ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ:ଗୋଟିଏ ଦିନରେ ୧୪୧ ମଦ୍ୟପ ଗାଡ଼ିଚାଳକ ଗିରଫ
କଟକ ଅଫିସ, ୧୭-୯:ରାଜ୍ୟରେ ମଦ୍ୟପ ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ସେମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛି ପୋଲିସ। ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ଗିରଫ କରିବାକୁ ଡିଜିପି ବିଜୟ କୁମାର ଶର୍ମା କଡା ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ...
ବ୍ରହ୍ମପୁରରେ ଏଆର୍ଟିଓ ଅଫିସ ଖୋଲିବା ଦାବି
ବ୍ରହ୍ମପୁର ଅଫିସ,୧୭ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ପୋଲିସ ଏବେ ଜୋର୍ଦାର ଚେକିଂ କରୁଛି। ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜନସାଧାରଣଙ୍କ ସୁବିଧା ନିମନ୍ତେ ବ୍ରହ୍ମପୁର ସହରରେ ଏକ ସହକାରୀ ଆଞ୍ଚଳିକ କାର୍ଯ୍ୟାଳୟ(ଏଆର୍ଟିଓ)...
ସଶକ୍ତୀକରଣ ରାସ୍ତା ଦେଖାଇଲା ‘ଜଜ୍ବା’
ବ୍ରହ୍ମପୁର ଅଫିସ୍,୧୭ା୯-ଦୃଢ଼ମନା ଯୁବପିଢ଼ିଙ୍କ ବିନା କୌଣସି ଦେଶ ସଶକ୍ତ ହୋଇପାରିବ ନାହିଁ। ଏଣୁ ଅଧିକରୁ ଅଧିକ ଯୁବତୀ ଯୁବକଙ୍କୁ ସଶକ୍ତୀକରଣ କରାଇବାର ଆବଶ୍ୟକତା ରହିଛି। ଯୁବପିଢି ଭବିଷ୍ୟତକୁ ନେଇ ସତର୍କ ଥିବା ବେଳେ ସେମାନଙ୍କୁ ଦରକାର ଉପଯୁକ୍ତ ମାର୍ଗଦର୍ଶନ। ଯୁବପିଢ଼ିଙ୍କୁ...
ଜିଲା ଶ୍ରମ ଅଫିସ ଆଗରେ ବିକ୍ଷୋଭ ସମାବେଶ
ବ୍ରହ୍ମପୁର ଅଫିସ,୧୭ା୯-ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ୟୁନିୟନ ଗଞ୍ଜାମ ଜିଲା ଶାଖା ପକ୍ଷରୁ ସୋମବାର ବ୍ରହ୍ମପୁରସ୍ଥ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସମାବେଶ କରାଯାଇଥିଲା। କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ମୌଳିକ ସମସ୍ୟା ସମାଧାନ ଏବଂ...
୨୬ ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ:ତୁରନ୍ତ କ୍ୱାର୍ଟର୍ସ ଛାଡ଼, ନଚେତ୍ ବିଦ୍ୟୁତ୍, ପାଣି ବନ୍ଦ
ଭୁବନେଶ୍ୱର,୧୭-୯(ବ୍ୟୁରୋ):ସରକାରୀ କ୍ୱାର୍ଟର୍ସଗୁଡିକୁ ତୁରନ୍ତ ଛାଡିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ୨୬ ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହିତ ପାଣି ଓ ବିଦ୍ୟୁତ୍ ଯୋଗାଉଥିବା ବିଭାଗଗୁଡିକୁ ମଧ୍ୟ ନୋଟିସ ଜାରି କରାଯାଇଛି। ଯେଉଁ ପୂର୍ବତନ...
ଏନ୍ଏଫ୍ଏସ୍ଏରୁ ବାଦ୍ ପଡ଼ିପାରନ୍ତି ୧୯ ଲକ୍ଷ:ଆଧାର ଛଡ଼ାଇନେବ ରାଶନ, ଚିନ୍ତାରେ ହିତାଧିକାରୀ
ଭୁବନେଶ୍ୱର,୧୭-୯(ବ୍ୟୁରୋ):ଭୋକ ଉପାସରେ କେହି ରହିବେ ନାହିଁ। ଦେଶର ସମସ୍ତ ଗରିବ ଲୋକଙ୍କୁ ଦିନକୁ ଦୁଇମୁଠା ପେଟ ଭରି ଖାଇବାକୁ ମିଳିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ)। ଓଡ଼ିଶା ସରକାର ମଧ୍ୟ...
ପୂଜା ପାଇଁ ଝଲସୁଛି ଆଲୁମିନିୟମ ନଗରୀ
ବଅଁରପାଳ, ୧୭।୯ (ଉପେନ୍ଦ୍ର ରାଉତ) ଅନୁଗୋଳ ଜିଲା ନାଲ୍କୋ ନଗରର ଗଣପର୍ବ ଭାବେ ପରିଚିତ ବିଶ୍ୱକର୍ମା ପୂଜା ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ କଲୋନିବାସୀଙ୍କ ସହ ସମଗ୍ର ନାଲ୍କୋ ନଗରରେ ଉତ୍ସାହ ଦେଖାଦେଇଛି। ଚଳିତ ବର୍ଷ ପ୍ରଭୁ ବିଶ୍ୱ ନିର୍ମାତାଙ୍କୁ...
ମା’ ବାପା, ଭାଇଙ୍କୁ ହରାଇ ଅସହାୟ ପୁଷ୍ପଲତା:ସହପାଠୀ ଦେଲେ ସହାୟତା
ତାଳଚେର,୧୭ା୯(ନି.ପ୍ର.) ପୂର୍ବରୁ ମା’ବାପା ଆଖିବୁଜି ସାରିଥିଲେ। ସାହାରା ଥିବା ଏକମାତ୍ର ଭାଇ ଗତ ଜୁନ ୨୪ରେ ଆରପାରିକୁ ଚାଲିଯିବା ପରେ ବଡ଼ ଅସହାୟ ହୋଇପଡ଼ିଛନ୍ତି ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ଯୁବତୀ ପୁଷ୍ପଲତା ବେହେରା। ପୁଷ୍ପଲତାଙ୍କ ସମ୍ପର୍କରେ ଖବରପାଇବା ପରେ...
ମିଳୁନି ଆବଶ୍ୟକ କୋଇଲା: ଟିଟିପିଏସ୍ର ୩ ୟୁନିଟ୍ ବନ୍ଦ
ତାଳଚେର,୧୭ା୯(ନି.ପ୍ର.) ଆବଶ୍ୟକ କୋଇଲା ଅଭାବରୁ ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍)ର ୩ ଗୋଟି ୟୁନିଟ୍ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଗାମୀ...
ଖେଳପଡ଼ିଆ ପାଇଁ ଅଣ୍ଟା ଭିଡ଼ିଲା ପରିଚାଳନା କମିଟି:ଜବରଦଖଲ ଉଚ୍ଛେଦ ଦାବି
ଭୁବନ ୧୭।୯(ଡି.ଏନ.ଏ.) ଭୁବନ ଏନ୍ଏସି ଅଧୀନ ୩ନଂ. ଓ୍ବାର୍ଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଖପାଖ ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବାକୁ ଦାବି କରିଛି ପରିଚାଳନା କମିଟି। ଏ ନେଇ କମିଟି ସଦସ୍ୟମାନେ ସୋମବାର ତହସିଲଦାରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ...
ପୂରଣ ହେଉନି ଉଦ୍ଦେଶ୍ୟ: ରାସ୍ତାକଡ଼ରେ ଗଡୁଛି ଚେକ୍ପୋଷ୍ଟ
କାମାକ୍ଷାନଗର, ୧୭।୯(ଡି.ଏନ୍.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ଥିବା ବିଭିନ୍ନ ଥାନା, ଫାଣ୍ଡିକୁ ମିଳିଥିବା ପୋଲିସ ଚେକ୍ପୋଷ୍ଟ ବ୍ୟବହାରରେ ଆସୁନାହିଁ। ଚେକ୍ପୋଷ୍ଟଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ଲଟାବୁଦାରେ ପଡ଼ି ନଷ୍ଟ ହେଉଛି। ଜିଲାର ଆଦର୍ଶ ଥାନାର ମାନ୍ୟତା ପାଇଛି କାମାକ୍ଷାନଗର।...
ମେଶିନ୍ ଅଛି, କାମରେ ଲାଗୁନି: ୫ ବର୍ଷରେ ମାତ୍ର ୨୭ ଅଲ୍ଟ୍ରାସାଉଣ୍ଡ
ରାୟଗଡ଼ା ଅଫିସ, ୧୭।୯- ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସହଜ, ସୁବିଧା ଓ କମ୍ ସମୟ ମଧ୍ୟରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା...
Archives


