ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରସଙ୍ଗ: ୧୭ ମଠ ମହନ୍ତଙ୍କୁ ଦେବୋତ୍ତର କମିଶନରଙ୍କ ନୋଟିସ

ପୁରୀ ଅଫିସ, ୧୪ା୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ୧୭ଟି ମଠ ମହନ୍ତଙ୍କୁ ଦେବୋତ୍ତର କମିଶନର ନୋଟିସ କରିଛନ୍ତି। ମଠଗୁଡ଼ିକର ଉଚ୍ଛେଦ ସଂକ୍ରାନ୍ତରେ ପୁରୀ ଜିଲାପାଳଙ୍କ ଚିଠିକୁ ଆଧାର କରି କମିଶନର ଏହି ନୋଟିସ କରିଥିବା ଜଣାପଡିଛି। ଏଥିରେ ମହନ୍ତମାନଙ୍କ ଆପତ୍ତି ଓ ପ୍ରସ୍ତାବ ଲୋଡାଯାଇଛିି। କିନ୍ତୁ ସୁରକ୍ଷା ଜୋନରୁ ୪ଟି ମଠ ଉଚ୍ଛେଦ କରାଯିବା ପରେ ଜିଲା ପ୍ରଶାସନ ଏଭଳି ମତାମତ ଲୋଡିବାକୁ ନେଇ ମହନ୍ତମାନେ ଉଦ୍‌ବେଗ ପ୍ରକାଶ କରିଥିବା ସୂଚନା ମିଳିଛି।
ଗତ ୬ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଦେବୋତ୍ତର କମିଶନରଙ୍କୁ ଚିଠି (ନଂ.୬୨୨) କରାଯାଇଥିଲା। ସୁରକ୍ଷା ଜୋନରେ ଥିବା ମଠଗୁଡ଼ିକ ଉଚ୍ଛେଦ କରାଯିବ। ତେଣୁ ମଠଗୁଡ଼ିକର ପୁନଃ ଥଇଥାନ, ବିକାଶ ଆଦି ସଂକ୍ରାନ୍ତରେ କମିଶନରଙ୍କ ପରାମର୍ଶ ଲୋଡିଥିଲେ। କମିଶନର ଚିଠି ପାଇବା ପରେ ମଠ ମହନ୍ତଙ୍କୁ ନୋଟିସ କରିଥିଲେ। ଏଥିରେ ମହନ୍ତମାନେ ଉପସ୍ଥିତ ରହି ୪ଟି ମଠ (ଲଙ୍ଗୁଳି, ଏମାର, ବଡ଼ଆଖଡା ଓ ମଙ୍ଗୁ) ଭାଙ୍ଗିସାରିବା ପରେ କାହିଁକି ପ୍ରଶାସନ ମତ ଲୋଡୁଛି ବୋଲି ପ୍ରଶ୍ନ କରିଥିଲେ। ଅନେକ ମହନ୍ତ ଲିଖିତ ଭାବେ ନୋଟିସର ଉତ୍ତର କମିଶନରଙ୍କୁ ଜଣାଇଥିବା ବେଳେ ଆଉ କେତେଜଣ ଖୁବ୍‌ ଶୀଘ୍ର ଉତ୍ତର ଦେବେ ବୋଲି ସୂଚନା ମିଳିଛି। ଦେବୋତ୍ତର କମିଶନର ନୋଟିସ କରିଥିବା ମଠଗୁଡ଼ିକ ହେଉଛି ଏମାର, ନରସିଂହାଚାରୀ, ବଳରାମକୋଟ, ମଙ୍ଗୁ, ଦକ୍ଷିଣପାର୍ଶ୍ୱ, ଉତ୍ତରପାର୍ଶ୍ୱ, ତୋରାଣି ଛତ୍ର, ତ୍ରିମାଳୀ, ସାନଛତା, ବଡ଼ଆଖଡା, ଲଙ୍ଗୁଳି, ରାଧାବଲ୍ଲଭ, ରେବେସା, ହାବେଳି ମଠ, ପଞ୍ଜାବୀ, କୌଶଲ୍ୟା ଦାସ ଓ ଶଙ୍ଖଚକ୍ର ମଠ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିଅରଙ୍କୁ କ୍ରିକେଟ ବ୍ୟାଟ୍‌ରେ ନିସ୍ତୁକ ପିଟିଲେ ସିନିୟର: ଥାନାରେ ଅଭିଯୋଗ ପରେ…

ଦେବଗଡ଼,୧୬।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସୁନାମୁଣ୍ଡା ସ୍ଥିତ ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ। ମିଳିଥିବା ସୂଚନାନୁଯାୟୀ, ଯୁକ୍ତ ଦୁଇ ପିଲାଙ୍କ ଦ୍ୱାରା ନବମ ଓ ଦଶମ…

ସ୍କୁଲ ପରିସରରେ ରୋମାନ୍ସ କରିବା ପଡ଼ିଲା ମହଙ୍ଗା: ଭାଇରାଲ ଭିଡିଓ ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ…

କନ୍ନୌଜ,୧୬।୭: ଉତ୍ତର ପ୍ରଦେଶର କନ୍ନୌଜ ଜିଲା ସୌରିଖ ବ୍ଲକସ୍ଥିତ ବଝେଡ଼ି କମ୍ପୋଜିଟ ବିଦ୍ୟାଳୟରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା…

୯ କିଲୋ ଓଜନ କମିଲାଣି: ସୋନମ୍ ୱାଙ୍ଗଚୁକ୍‌ଙ୍କ ଆମରଣ ଅନଶନକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୬।୭: ଜନ୍ତରମନ୍ତରଠାରେ ଅନଶନରେ ବସିଥିବା ବିଶିଷ୍ଟ ସମାଜସେବୀ ସୋନମ ଓ୍ୱାଙ୍ଗଚୁକଙ୍କ ବିଗୁଡ଼ୁଥିବା ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସନ୍ତା ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଜରୁରୀ…

ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିଲେ ମିଳିବ କି ଇନ୍ସୁରାନ୍ସ ଟଙ୍କା? ଜାଣନ୍ତୁ ବୀମା କମ୍ପାନୀର ନିୟମ

ନୂଆଦିଲ୍ଲୀ, ୧୬।୭: ନୋଏଡାର ସେକ୍ଟର ୬୬ ସ୍ଥିତ ଏକ ବିଲ୍ଡିଂର ପାର୍କିଂରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ ବାଇକ୍‌ରେ ସ୍ପାର୍କିଂ ହୋଇ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଏହି ଦୁଃଖଦ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଓଡ଼ିଆରେ ଲେଖିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ, ୧୬।୭: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଆନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

ଏମ୍‌ପିଙ୍କ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ସମସ୍ୟା ଜଣାଇଲେ ଲୋକେ, ପ୍ରତିଶ୍ରୁତି ଦେଇ ଏମ୍‌ପି କହିଲେ…

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ୨ ଦିନିଆ ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି। ସେ ବୁଧବାର ପୂର୍ବାହ୍ନରେ ଦାରିଙ୍ଗବାଡି ପହଞ୍ଚିଥିଲେ। ତାଙ୍କୁ ବ୍ଲକ…

‘କିଡନୀ ଦିଅ ନଚେତ୍‌ ମୃତ୍ୟୁ ଦିଅ’ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗୁହାରୀ କଲେ ୫ ମହିଳା, ଜାଣନ୍ତୁ କାହିଁକି…

କୋଟା,୧୬।୭: ରାଜସ୍ଥାନର କୋଟାରୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଏବଂ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । କିଡନୀର ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଜୀବନ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri