ରାଜ୍ୟ

ଢେଙ୍କାନାଳଯୋଡା ଶିଶୁଙ୍କ ଚିକିତ୍ସା ପାଇଁ ୭ ଜଣିଆ ଡାକ୍ତରୀ ଟିମ୍‌: ଇକୋ ଟେଷ୍ଟରୁ ଗୋଟିଏ ହୃତପିଣ୍ଡ ଜଣାପଡ଼ିଲା

କଟକ ଅଫିସ, ୨।୭- ଢେଙ୍କାନାଳ ଯୋଡାଶିଶୁଙ୍କ ଚିକିତ୍ସା ପାଇଁ କଟକ ଶିଶୁଭବନରେ ୭ ଜଣିଆ ଡାକ୍ତରୀ ଦଳ ଗଠିତ ହୋଇଛି। ଶିଶୁ ଶଲ୍ୟ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ହିରଣ୍ୟ ମହାନ୍ତିଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ଶିଶୁ ସର୍ଜରୀ...

ବନ ମହୋତ୍ସବରେ ସଂକଳ୍ପ:ମହାପ୍ରଭୁଙ୍କ ସେବା ପାଇଁ ପ୍ରାଚୀ ତଟରେ ହେବ ପଦ୍ମବନ ପ୍ରକଳ୍ପ

ଗୋପ/କାକଟପୁର, ୨।୭(ଡି.ଏନ୍‌.ଏ.)-୭୦ତମ ବନମୋହତ୍ସବ ଅବସରରେ ପୁରୀ ଜିଲା ଗୋପ ବ୍ଲକ ନୟାହାଟ ସ୍ଥିତ ପ୍ରାଚୀ ତଟରେ ପଦ୍ମବନ ପ୍ରକଳ୍ପ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତିର ଜୀବନରେଖା ପବିତ୍ର ପ୍ରାଚୀ ନଦୀ ଅବବାହିକାରେ ପୂର୍ବପରି ବନାଞ୍ଚଳ ସୃଷ୍ଟି, ମଧୁର...

ରଥଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା: ଏନ୍‌ଏଚ୍‌ରେ ୨୪ ଘଣ୍ଟିଆ ପାଟ୍ରୋଲିଂ, ଦୁର୍ଘଟଣା ଗାଡ଼ି ଉଠାଇବା ପାଇଁ ରହିବ କ୍ରେନ୍‌

କଟକ ଅଫିସ, ୨।୭-ଆସନ୍ତା ୪ ତାରିଖରେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ ହେବାକୁ ଯାଉଛି। କଟକରେ ରଥଯାତ୍ରା ପାଳନ ପାଇଁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହା...

ଚାନ୍ଦବାଲି ଗାଁକୁ ପଶିଲା ଜୁଆର ପାଣି: ନଦୀକୂଳବାସୀ ଆତଙ୍କିତ, ଖରିଫ ଫସଲ ବାଧାପ୍ରାପ୍ତ ହେବା ଆଶଙ୍କା

ଆରଡି, ୨ା୭(ଡି.ଏନ.ଏ.)-ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବା ପରେ ଚାନ୍ଦବାଲି ଜିଲାରେ ଲଗାଣବର୍ଷା ଲାଗି ରହିଛି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ମଙ୍ଗଳବାର ଅମାବାସ୍ୟା ଯୋଗୁ ସମୁଦ୍ର ଅତ୍ୟନ୍ତ ଜୁଆରିଆ ରହିଛି। ମୁହାଣ ଦେଇ ବୈତରଣୀକୁ ଅଧିକ ଜୁଆର...

କପାଳୀ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ

ବନ୍ତ,୨ା୭(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକର କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ। ମଙ୍ଗଳବାର ସକାଳେ ଦିଅଁମାନେ ରନତ୍ବେଦିକୁ ବିଜେ କରିଥିଲେ। ଠାକୁରଙ୍କୁ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା। ପୂଜକ...

କୂଳ ଲଙ୍ଘୁଛି ଜନନୀ ଯନ୍ତ୍ରଣା: ଖଟିଆରେ ୪ କି.ମି. ବୁହାହେଲେ ଗର୍ଭବତୀ ମା’, ପାହାଡରେ ଜନ୍ମଦେଲେ ଶିଶୁକନ୍ୟା

ନୂଆପଡା ଅଫିସ/ଖଡିଆଳ,୨ା୭: ଶିଶୁ, ମାତୃ ମୃତ୍ୟୁହାର କମାଇବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିସକାଶେ ଆନୁଷ୍ଠାନିକ ପ୍ରସବ ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି । ହେଲେ ନୂଆପଡ଼ା ଜିଲା ସଦର ମହକୁମାଠାରୁ ୮୦ କି.ମି. ଦୂର...

ଶ୍ରୀନହରକୁ ବିଜେ ହେଲା ଖଡ଼ିପ୍ରସାଦ: ମହାପ୍ରଭୁଙ୍କର ହେଲା ବନକଲାଗି

ପୁରୀ ଅଫିସ, ୨ା୭: ଶ୍ରୀନହରକୁ ମଙ୍ଗଳବାର ଖଡ଼ି ପ୍ରସାଦ ବିଜେ କରାଯାଇଛି। ପୂର୍ବାହ୍ନରେ ଦତ୍ତମହାପାତ୍ର ସେବକ ଏବଂ ଦଇତାପତି ସେବକମାନେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡ଼ି ପ୍ରସାଦ ଲାଗି...

ସରକାରୀ ସ୍କୁଲ ଛାତ୍ରୀନିବାସରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ବିଧାନସଭାରେ ହଟ୍ଟଗୋଳ, ଗୃହରେ ବିବୃତି ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏକ ସରକାରୀ ସ୍କୁଲ ଛାତ୍ରୀନିବାସରେ ଚାରି ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଘଟଣାକୁ ଚପାଇ ଦେବା ଲାଗି ସମସ୍ତ ଉଦ୍ୟମ କରାଯାଇଛି। ରାଜ୍ୟ ସରକାର ମା’କୁ...

ବାତ୍ୟା ‘ଫନୀ’ ମାଡ଼: ୫ ସହରରେ ଉଜୁଡ଼ିଗଲା ୧.୭୩ ଲକ୍ଷ ବୃକ୍ଷ

ଭୁବନେଶ୍ୱର,୨।୭(ବ୍ୟୁରୋ): ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ଼ ଫନୀରେ ୫ ସହରରେ ୧ ଲକ୍ଷ ୭୩ହଜାର ୯୫୭ ଗଛ ବରବାଦ ହୋଇଛି। ଜଟଣୀରେ ୩ହଜାର ୪୭୩ଟି ଗଛ, ଖୋର୍ଦ୍ଧାରେ ୪୯୬, ପୁରୀରେ ୪୯ହଜାର ୪୫୯, ଭୁବନେଶ୍ୱରରେ ୧୨ହଜାର ୮୮୩ଏବଂ...

ସୋନମ ପଲେଇ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା

ଛତ୍ରପୁର, ୨।୭ (ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲା ପରିଷଦ ଅଧ୍ୟକ୍ଷା ପଦବୀ ପୁଣି ବିଜେଡି ହାତେଇବାରେ ସକ୍ଷମ ହୋଇଛି। ବିଜେଡି ପ୍ରାର୍ଥୀ ତଥା ଖଲ୍ଲିକୋଟ ବ୍ଲକ ଅଧୀନ ୧୧ ନଂ ଜୋନ ଜ଼ିଲା ପରିଷଦ ସଭ୍ୟା ସୋନମ ପଲେଇ ଅଧ୍ୟକ୍ଷା ଭାବେ ମଙ୍ଗଳବାର...

ଅସ୍ତରଙ୍ଗ ଉପକୂଳ ଲଙ୍ଘିଲା ଅଶାନ୍ତ ସମୁଦ୍ର: ଚାଷଜମିରେ ମାଡ଼ିଲା ଲୁଣା ଜୁଆର, ଗ୍ରାମବାସୀ ଆତଙ୍କିତ

କାକଟପୁର, ୨।୭(ଡି.ଏନ୍‌.ଏ.)-ଲଘୁଚାପ ଏବଂ ଅମାବାସ୍ୟା ତିଥି ପାଇଁ ଅଶାନ୍ତ ହୋଇପଡ଼ିଛି ସମୁଦ୍ର। ମଙ୍ଗଳବାର ମଧ୍ୟାହ୍ନରେ ଅସ୍ତରଙ୍ଗ ଉପକୂଳର ଉଦୟକଣି ଗଁା ନିକଟରେ ଉଚ୍ଚ ଜୁଆର କୂଳ ଲଙ୍ଘିଛି। ଅଶାନ୍ତ ସମୁଦ୍ର ବାଲିସ୍ତୁପ ଡେଇଁ ସ୍ଥଳଭାଗ ମୁହାଁ ହୋଇଥିବାବେଳେ ଗର୍ଜନ ଛାତି...

ବିଧାନସଭାରେ ବ୍ଲକ ପୁନର୍ଗଠନ ଦାବିକଲେ ବିରୋଧୀ ଓ ଶାସକ; ବ୍ଳକ ଗଠନ ପାଇଁ ଏବେ କୌଣସି ଯୋଜନା ନାହିଁ:ମନ୍ତ୍ରୀ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ବ୍ଲକ ପୁନର୍ଗଠନ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ। ୧୯୫୮ ମସିହାରୁ ବ୍ଲକ ପୁନର୍ଗଠନ କାର୍ଯ୍ୟ କରାଯାଇ ୩୧୪ଟି ଗଠିତ ହୋଇଛି। ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ ୧୯୫୯ର ଧାରା ୧୫(୧) ଅନୁଯାୟୀ, ରାଜ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri