ଆର୍‌ବିଆଇ କେନ୍ଦ୍ରୀୟ ବୋର୍ଡ ବୈଠକ: ଅର୍ବାନ କୋଅପରେଟିଭ ବ୍ୟାଙ୍କ ପରିଚାଳନା ନେଇ ସମୀକ୍ଷା

ଭୁବନେଶ୍ୱର,୧୪ା୧୨(ପି.ଟି): ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କେନ୍ଦ୍ରୀୟ ବୋର୍ଡ ବୈଠକ ଶୁକ୍ରବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଅର୍ବାନ କୋଅପରେଟିଭ ବ୍ୟାଙ୍କଗୁଡିକର ପରିଚାଳନା ଧାରା ଏବଂ ଏ ନେଇ ରହିଥିବା ବିଭିନ୍ନ ନିୟାମାବଳୀ ଉପରେ ବୈଠକରେ ସମୀକ୍ଷା କରାଯାଇଥିଲା। ନିକଟରେ ସାମ୍ନାକୁ ଆସିଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର (ପିଏମ୍‌ସି) ବ୍ୟାଙ୍କ ଠକେଇ ପରେ କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ରୀୟ କମିଟି ଦେଶ ସାମ୍ନା କରୁଥିବା ବିଭିନ୍ନ ଚ୍ୟାଲେଞ୍ଜ ବର୍ତ୍ତମାନର ଆର୍ଥତ୍କ ସ୍ଥିତି ଉପରେ ଆଲୋଚନା ହୋଇଥିବା ଜଣାପଡିଛି। ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡିକ କାର୍ଯ୍ୟଶୈଳୀକୁ ସଙ୍ଗଠିତ ଏବଂ ଅନୁପାଳନ ଧାରାକୁ ଦୃଢ କରିବା ଦିଗରେ ନିୟମ ଆଣିବାକୁ ବୈଠକରେ ଫୋକସ କରାଯାଇଥିବା ସୂଚନା ରହିଛି।
ପିଏମ୍‌ସି ବ୍ୟାଙ୍କରେ ଋଣ ଠକେଇ ସାମ୍ନାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ଏହାର ୯.୧୫ ଲକ୍ଷ ଜମାକାରୀଙ୍କ ଉପରେ ଉଠାଣ କଟକଣା ଜାରି କରିଥିଲା। ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟକଚର ଲିମିଟେଡ ଭଳି ଏକ ବାଣିଜି୍ୟକ ଗ୍ରୁପକୁ ପ୍ରାୟ ୬ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ପ୍ରଦାନ କରାଯିବା ଫଳରେ ବ୍ୟାଙ୍କର ସ୍ଥିତି ବିଗିଡିଥିଲା। ଏହି ଋଣ ମଧ୍ୟରୁ କେବଳ ୪୩୯.୫୮ କୋଟି ଟଙ୍କାର ଋଣ ସମ୍ପର୍କରେ ରିଜର୍ଭ ବ୍ୟାଙ୍କକୁ ଜଣାଯାଇଥିଲା। ବଳକା ୫,୭୮୬ କୋଟି ଟଙ୍କା ର ଋଣ କେନ୍ଦ୍ରୀୟ ବ୍ୟାଙ୍କ ଅଗୋଚରରେ ରହିଥିଲା। ବୈଠକରେ ଆର୍‌ବିଆଇ ଡେପୁଟି ଗଭର୍ନର ଏନ୍‌.ଏସ୍‌. ବିଶ୍ୱନାଥନ, ବି.ପି.କାନୁନଗୋ, ମହେଶ କୁମାର ଜୈନଙ୍କ ସମେତ କେନ୍ଦ୍ରୀୟ ବୋର୍ଡର ଅନ୍ୟ ନିର୍ଦ୍ଦେଶକ ଏନ୍‌.ଚନ୍ଦ୍ରଶେକରନ, ଭାରତ ଦୋଶୀ, ସୁଧୀର ମଙ୍କଡ, ମନୀଷ ସଭରଓ୍ବାଲ, ଅଶୋକ ଗୁଲାଟି, ପ୍ରସନ୍ନ କୁମାର ମହାନ୍ତି, ସତୀଶ ମରାଠେ, ସ୍ବାମୀନାଥନ ଗୁରୁମୂର୍ତ୍ତି, ରେଭଥୀ ଆୟର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri