ୱାଇ ଫର୍ମରେ ବାଲି ଜାଲିଆତି

କଟକ ଅଫିସ, ୧୪ା୧୨: କଟକ ଜିଲାର ବିଭିନ୍ନ ନଦୀରୁ ବାଲି ଚୋରାଚାଲାଣ ହେଉଛି। ଏହି ଚୋରାଚାଲାଣ କାର୍ଯ୍ୟରେ ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକ ଓ ଗ୍ୟାଙ୍ଗଷ୍ଟରଙ୍କ ସମ୍ପୃକ୍ତି ରହୁଛି। ତେଣୁ ଏଥିରେ କେହି ବି ହସ୍ତକ୍ଷେପ କରିବାକୁ ସାହସ କରୁନାହାନ୍ତି। ମାତ୍ର ଏହା ନଦୀର ଜୈବବିବିଧତାକୁ ନଷ୍ଟ କରିବା ସହିତ ନଦୀର ଗତିପଥରେ ପରିବର୍ତ୍ତନ ଆଣିବାର ଆଶଙ୍କା ସୃଷ୍ଟି କରୁଛି।
ବୁଧବାର କଟକ ସଦର ତହସିଲର ପ୍ରତାପନଗରୀ ବାଲିଘାଟରୁ କାଗଜପତ୍ର ଜାଲିଆତି କରାଯାଇ ବାଲି ଚୋରି କରାଯାଉଥିଲା। ସଦର ତହସିଲଦାର ସମ୍ବିତ ଗଡନାୟକ ଉକ୍ତ କାଗଜପତ୍ରକୁ ଜବତ କରିବା ସହିତ ବାଲିଘାଟକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି। ତେବେ ତହସିଲ ପକ୍ଷରୁ ଘାଟଧାରୀମାନଙ୍କୁ ଦିଆଯାଉଥିବା ୱାଇ ଫର୍ମ ମାଧ୍ୟମରେ ଏବେ ଏହି ଜାଲିଆତି କରାଯାଉଛି।
ଓଡ଼ିଶା ମାଇନର ମିନେରାଲ କନସେସନ୍‌ ନିୟମ ଅନୁଯାୟୀ, ବାଲି ପରିବହନ ପାଇଁ ୱାଇ ଫର୍ମ ବହି ନିଲାମଧାରୀମାନଙ୍କୁ ଦିଆଯାଇଥାଏ। ଏଥିରେ ଥିବା ରସିଦ୍‌ରେ ଘାଟରୁ ପରିବହନ କରୁଥିବା ଗାଡ଼ିରେ କେତେ ପରିମାଣର ବାଲି ଚାଲାଣ ହେଲା, ତାହା ଉଲ୍ଲେଖ ରହିଥାଏ। ରସିଦରେ ମଧ୍ୟ ବାଲି ଲୋଡ୍‌ ହେବାର ସମୟ ଓ ତାରିଖ ଉଲ୍ଲେଖ ରହିଥାଏ। ବାଟରେ ଯଦି ପୋଲିସ କିମ୍ବା ଜିଲା ପ୍ରଶାସନ ଗାଡ଼ିକୁ ଅଟକାଇ ଯାଞ୍ଚ କରନ୍ତି ତେବେ ଡ୍ରାଇଭର ଉକ୍ତ ଫର୍ମକୁ ଦେଖାଇ ଗାଡ଼ିରେ ଚାଲାଣ ହେଉଥିବା ବାଲି ବୈଧ ବୋଲି ସାବ୍ୟସ୍ତ କରିଥାନ୍ତି। ପ୍ରତି ୩ ମାସରେ ଥରେ ଲିଜ୍‌ଧାରୀ ଉକ୍ତ ବହିକୁ ତହସିଲ ପ୍ରଶାସନ ନିକଟରେ ଦାଖଲ କରିଥାନ୍ତି। ଘାଟଧାରୀଙ୍କୁ ଲିଜ୍‌ ଦିଆଯିବା ସମୟରେ ସେ କେତେ ବାଲି ଉଠାଇବେ ବୋଲି ଲିଜ୍‌ରେ ସର୍ତ୍ତାବଳୀ ରହିଥାଏ। ଉକ୍ତ ୱାଇ ଫର୍ମ ବହିରୁ ତା’ର ହିସାବ କରାଯାଇଥାଏ। ଯେହେତୁ ଗତ ୬ ମାସ ହେବ ବାଲି ଯାଞ୍ଚ କରାଯାଉନାହିଁ ତାହାର ଫାଇଦା ନେଇ ଘାଟଧାରୀମାନେ ଫାଙ୍କା ରସିଦ୍‌ (ବ୍ଲାଙ୍କ ରିସିପ୍ଟ୍‌) ଡ୍ରାଇଭରଙ୍କୁ ଧରାଇ ଦେଉଛନ୍ତି। ଗୋଟିଏ ରସିଦକୁ ପକେଟରେ ପୂରାଇ ଡ୍ରାଇଭରମାନେ ମାସାଧିକ କାଳ ବାଲି ପରିବହନ କରୁଛନ୍ତି। ଫଳରେ ଘାଟରୁ ଲିଜ୍‌ଧାରୀଙ୍କୁ ଯେତିକି ପରିମାଣର ବାଲି ଉଠାଇବା ପାଇଁ ଅନୁମତି ମିଳିଥାଏ, ତାହାର ୧୦ ଗୁଣା ବାଲି ସେ ଉଠାଇଥାନ୍ତି।
ଉଦାହରଣ ଭାବେ ବାରଙ୍ଗ ତହସିଲ ଅଧୀନ କାଠଯୋଡ଼ି ନଦୀରୁ ଜଣେ ଲିଜ୍‌ଧାରୀଙ୍କୁ ବାଲି ଉଠାଇବା ପାଇଁ ଅନୁମତି ମିଳିଥିଲା। ସେ ବାଲି ଉଠାଇ ଉଠାଇ ନିଜର ତହସିଲ ସୀମା ପାର କରି ସଦର ତହସିଲ ଇଲାକାରୁ ବାଲି ଉତ୍ତୋଳନ କରିଥିଲେ। ତତ୍କାଳୀନ ସଦର ତହସିଲଦାର ସଞ୍ଜୀବିତା ରାୟ ସମ୍ପୃକ୍ତ ଲିଜ୍‌ଧାରୀଙ୍କ ଉପରେ ୩୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଥିଲେ। ଲିଜ୍‌ଧାରୀ ଜଣକ ଉକ୍ତ ଜରିମାନା ପଇଠ ନ କରି ପୁନର୍ବାର ବାଲି ଉତ୍ତୋଳନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ସେହିପରି ତହସିଲରୁ ଫର୍ମ ୱାଇ ବହି ନେଇ କେତେଜଣ ନିଲାମଧାରୀ ତହସିଲକୁ ଆଉ ଫେରସ୍ତ ଦେଇନାହାନ୍ତି। ଏହିପରି ଭାବେ ୨୦୧୮-୧୯ରେ ସଦର ତହସିଲ ଅଧୀନ ସୁବର୍ଣ୍ଣପର ବାଲିଘାଟରୁ ୪ଟି ରସିଦ ବହି ଫେରି ନ ଥିବା ତତ୍କାଳୀନ ତହସିଲଦାର ସଞ୍ଜୟ ପ୍ରତିହାରୀ ପ୍ରଶାସନକୁ ଅବଗତ କରାଇଛନ୍ତି।
ନରଣପୁର ଓ ମୁଣ୍ଡମୁହାଣ ବାଲିଘାଟରୁ ବିନା ଫର୍ମ ୱାଇରେ ବାଲିଚାଲାଣ ହେଉଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ରାଜସ୍ବ ବିଭାଗର ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାସ ଏକ ଭିଡିଓ କନଫରେନ୍ସିଂରେ ଉକ୍ତ ପ୍ରସଙ୍ଗ ଉଠାଇଥିଲେ। ଏହାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ପୂର୍ବବତ ବାଲି ଚାଲାଣ ଫର୍ମ ୱାଇ ବିନା ଜାରି ରହିଛି। ଏହି ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ଉପଖଣ୍ଡ ସ୍ତରରେ ଏକ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରାଯାଇଛି। ମାତ୍ର ଗତ ସାଧାରଣ ନିର୍ବାଚନ ପରଠାରୁ ଏହି ସ୍କ୍ବାଡ୍‌ ଗୋଟିଏ ଥର ବି ଯାଞ୍ଚ କାର୍ଯ୍ୟ କରିନାହିଁ। ଏ ସମ୍ପର୍କରେ ସ୍କ୍ବାଡ୍‌ ଦାୟିତ୍ୱରେ ଥିବା କଟକ ସଦର ସହକାରୀ ଉପଜିଲାପାଳ କ୍ଷେତ୍ରମୋହନ ସ୍ବାଇଁ କୁହନ୍ତି, ନିର୍ବାଚନ ପରେ ଫନୀ ବାତ୍ୟା କାମରେ ବ୍ୟସ୍ତ ରହିବାକୁ ପଡ଼ିଥିଲା। ଏବେ ସ୍କ୍ବାଡ୍‌ ପୁନର୍ବାର ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବ। ଅନ୍ୟପକ୍ଷରେ ବାଲି ଚୋରି ସମ୍ପର୍କରେ ଜାଣିବା ପାଇଁ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?