ବାତ୍ୟା ‘ଫନୀ’ ମାଡ଼: ୫ ସହରରେ ଉଜୁଡ଼ିଗଲା ୧.୭୩ ଲକ୍ଷ ବୃକ୍ଷ

ଭୁବନେଶ୍ୱର,୨।୭(ବ୍ୟୁରୋ): ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ଼ ଫନୀରେ ୫ ସହରରେ ୧ ଲକ୍ଷ ୭୩ହଜାର ୯୫୭ ଗଛ ବରବାଦ ହୋଇଛି। ଜଟଣୀରେ ୩ହଜାର ୪୭୩ଟି ଗଛ, ଖୋର୍ଦ୍ଧାରେ ୪୯୬, ପୁରୀରେ ୪୯ହଜାର ୪୫୯, ଭୁବନେଶ୍ୱରରେ ୧୨ହଜାର ୮୮୩ଏବଂ କଟକ ସହରରେ ୧୭ ହଜାର ୬୯୧ଟି ଗଛ ନଷ୍ଟ ହୋଇଛି। ମଙ୍ଗଳବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ଉତ୍ତର ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ବିଜେଡି ସଦସ୍ୟ ସୌଭିକ ବିଶ୍ୱାଳ ଫନୀ ବାତ୍ୟାରେ ଚୌଦ୍ୱାର ଓ କଟକ ସହରରେ ବ୍ୟାପକ ବୃକ୍ଷ ନଷ୍ଟ ହୋଇଥିବାରୁ ଚଳିତ ବର୍ଷ ସେସବୁ ସବୁଜିମା ଫେରାଇ ଆଣିବା ଲାଗି ସରକାର କି ପଦକ୍ଷେପ ନେଇଛନ୍ତି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ଚୌଦ୍ୱାର ଓ କଟକ ସହରେ ବହୁଳ ବୃକ୍ଷ ରୋପଣ ପାଇଁ ସରକାର ୨୦୧୯-୨୦ରେ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ବିଭିନ୍ନ ବନୀକରଣ ଯୋଜନାରେ ୧୨ହଜାର ଚାରା ରୋପଣ କରାଯିବ। ଏଥିସହ ୧ ଲକ୍ଷ ୫୦ହଜାର ଚାରା ମାଗଣାରେ ଲୋକମାନଙ୍କୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

ଚର୍ଚ୍ଚିତ ଗୌଣ ଗ୍ରହ ଆପୋଫିସ୍‌

ଆମ ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ କକ୍ଷ ମଝିରେ ଅନେକଗୁଡିଏ କ୍ଷୁଦ୍ର ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡିକ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ।…

ସତ୍ୟ ନିକେତନ ଘଟଣା: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୫ MCD ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ଘଟଣାରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେନ (MCD) ଦ୍ୱାରା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦକ୍ଷିଣ ଜୋନର ପାଞ୍ଚ ଜଣ…

ଦିଲ୍ଲୀ ଘଟଣା: ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ସହ ସରକାରୀ ଚାକିରି ଦାବି

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ି ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସମ୍ପର୍କରେ ଭାରତୀୟ ଜାତୀୟ କଂଗ୍ରେସର ଉତ୍ତର ପ୍ରଦେଶ ୟୁନିଟ ସଭାପତି ଅଜୟ ରାୟ…

ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ…

ଶନିଙ୍କ ବକ୍ରୀ ଚଳନରେ ୩ ରାଶିଙ୍କ ପାଇଁ ବଢ଼ିପାରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା ସହ ଚାକିରି…

ବର୍ତ୍ତମାନ ଶନି ଗ୍ରହ ବକ୍ରୀ ଅବସ୍ଥାରେ ମୀନ ରାଶିରେ ରହିଛନ୍ତି। ଜ୍ୟୋତିଷ ମତ ଅନୁସାରେ, ଶନିଙ୍କ ଏହି ସ୍ଥିତି କିଛି ରାଶି ପାଇଁ ଚ୍ୟାଲେଞ୍ଜ ଆଣିପାରେ। ଶନିଙ୍କୁ…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଚେତିଲେ ଓଡ଼ିଶା ସରକାର: ମନ୍ତ୍ରୀ କହିଲେ ଭଙ୍ଗାଯିବ ଦୁର୍ବଳ କୋଠା

ଭୁବନେଶ୍ୱର, ୭।୯: ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଓଡ଼ିଶା ସରକାର ଦୁର୍ବଳ କୋଠାଗୁଡ଼ିକୁ ନେଇ ତତ୍ପର ହୋଇଛନ୍ତି। ରାଜ୍ୟରେ ଥିବା ଦୁର୍ବଳ ସରକାରୀ ଓ ବେସରକାରୀ କୋଠାଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri