ୱାଇ ଫର୍ମରେ ବାଲି ଜାଲିଆତି

କଟକ ଅଫିସ, ୧୪ା୧୨: କଟକ ଜିଲାର ବିଭିନ୍ନ ନଦୀରୁ ବାଲି ଚୋରାଚାଲାଣ ହେଉଛି। ଏହି ଚୋରାଚାଲାଣ କାର୍ଯ୍ୟରେ ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକ ଓ ଗ୍ୟାଙ୍ଗଷ୍ଟରଙ୍କ ସମ୍ପୃକ୍ତି ରହୁଛି। ତେଣୁ ଏଥିରେ କେହି ବି ହସ୍ତକ୍ଷେପ କରିବାକୁ ସାହସ କରୁନାହାନ୍ତି। ମାତ୍ର ଏହା ନଦୀର ଜୈବବିବିଧତାକୁ ନଷ୍ଟ କରିବା ସହିତ ନଦୀର ଗତିପଥରେ ପରିବର୍ତ୍ତନ ଆଣିବାର ଆଶଙ୍କା ସୃଷ୍ଟି କରୁଛି।
ବୁଧବାର କଟକ ସଦର ତହସିଲର ପ୍ରତାପନଗରୀ ବାଲିଘାଟରୁ କାଗଜପତ୍ର ଜାଲିଆତି କରାଯାଇ ବାଲି ଚୋରି କରାଯାଉଥିଲା। ସଦର ତହସିଲଦାର ସମ୍ବିତ ଗଡନାୟକ ଉକ୍ତ କାଗଜପତ୍ରକୁ ଜବତ କରିବା ସହିତ ବାଲିଘାଟକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି। ତେବେ ତହସିଲ ପକ୍ଷରୁ ଘାଟଧାରୀମାନଙ୍କୁ ଦିଆଯାଉଥିବା ୱାଇ ଫର୍ମ ମାଧ୍ୟମରେ ଏବେ ଏହି ଜାଲିଆତି କରାଯାଉଛି।
ଓଡ଼ିଶା ମାଇନର ମିନେରାଲ କନସେସନ୍‌ ନିୟମ ଅନୁଯାୟୀ, ବାଲି ପରିବହନ ପାଇଁ ୱାଇ ଫର୍ମ ବହି ନିଲାମଧାରୀମାନଙ୍କୁ ଦିଆଯାଇଥାଏ। ଏଥିରେ ଥିବା ରସିଦ୍‌ରେ ଘାଟରୁ ପରିବହନ କରୁଥିବା ଗାଡ଼ିରେ କେତେ ପରିମାଣର ବାଲି ଚାଲାଣ ହେଲା, ତାହା ଉଲ୍ଲେଖ ରହିଥାଏ। ରସିଦରେ ମଧ୍ୟ ବାଲି ଲୋଡ୍‌ ହେବାର ସମୟ ଓ ତାରିଖ ଉଲ୍ଲେଖ ରହିଥାଏ। ବାଟରେ ଯଦି ପୋଲିସ କିମ୍ବା ଜିଲା ପ୍ରଶାସନ ଗାଡ଼ିକୁ ଅଟକାଇ ଯାଞ୍ଚ କରନ୍ତି ତେବେ ଡ୍ରାଇଭର ଉକ୍ତ ଫର୍ମକୁ ଦେଖାଇ ଗାଡ଼ିରେ ଚାଲାଣ ହେଉଥିବା ବାଲି ବୈଧ ବୋଲି ସାବ୍ୟସ୍ତ କରିଥାନ୍ତି। ପ୍ରତି ୩ ମାସରେ ଥରେ ଲିଜ୍‌ଧାରୀ ଉକ୍ତ ବହିକୁ ତହସିଲ ପ୍ରଶାସନ ନିକଟରେ ଦାଖଲ କରିଥାନ୍ତି। ଘାଟଧାରୀଙ୍କୁ ଲିଜ୍‌ ଦିଆଯିବା ସମୟରେ ସେ କେତେ ବାଲି ଉଠାଇବେ ବୋଲି ଲିଜ୍‌ରେ ସର୍ତ୍ତାବଳୀ ରହିଥାଏ। ଉକ୍ତ ୱାଇ ଫର୍ମ ବହିରୁ ତା’ର ହିସାବ କରାଯାଇଥାଏ। ଯେହେତୁ ଗତ ୬ ମାସ ହେବ ବାଲି ଯାଞ୍ଚ କରାଯାଉନାହିଁ ତାହାର ଫାଇଦା ନେଇ ଘାଟଧାରୀମାନେ ଫାଙ୍କା ରସିଦ୍‌ (ବ୍ଲାଙ୍କ ରିସିପ୍ଟ୍‌) ଡ୍ରାଇଭରଙ୍କୁ ଧରାଇ ଦେଉଛନ୍ତି। ଗୋଟିଏ ରସିଦକୁ ପକେଟରେ ପୂରାଇ ଡ୍ରାଇଭରମାନେ ମାସାଧିକ କାଳ ବାଲି ପରିବହନ କରୁଛନ୍ତି। ଫଳରେ ଘାଟରୁ ଲିଜ୍‌ଧାରୀଙ୍କୁ ଯେତିକି ପରିମାଣର ବାଲି ଉଠାଇବା ପାଇଁ ଅନୁମତି ମିଳିଥାଏ, ତାହାର ୧୦ ଗୁଣା ବାଲି ସେ ଉଠାଇଥାନ୍ତି।
ଉଦାହରଣ ଭାବେ ବାରଙ୍ଗ ତହସିଲ ଅଧୀନ କାଠଯୋଡ଼ି ନଦୀରୁ ଜଣେ ଲିଜ୍‌ଧାରୀଙ୍କୁ ବାଲି ଉଠାଇବା ପାଇଁ ଅନୁମତି ମିଳିଥିଲା। ସେ ବାଲି ଉଠାଇ ଉଠାଇ ନିଜର ତହସିଲ ସୀମା ପାର କରି ସଦର ତହସିଲ ଇଲାକାରୁ ବାଲି ଉତ୍ତୋଳନ କରିଥିଲେ। ତତ୍କାଳୀନ ସଦର ତହସିଲଦାର ସଞ୍ଜୀବିତା ରାୟ ସମ୍ପୃକ୍ତ ଲିଜ୍‌ଧାରୀଙ୍କ ଉପରେ ୩୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଥିଲେ। ଲିଜ୍‌ଧାରୀ ଜଣକ ଉକ୍ତ ଜରିମାନା ପଇଠ ନ କରି ପୁନର୍ବାର ବାଲି ଉତ୍ତୋଳନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ସେହିପରି ତହସିଲରୁ ଫର୍ମ ୱାଇ ବହି ନେଇ କେତେଜଣ ନିଲାମଧାରୀ ତହସିଲକୁ ଆଉ ଫେରସ୍ତ ଦେଇନାହାନ୍ତି। ଏହିପରି ଭାବେ ୨୦୧୮-୧୯ରେ ସଦର ତହସିଲ ଅଧୀନ ସୁବର୍ଣ୍ଣପର ବାଲିଘାଟରୁ ୪ଟି ରସିଦ ବହି ଫେରି ନ ଥିବା ତତ୍କାଳୀନ ତହସିଲଦାର ସଞ୍ଜୟ ପ୍ରତିହାରୀ ପ୍ରଶାସନକୁ ଅବଗତ କରାଇଛନ୍ତି।
ନରଣପୁର ଓ ମୁଣ୍ଡମୁହାଣ ବାଲିଘାଟରୁ ବିନା ଫର୍ମ ୱାଇରେ ବାଲିଚାଲାଣ ହେଉଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ରାଜସ୍ବ ବିଭାଗର ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାସ ଏକ ଭିଡିଓ କନଫରେନ୍ସିଂରେ ଉକ୍ତ ପ୍ରସଙ୍ଗ ଉଠାଇଥିଲେ। ଏହାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ପୂର୍ବବତ ବାଲି ଚାଲାଣ ଫର୍ମ ୱାଇ ବିନା ଜାରି ରହିଛି। ଏହି ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ଉପଖଣ୍ଡ ସ୍ତରରେ ଏକ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରାଯାଇଛି। ମାତ୍ର ଗତ ସାଧାରଣ ନିର୍ବାଚନ ପରଠାରୁ ଏହି ସ୍କ୍ବାଡ୍‌ ଗୋଟିଏ ଥର ବି ଯାଞ୍ଚ କାର୍ଯ୍ୟ କରିନାହିଁ। ଏ ସମ୍ପର୍କରେ ସ୍କ୍ବାଡ୍‌ ଦାୟିତ୍ୱରେ ଥିବା କଟକ ସଦର ସହକାରୀ ଉପଜିଲାପାଳ କ୍ଷେତ୍ରମୋହନ ସ୍ବାଇଁ କୁହନ୍ତି, ନିର୍ବାଚନ ପରେ ଫନୀ ବାତ୍ୟା କାମରେ ବ୍ୟସ୍ତ ରହିବାକୁ ପଡ଼ିଥିଲା। ଏବେ ସ୍କ୍ବାଡ୍‌ ପୁନର୍ବାର ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବ। ଅନ୍ୟପକ୍ଷରେ ବାଲି ଚୋରି ସମ୍ପର୍କରେ ଜାଣିବା ପାଇଁ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri