ଆର୍‌ବିଆଇ କେନ୍ଦ୍ରୀୟ ବୋର୍ଡ ବୈଠକ: ଅର୍ବାନ କୋଅପରେଟିଭ ବ୍ୟାଙ୍କ ପରିଚାଳନା ନେଇ ସମୀକ୍ଷା

ଭୁବନେଶ୍ୱର,୧୪ା୧୨(ପି.ଟି): ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କେନ୍ଦ୍ରୀୟ ବୋର୍ଡ ବୈଠକ ଶୁକ୍ରବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଅର୍ବାନ କୋଅପରେଟିଭ ବ୍ୟାଙ୍କଗୁଡିକର ପରିଚାଳନା ଧାରା ଏବଂ ଏ ନେଇ ରହିଥିବା ବିଭିନ୍ନ ନିୟାମାବଳୀ ଉପରେ ବୈଠକରେ ସମୀକ୍ଷା କରାଯାଇଥିଲା। ନିକଟରେ ସାମ୍ନାକୁ ଆସିଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର (ପିଏମ୍‌ସି) ବ୍ୟାଙ୍କ ଠକେଇ ପରେ କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ରୀୟ କମିଟି ଦେଶ ସାମ୍ନା କରୁଥିବା ବିଭିନ୍ନ ଚ୍ୟାଲେଞ୍ଜ ବର୍ତ୍ତମାନର ଆର୍ଥତ୍କ ସ୍ଥିତି ଉପରେ ଆଲୋଚନା ହୋଇଥିବା ଜଣାପଡିଛି। ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡିକ କାର୍ଯ୍ୟଶୈଳୀକୁ ସଙ୍ଗଠିତ ଏବଂ ଅନୁପାଳନ ଧାରାକୁ ଦୃଢ କରିବା ଦିଗରେ ନିୟମ ଆଣିବାକୁ ବୈଠକରେ ଫୋକସ କରାଯାଇଥିବା ସୂଚନା ରହିଛି।
ପିଏମ୍‌ସି ବ୍ୟାଙ୍କରେ ଋଣ ଠକେଇ ସାମ୍ନାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ଏହାର ୯.୧୫ ଲକ୍ଷ ଜମାକାରୀଙ୍କ ଉପରେ ଉଠାଣ କଟକଣା ଜାରି କରିଥିଲା। ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟକଚର ଲିମିଟେଡ ଭଳି ଏକ ବାଣିଜି୍ୟକ ଗ୍ରୁପକୁ ପ୍ରାୟ ୬ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ପ୍ରଦାନ କରାଯିବା ଫଳରେ ବ୍ୟାଙ୍କର ସ୍ଥିତି ବିଗିଡିଥିଲା। ଏହି ଋଣ ମଧ୍ୟରୁ କେବଳ ୪୩୯.୫୮ କୋଟି ଟଙ୍କାର ଋଣ ସମ୍ପର୍କରେ ରିଜର୍ଭ ବ୍ୟାଙ୍କକୁ ଜଣାଯାଇଥିଲା। ବଳକା ୫,୭୮୬ କୋଟି ଟଙ୍କା ର ଋଣ କେନ୍ଦ୍ରୀୟ ବ୍ୟାଙ୍କ ଅଗୋଚରରେ ରହିଥିଲା। ବୈଠକରେ ଆର୍‌ବିଆଇ ଡେପୁଟି ଗଭର୍ନର ଏନ୍‌.ଏସ୍‌. ବିଶ୍ୱନାଥନ, ବି.ପି.କାନୁନଗୋ, ମହେଶ କୁମାର ଜୈନଙ୍କ ସମେତ କେନ୍ଦ୍ରୀୟ ବୋର୍ଡର ଅନ୍ୟ ନିର୍ଦ୍ଦେଶକ ଏନ୍‌.ଚନ୍ଦ୍ରଶେକରନ, ଭାରତ ଦୋଶୀ, ସୁଧୀର ମଙ୍କଡ, ମନୀଷ ସଭରଓ୍ବାଲ, ଅଶୋକ ଗୁଲାଟି, ପ୍ରସନ୍ନ କୁମାର ମହାନ୍ତି, ସତୀଶ ମରାଠେ, ସ୍ବାମୀନାଥନ ଗୁରୁମୂର୍ତ୍ତି, ରେଭଥୀ ଆୟର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଆନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

ଏମ୍‌ପିଙ୍କ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ସମସ୍ୟା ଜଣାଇଲେ ଲୋକେ, ପ୍ରତିଶ୍ରୁତି ଦେଇ ଏମ୍‌ପି କହିଲେ…

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ୨ ଦିନିଆ ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି। ସେ ବୁଧବାର ପୂର୍ବାହ୍ନରେ ଦାରିଙ୍ଗବାଡି ପହଞ୍ଚିଥିଲେ। ତାଙ୍କୁ ବ୍ଲକ…

‘କିଡନୀ ଦିଅ ନଚେତ୍‌ ମୃତ୍ୟୁ ଦିଅ’ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗୁହାରୀ କଲେ ୫ ମହିଳା, ଜାଣନ୍ତୁ କାହିଁକି…

କୋଟା,୧୬।୭: ରାଜସ୍ଥାନର କୋଟାରୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଏବଂ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । କିଡନୀର ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଜୀବନ ସହ…

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri