ବିଧାୟିକା ଭାବେ ଶପଥ ନେଲେ ରୀତା, ଶପଥପାଠ କରାଇଲେ ବାଚସ୍ପତି
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବୁଧବାର ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଅଧିବେଶନ। ପ୍ରଥମ ଦିବସରେ ବିଜେପୁର ବିଧାନସଭା ଆସନରୁ ନବ ନିର୍ବାଚିତ ରୀତା ସାହୁ ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୀତାଙ୍କୁ ଶପଥପାଠ କରାଇଥିଲେ। ଏଥିସହ…
ଆହାର କେନ୍ଦ୍ରରେ ଖାଦ୍ୟ ନିଅଣ୍ଟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଘେରିଲେ ଲୋକେ
ବରଗଡ଼ ଅଫିସ,୧୩।୧୧- ବରଗଡ଼ ସହରର ଆହାର କେନ୍ଦ୍ରରେ ବୁଧବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୈାହାନ ମଧ୍ୟାହ୍ନ ଭୋଜନ କରିଥିଲେ। ତେବେ ବହୁ ସଂଖ୍ୟାରେ ଲୋକେ ମଧ୍ୟାହ୍ନ ଭୋଜନ ଅପେକ୍ଷାରେ ଥିବା ବେଳେ ଖାଦ୍ୟ ନିଅଣ୍ଟ ପଡ଼ିଥିଲା। ଫଳରେ…
ଆପଣମାନେ ଖୁସି ତ, ମୁଁ ବି ଖୁସି
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଆପଣମାନେ ଖୁସି ତ। ମୁଁ ବି ଖୁସି। ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତିକୁ ନେଇ ବୁଧବାର ବିଧାନସଭାରେ ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଷୋଡଶ ବିଧାନସଭା ଦ୍ୱିତୀୟ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି।ପ୍ରଥମ ଦିବସ ଥିବାରୁ ଉଭୟ ଶାସକ ଓ…
ପୂର୍ବତନ ସଦସ୍ୟଙ୍କ ବିୟୋଗରେ ବିଧାନସଭାରେ ଶୋକ
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବିଧାନସଭାର ପୂର୍ବତନ ସଦସ୍ୟଙ୍କ ବିୟୋଗରେ ବୁଧବାର ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରଲୋକଗତ ସଦସ୍ୟ ସାହୁରା ମଲ୍ଲିକ, ଉଦୀପ ପ୍ରତାପ ଦେଓ, ବୃନ୍ଦାବନ ପାତ୍ର ଏବଂ ଓଡ଼ିଶା ପୋଲିସର ପୂର୍ବତନ ଓଏପିଏଫ୍ ଜୟରାଫ କବାସିଙ୍କ…
ଆହାର କେନ୍ଦ୍ରରେ ଖାଇ ଛାଡ଼ଖାଇ ପାଳିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ
ବରଗଡ଼ ଅଫିସ,୧୩।୧୧- ବୁଧବାର ସବୁଆଡ଼େ ଛାଡଖାଇର ମାହୋଲ। ସଭିଁଏ ଉତ୍ସାହ, ଉଦ୍ଦୀପନା ସହିତ ଏହାକୁ ପାଳନ କରୁଛନ୍ତି। ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଦିନ ପ୍ରାୟ ସାଢେ ୧୨ଟାରେ…
ନାରୀ ନିର୍ଯାତନା, ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିଧାନସଭାରେ ଝଡ଼: ଅପରାହ୍ନ ୩ଯାଏ ଗୃହକାର୍ଯ୍ୟ ମୁଲତବୀ
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଯାଜପୁର ଜିଲାର ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ପ୍ରଶ୍ନକାଳ ବାତିଲ କରି ଏହି ପ୍ରସଙ୍ଗ ଉପରେ ପ୍ରଥମେ ଆଲୋଚନା କରାଯାଉ। ଏଭଳି ଦାବି କରି ଉଭୟେ ବିରୋଧୀ…
ଆଜି ଛାଡ଼ଖାଇ: ଆମିଷ ବଜାରରେ ପ୍ରବଳ ଭିଡ
ଭୁବନେଶ୍ୱର,୧୩।୧୧: ଆଜି ରାଜ୍ୟରେ ଛାଡଖାଇ ପାଳନ କରାଯାଉଛି। ଗତ ଏକ ମାସ ହେବ ନିରାମିଷ ଭୋଜନ କରିଥିବା ଲୋକେ ଆଜି ଆମିଷ ଖାଇବେ। ଏନେଇ ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଆଜି ବୁଧବାର ଥିବାରୁ ଭୋରରୁ ମାାଛ, ମାଂସ…
ଆଜି ବନକଲାଗି: ୪ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ ଅଫିସ,୧୩।୧୧:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ତାଙ୍କ…
ବିଧାନସଭା ଅଧିବେଶନ: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି ଆନ୍ଦୋଳନକାରୀଙ୍କ ଉପରେ କଡ଼ା ନଜର
ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ବୁଧବାରଠାରୁ ବିଧାନସଭାର ଷୋଡ଼ଶ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ପୋଲିସ ଡିଜି ବି.କେ. ଶର୍ମା ଓ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବିଧାନସଭା ଭିତର…
ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ:୧୦ ଜଣଙ୍କୁ ଏକାମ୍ର ସାଂସ୍କୃତିକ ସମ୍ମାନ
ପୁରୁଣା ଭୁବନେଶ୍ୱର, ୧୩।୧୧(ଡି.ଏନ.ଏ.):ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ଇତିହାସକୁ ଉଜ୍ଜୀବିତ କରି ରଖିବା ପାଇଁ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁସାଗରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ଥିଲା। ବିଜ୍ଞାନ ଓ କାରିଗରି, ସାଧାରଣ ଉଦ୍ୟୋଗ ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ…
ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ:ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
କଟକ ଅଫିସ, ୧୩।୧୧:କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମଙ୍ଗଳବାର ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ପ୍ରଥମ ଦିନରେ ବାଲିଯାତ୍ରା ପଡିଆକୁ ଚାହିଁଲେ ଲୋକ ମାଳମାଳ। ବିଶେଷକରି ସନ୍ଧ୍ୟାରେ ମାତ୍ରେ ଭିଡ଼ ଅଧିକ ହୋଇଥିଲା। ଫଳରେ ଆଗକୁ ଯିବା ଭାରି ମୁସ୍କିଲ ହୋଇଥିଲା।…
ନୂତନ ଖାଉଟି ସୁରକ୍ଷା ଆଇନକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି:ରାଜ୍ୟ ସ୍ବାର୍ଥକୁ ଗୁରୁତ୍ୱ ଦେଇ ନିୟମାବଳୀ କର
ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ଖାଉଟି ସୁରକ୍ଷା ଆଇନ ୧୯୮୬ ବଦଳରେ କେନ୍ଦ୍ର ସରକାର ନୂତନ ଖାଦ୍ୟ ସୁରକ୍ଷା ଆଇନ-୨୦୧୯ ପ୍ରଣୟନ କରିଛନ୍ତି। ଏହି ଆଇନ କାର୍ଯ୍ୟକାରୀ କରିବାକୁ ଆବଶ୍ୟକୀୟ ନିୟମାବଳୀ ପ୍ରସ୍ତୁତ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖିବା ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାରଙ୍କ…
Archives


