୭୫ ମିଟର ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ
ପୁରୀ ଅଫିସ, ୧୭-୯:ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଖାଲି କରାଯିବ। ଏହି ପରିସୀମା ଭିତରେ ଥିବା ମଠ, ଧର୍ମଶାଳା, ବାସଗୃହ, ଦୋକାନ, ହୋଟେଲ, ଲଜିଂ ସବୁ ଭଙ୍ଗାଯିବ। ଏଥିପାଇଁ ପ୍ରଥମେ ସିଂହଦ୍ୱାରକୁ…
୨ ବିଶ୍ବବିଦ୍ୟାଳୟ ହେବ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ
ଭୁବନେଶ୍ୱର, ୧୭-୯(ବ୍ୟୁରୋ):ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ବବିଦ୍ୟାଳୟ ଏବଂ ଭବାନୀପାଟଣା ଏକକ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ(ଆଫିଲିଏଟେଡ୍) ବିଶ୍ବବିଦ୍ୟାଳୟ ହେବ। ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇଟି ବିଶ୍ୱବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରିବା ପାଇଁ…
ଥାନାଜଗିଛି ଅଚଳ ସିସି ଟିଭି କ୍ୟାମେରା
ବାରିପଦା ଅଫିସ,୧୭।୯- ମୟୂରଭଞ୍ଜ ଜିଲାରେ କିଛିଦିନ ହେବ ଅପରାଧ ମାମଲା ବୃଦ୍ଧି ପାଇଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚୋରି ଓ ଡକାୟତି ଭଳି ଅପରାଧ କମିବାର ନାଁ ଧରୁନି। କେବଳ ବାରିପଦା ଟାଉନ ଥାନାରେ ଚଳିତ ବର୍ଷର ୯ ମାସ ମଧ୍ୟରେ…
ଶିକ୍ଷକଙ୍କ ବଦଳି ଓ ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ: ପ୍ରତିଶ୍ରୁତି ପାଇ ଆନ୍ଦୋଳନରୁ ଓହରିଲେ
ଖୁଣ୍ଟା,୧୭ା୯(ଡି.ଏନ୍.ଏ.): ଖୁଣ୍ଟା ବ୍ଲକ ଶିକ୍ଷା ବିଭାଗରେ କିଛି ଦିନ ହେଲା ଶିକ୍ଷକ ବଦଳି ଓ ନିଯୁକ୍ତିକୁ ନେଇ ଅଧିକାରୀମାନଙ୍କୁ ବେଶ ନାକେଦମ୍ ହେବାକୁ ପଡ଼ିଛି। ଜଣେ ଶିକ୍ଷକଙ୍କ ବଦଳି ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ବିଦ୍ୟାଳୟକୁ ୫ ଦିନ ଧରି…
ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣା : ତଦନ୍ତ ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ
ବଡ଼ସାହି,୧୭ା୯(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ଉଠାଣୀ ନୂଆଗାଁ ନୋଡାଲ ଉପ୍ରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା ନିମ୍ନମାନର ପୋଷାକ, ଜୋତା ଓ ଦାୟିତ୍ୱହୀନତା ପାଇଁ ଗ୍ରାମବାସୀମାନେ ସୋମବାର ଏକତ୍ରିିତ ହୋଇ…
ପୁରୁଣାବଜାରରେ ଲାଠିଚାର୍ଜ, ଉତ୍ତେଜନା:ଘଟଣାସ୍ଥଳ ଅନୁଧ୍ୟାନ କଲେ ଆଇଜି, ଏସ୍ପି
ଭଦ୍ରକ ଅଫିସ, ୧୭-୯ ଏକ ଦୋକାନରେ ଉପାସନା କାର୍ଯ୍ୟ ଲାଗି ବିକ୍ରି ସକାଶେ ରଖାଯାଇଥିବା ଚାଦରକୁ ପୋଲିସ ଫିଙ୍ଗି ଦେବା ଘଟଣା ନେଇ ଭଦ୍ରକ ସହର ପୁରୁଣାବଜାର ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କ୍ରମେ ଉତ୍ତେଜନା ବଢ଼ି…
ଓଡ଼ିଶା ବିଧାନସଭାର ହେବ ନବକଳେବର
ଭୁବନେଶ୍ୱର,୧୭-୯(ବ୍ୟୁରୋ):ଓଡ଼ିଶା ବିଧାନସଭା ହେବ ଦେଶର ମଡେଲ ବିଧାନ ସଭା। ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ବିଲ୍ଡିଂ କମିଟି ଗଠନ କରିଛନ୍ତି। ପୂର୍ତ୍ତ ବିଭାଗର ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ଏହି କମିଟି ଦେଶର…
ବିନା ପଞ୍ଜୀକରଣରେ ସ୍କୁଟି ବିକ୍ରି:ଡିଲରଙ୍କ ଉପରେ ୧ ଲକ୍ଷ ଜରିମାନା
କଟକ ଅଫିସ,୧୭-୯:କଟକ ଜିଲା ବାରଙ୍ଗ ଥାନା ସମ୍ମୁଖରେ ଗତ ୧୨ରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଚେକିଂ ଚାଲିଥିବାବେଳେ ଜବତ ହୋଇଥିବା ସ୍କୁଟିକୁ ନେଇ କଟକ ଆର୍ଟିଓ ଭୁବନେଶ୍ୱରର ଏକ ଗାଡ଼ି ଡିଲରଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।…
ଗୋଦାବରୀ ନଦୀରେ ଲଞ୍ଚ ବୁଡି ଘଟଣା:ନିଖୋଜଙ୍କୁ ଖୋଜୁଛି ବାୟୁସେନା, ନୌସେନା
ମାଲକାନଗିରି,୧୭-୯(ଡି.ଏନ୍.ଏ.):ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ପୂର୍ବ ଗୋଦାବରୀ ନଦୀରେ ରବିବାର ଲଞ୍ଚ ବୁଡି ୫୦ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତଦେହ ଊଦ୍ଧାର କରାଯାଇଥିଲା। ସୋମବାର ଅନ୍ୟ ନିଖୋଜମାନଙ୍କୁ ଖୋଜିବା ଲାଗି ବାୟୁସେନା ଓ ନୌସେନାର…
କନ୍ଦଳକୁ ନେଇ ଚର୍ଚ୍ଚାରେ କଂଗ୍ରେସ
ଭୁବନେଶ୍ୱର,୧୭-୯(ବ୍ୟୁରୋ): କିଛିଦିନ ହେବା ନିଷ୍କ୍ରିୟ ହୋଇପଡିଥିବା କଂଗ୍ରେସ ପୁଣିଥରେ ଦଳୀୟ କନ୍ଦଳକୁ ନେଇ ଚର୍ଚ୍ଚାକୁ ଆସିଯାଇଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ରଖିବା ଯୋଗୁ ରବିବାର ଇତିଶ ପ୍ରଧାନଙ୍କୁ ଏନ୍ଏସୟୁଆଇ ଓଡିଶା ଇନ୍ଚାର୍ଜ ମୋଥା ରୋହିତ…
ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍ର ୩ ୟୁନିଟ୍ ବନ୍ଦ
ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍)ର ୩ ଗୋଟି ୟୁନିଟ୍ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଗାମୀ ଦିନରେ ଆହୁରି…
୨୦ ଯାଏ ହାଲୁକା ବର୍ଷା
ଭୁବନେଶ୍ୱର,୧୭-୯(ବ୍ୟୁରୋ):ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଏଥିଯୋଗୁ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ହାଲକା ବର୍ଷା ରହିବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।…
Archives


