ଆଜିଠାରୁ ‘ଇକୋ ରିଟ୍ରିଟ୍‌’:ଗ୍ଲାମରସ୍‌ କ୍ୟାମ୍ପିଂ- ଫୁଡ୍‌-ଫନ୍‌

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ଲକ୍‌ଜ୍ୟୁରି କଟେଜ୍‌, ଆଡ୍‌ଭେଞ୍ଚର ସ୍ପୋର୍ଟସ, ଓ୍ବାଟର୍‌ ସ୍ପୋର୍ଟସ, ବିଚ୍‌ ଭଲିବଲ୍‌, ଥେରାପ୍ୟୁଟିକ୍‌ ଓ୍ବାକ, ବିଚ୍‌ ସ୍ପା, ସେଲିବ୍ରିଟି ଡିଜେ, ଖ୍ୟାତନାମା ବ୍ୟାଣ୍ଡ୍‌ ଓ ମନପସନ୍ଦର ଖାଦ୍ୟ। ଗୋଟିଏ ସ୍ଥାନରେ ସବୁକିଛିର ଅନୁଭବ ନେଇପାରିବେ ପର୍ଯ୍ୟଟକ। ଏଥିପାଇଁ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’। ବିଶ୍ୱ ଦରବାରରେ ଓଡ଼ିଶା ପର୍ଯ୍ୟଟନର ସ୍ବତନ୍ତ୍ରତାକୁ ଦର୍ଶାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଆକର୍ଷଣୀୟ ପଦକ୍ଷେପ ନିଆଯାଇଛି। ଏଥିରେ ଦେଶ ବିଦେଶର ପର୍ଯ୍ୟଟକ ପ୍ରଥମଥର ପାଇଁ ଓଡ଼ିଶାରେ ‘ଗ୍ଲାମରସ୍‌ କ୍ୟାମ୍ପିଂ’ ବା ଗ୍ଲାମ୍ପିଂର ମଜା ନେଇପାରିବେ। ବିଶ୍ୱପ୍ରସିଦ୍ଧ କୋଣାର୍କକୁ ଦିନିକିଆ ପର୍ଯ୍ୟଟନସ୍ଥଳୀରୁ ରହଣି ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଆୟୋଜିତ ହେବାକୁ ଥିବା ଏହି ବହୁ ପ୍ରତୀକ୍ଷିତ ଉତ୍ସବକୁ ଶନିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗୁଜରାଟର କଚ୍ଛ ରାନ୍‌୍‌ ଉତ୍ସବ ଢାଞ୍ଚାରେ କରାଯାଉଥିବା ଏହି ଉତ୍ସବ ଡିସେମ୍ବର ୧୪ରୁ ଆରମ୍ଭ ହୋଇ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଚାଲିବ। ସ୍ବତନ୍ତ୍ରଭାବେ ପ୍ରସ୍ତୁତ ୫୦ଟି ଲକ୍‌ଜ୍ୟୁରି କଟେଜ୍‌ରେ ପର୍ଯ୍ୟଟକମାନେ ରହିବା ସହ ସୁସ୍ବାଦୁ ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ। ଏଥିସହ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟାଭ୍ୟାସକୁ ନିକଟକୁ ଜାଣିବାର ସୁଯୋଗ ପାଇପାରିବେ ବୋଲି ଶୁକ୍ରବାର ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଥିଲେ। ୪.୮୨ କୋଟି ଟଙ୍କା ବଜେଟରେ ହେଉଥିବା ଏହି ୪୯ ଦିନିଆ ଉତ୍ସବ ଉଭୟ ସାଧାରଣ ଲୋକ ଏବଂ ଇନ୍‌ହାଉସ୍‌ ପର୍ଯ୍ୟଟକଙ୍କ ପାଇଁ ଖୋଲାରହିବ। ଉତ୍ସବକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଥିବାବେଳେ କେବଳ ପବ୍ଲିକ୍‌ ଏରିଆକୁ ସାଧାରଣ ଲୋକଙ୍କୁ ଛଡାଯିବ। ସେହିଭଳି ଇନ୍‌ହାଉସ୍‌ ଏରିଆରେ କଟେଜ୍‌ ବୁକିଂ କରିଥିବା ପର୍ଯ୍ୟଟକମାନେ ରହିପାରିବେ। ସ୍ବତନ୍ତ୍ର ଷ୍ଟେଜ୍‌ ଏରିଆରେ ପ୍ରତି ସନ୍ଧ୍ୟାରେ ଓଡ଼ିଶାର ଲୋକକଳା, ନୃତ୍ୟ, ସଙ୍ଗୀତ ପରିବେଷଣ କରାଯିବ। ପ୍ରତି ଶନିବାର ସନ୍ଧ୍ୟାରେ ‘ୟୁଫୋରିଆ’, ଇଣ୍ଡିଆନ୍‌ ଓସେନ୍‌’ ଭଳି ବ୍ୟାଣ୍ଡ୍‌ ସହ ହର୍ଷଦୀପ କୌର, ବେନି ଦୟାଲ, ମାମେ ଖାନ୍‌, ସଲିମ ସୁଲେମାନ୍‌ ଓ କ୍ରିଷ୍ଣା ବେଉରାଙ୍କ ଭଳି ଖ୍ୟାତନାମା କଣ୍ଠଶିଳ୍ପୀମାନେ ଲାଇଭ୍‌ ମ୍ୟୁଜିକ୍‌ ପରିବେଷଣ କରିବେ। ଏଥିପାଇଁ ପ୍ରବେଶ ଶୁକ୍ଳ ଅତିକମ୍‌ରେ ୫୦ଟଙ୍କା ରହିବ। ଅସ୍ଥାୟୀଭାବେ ନିର୍ମିତ ୪ଟି ରେଷ୍ଟୁରାଣ୍ଟ୍‌ ପାରମ୍ପରିକ ଓଡ଼ିଆ ଖାଦ୍ୟରୁ ଆରମ୍ଭକରି ସମସ୍ତ ପ୍ରକାର ଦେଶୀ ବିଦେଶୀ ଖାଦ୍ୟ ପରିବେଷଣ କରିବେ।
ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲିବାକୁ ଥିବାବେଳେ ବାଲୁଖଣ୍ଡ ଅଭୟାରଣ୍ୟରେ ନେଚର ଟ୍ରେଲ୍‌ ସହ ଟେମ୍ପୁଲ୍‌ ଟୁର୍‌ ଏବଂ ଇକୋଲୋଜିକାଲ ଟୁର୍‌ ହେବ। ସେହିଭଳି ଆଡ୍‌ଭେଞ୍ଚର ସ୍ପୋର୍ଟସରେ ‘ଜେଟ୍‌-ସ୍କି’, ‘ସ୍ପିଡ୍‌ ବୋଟିଂ, ‘ପାରାସେଲିଂ’, ‘ଏଟିଭି’, ‘ଆର୍ଚେରୀ’, ‘ରାଇଫଲ୍‌ ଶୁଟିଂ’, ‘ବିଚ୍‌ ଭଲିବଲ୍‌’, ‘ଓ୍ବାଟର୍‌ ରୋଲର୍‌’ ଆଦି ରହିବ। ‘ମାଇସ୍‌ ଟୁରିଜିମ୍‌’କୁ ନଜରରେ ରଖି ଏଠାରେ ସ୍ବତନ୍ତ୍ର କନ୍‌ଫରେନ୍ସ ହଲ୍‌ କରାଯାଇଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର କର୍ପୋରେଟ୍‌ ପ୍ୟାକେଜ୍‌ ରହିଛି। ଏହାବ୍ୟତୀତ ସ୍ବତନ୍ତ୍ର ଫୁଡ୍‌ ଫେଷ୍ଟିଭାଲ ଓ ବିଚ୍‌ ମାର୍କେଟ୍‌ର ମଜା ସାଧାରଣ ଲୋକ ନେଇପାରିବେ। ପର୍ଯ୍ୟଟକମାନେ https://ecoretreat.odishatourism.gov.in/ ଏବଂ ecoretreat@panthanivas.com ଜରିଆରେ ବୁକିଂ କରିପାରିବେ ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍‌. ଯାଦବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri