ୍କର ୩ ପୁଅ ଓ ଦୁଇଝିଅଙ୍କୁ ନେଇ ଥିଲା ତାଙ୍କ ସୁଖର ସଂସାର। ହେଲେ ପର୍ଯ୍ୟାୟକ୍ରମେ ୩ ପୁଅ ବିଭିନ୍ନ ରୋଗରେ ପଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଲା। ସାନ ଝିଅ ବାହା ହୋଇସାରିଛନ୍ତି। ହେଲେ ଜନ୍ମରୁ ବଡ଼ଝିଅ ରମାମଣିଙ୍କର ଡାହାଣ ଗୋଡ଼ ଛୋଟ। ଏଣୁ ସେ ଛୋଟେଇ ଚାଲନ୍ତି। ଏଥିସହ ସେ ମାନସିକ ରୋଗଗ୍ରସ୍ତ। ସ୍ତ୍ରୀ ସାବିତ୍ରୀ ମଧ୍ୟ ଜଣେ ମାନସିକ ବିକାରଗ୍ରସ୍ତ। ଭାଗୀରଥି ଜଣେ ଦିନମଜୁରିଆ ହୋଇଥିବାରୁ ସକାଳୁ କାମକୁ ଯାଇ ସନ୍ଧ୍ୟାରେ ଘରକୁ ଫେରନ୍ତି। ଘରେ ପହଞ୍ଚି ରୋଷେଇ କରି ସ୍ତ୍ରୀ ଓ ଝିଅଙ୍କୁ ଖାଇବାକୁ ଦିଅନ୍ତି। ହେଲେ ଏହି ଦୁଇଜଣଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ହୋଇନାହିଁ କି ସେମାନଙ୍କୁ ଭତ୍ତା ମିଳୁନାହିଁ। ଅପରପକ୍ଷରେ ଚାଳଘର ଛପର କରିବା ପାଇଁ ବାର୍ଷିକ ଟଙ୍କା ହେଉ ନ ଥିବାରୁ କେଉଁବର୍ଷ ଛପର ହୁଏ ତ ଅନ୍ୟ କେଉଁ ବର୍ଷ ଛପର ହୋଇପାରେ ନାହିଁ। ହେଲେ ସେମାନଙ୍କୁ କୌଣସି ବାସଗୃହ ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉ ନାହିଁ। ଓଲଟି ୩୦ ହଜାର ଟଙ୍କା ଦେଲେ ବାସଗୃହ ଯୋଜନାରେ ସାମିଲ କରାଯିବ ବୋଲି କୁହାଯାଉଥିବା ଭାଗୀରଥି ପ୍ରକାଶ କରିଛନ୍ତି। ଏହିଭଳି ଦୁଇ ଗଁାରେ କେତେଜଣ ଦିବ୍ୟାଙ୍ଗ ରହିଛନ୍ତି, ସେମାନେ ସରକାରୀ ସୁବିଧା ପାଇପାରୁ ନାହାନ୍ତି।
ଏ ସମ୍ପର୍କରେ ବଣିଆ ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ରାଉତ କହିଛନ୍ତି, ଏମାନଙ୍କୁ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ପ୍ରଦାନ କରାଯିବା ଦିଗରେ ଉଦ୍ୟମ କରାଯିବ। ତା’ପରେ ଭତ୍ତା ମିଳିବା ନେଇ ପଦକ୍ଷେପ ନିଆଯିବ। ଭାରପ୍ରାପ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ସ୍ବତନ୍ତ୍ର ଟିମ୍‌ ମାଧ୍ୟମରେ ଅଧିକାରୀମାନେ ଏହିସବୁ ଗଁାରେ ପହଞ୍ଚି ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?