ରାଜ୍ୟ

ପରୀକ୍ଷାଜନିତ ଚାପ ହ୍ରାସ କରିବ ‘ପରୀକ୍ଷା ପର୍ବ’

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ଆଉ ଅଳ୍ପଦିନ ରହିଲା ଦଶମ ଓ ଯୁକ୍ତ୨ ପରୀକ୍ଷା। ପରୀକ୍ଷାକୁ ନେଇ ମାତାପିତାମାନେ ଚିନ୍ତିତ ହେଉଥିବାବେଳେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭୟ, ଅବସାଦ ଏବଂ ଆତ୍ମହତ୍ୟା ଭଳି ବିଚାର ଉତ୍ପନ୍ନ ହୋଇଥାଏ। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ଶିଶୁ…

ସୁସ୍ଥ ହୋଇ ଫେରିଲେ ଘନଶ୍ୟାମ, ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାମର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡ୍‌ନୀକୁ ସଫଳତାର ସହ ପ୍ରତିରୋପଣ କରାଯିବା ପରେ ଘନଶ୍ୟାମ ଜେନା ଏକ ନୂଆ ଜୀବନ ପାଇଛନ୍ତି। ଗତ ୪ ତାରିଖରେ ଆପୋଲୋ ହସ୍ପିଟାଲରେ ଦୀର୍ଘ ୬ଘଣ୍ଟା ଅସ୍ତ୍ରୋପଚାର ହୋଇଥିଲା।…

ନୂଆ ରୂପ ନେବ ଶିଳ୍ପୀଗ୍ରାମ ରଘୁରାଜପୁର

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପରେ ରଘୁରାଜପୁରର ବିକାଶ ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶିଳ୍ପୀଗ୍ରାମ ଭାବେ ପରିଚିତ ପୁରୀ ଜିଲାର ରଘୁରାଜପୁରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାକୁ…

ହଟିଲା ହୋର୍ଡିଂ, ଭାଙ୍ଗିଲା ୪୦ ଦୋକାନ

ଭୁବନେଶ୍ୱର, ୧୧ା୨ (ବ୍ୟୁରୋ): ବିଗତ କିଛି ମାସ ହେବ ଭୁବନେଶ୍ୱରରେ ଜବରଦଖଲ ଉଚ୍ଛେଦ ଜୋର୍‌ଦାର ଚାଲିଛି। ସହରକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ ଲକ୍ଷ୍ୟ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ କମିଶନରେଟ ପୋଲିସର ମିଳିତ…

ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦେଲେ ସସ୍ମିତ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ସୋମବାର ଗୃହରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ବିଜୁ…

ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ: ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ, ଭାଜପା

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ଗଞ୍ଜାମ ଜିଲା ମେଣ୍ଡରାଜ୍‌ପୁରଠାରେ ରବିବାର ଏକ ବସ୍‌ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୧୦ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଗୁରୁତର ଆହତ ହୋଇଛନ୍ତି। ରାଜ୍ୟରେ ଏଭଳି ମର୍ମନ୍ତୁଦ ଘଟଣା ବାରମ୍ବାର ଘଟିବା ସତ୍ତ୍ୱେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ…

କାର୍ଯ୍ୟରେ ଅବହେଳା ଯୋଗୁ ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବନ କରାଯାଇଛି। ତାଙ୍କ ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗତ ଜାନୁୟାରୀ ୨୧ରେ ନଅତାଲାସ୍ଥିତ ଉଚ୍ଚଶିକ୍ଷା…

ପୁରୀ ସଦର ଥାନା ଏଏସ୍‌ଆଇ ନିଲମ୍ବିତ

ପୁରୀ ଅଫିସ, ୧୧ା୨(ଡି.ଏନ.ଏ): ରାଜ୍ୟରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ଗତ ଗାନ୍ଧୀ ଜୟନ୍ତୀଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ପୋଲିସ ବିଭାଗରେ ସ୍ବଚ୍ଛତା ଓ ଜନତାଙ୍କ ସହ ସୁସମ୍ପର୍କ ସ୍ଥାପନ ଲକ୍ଷ୍ୟ…

ଓଏଚ୍‌ଆର୍‌ସିରେ ଗୋଳନ୍ଥରା ବସ୍‌ ଟ୍ରାଜେଡି ମାମଲା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ କ୍ଷତିପୂରଣ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,୧୧ା୨(ବ୍ୟୁରେ):ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ଗ୍ରାମରେ ୧୧ କେଭି ବିଦ୍ୟୁତ ତାର ବସ୍‌ରେ ଲାଗିଯିବାରୁ ନିର୍ବନ୍ଧ ପାଇଁ ଯାଉଥିବା ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପାଇଁ ବିଦ୍ୟୁତ୍‌…

ଗଞ୍ଜାମ ବସ୍‌ ଦୁର୍ଘଟଣା ଏସ୍‌ସିବିରେ ଆହତଙ୍କୁ ଭେଟିଲେ ଭାଜପା ରାଜ୍ୟ ସଭାପତି

କଟକ ଅଫିସ,୧୧ା୨: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅଧୀନ ମେଣ୍ଢରାଜପୁର ଛକରେ ରବିବାର ଅପରାହ୍ନରେ ସିଲ୍‌କ ସିଟି ନାମକ ଏକ ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଅନେକ ଗୁରୁତର ଆହତ ହୋଇଥିଲେ।…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୪ ପୂର୍ବତନ ଆଇଏଏସ୍‌, ଆଇଏଫଏସ୍‌ ଅଧିକାର

ଭୁବନେଶ୍ୱର, ୧୧ା୨(ବ୍ୟୁରେ): ରାଜ୍ୟରେ ଦିନକୁ ଦିନ ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ାରେ ରଞ୍ଜନ ଦାସ ଓ କନ୍ଧମାଳ ଜିଲାରେ ଅଭିମନ୍ୟୁ ପଣ୍ଡା ଆରଟିଆଇ ତଥ୍ୟ ମାଧ୍ୟମରେ ସତ୍ୟ ସାମ୍ନାକୁ ଆଣିବା ପରେ ସେମାନଙ୍କୁ ଆକ୍ରୋଶମୂଳକ ଭାବେ…

ରେଳ ବଜେଟ ହ୍ରାସ ନେଇ ଆଜି ରେଳମନ୍ତ୍ରୀଙ୍କୁ ଭେଟିବ କମିଟି

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟ ବରାଦଠାରୁ ୨୨୦କୋଟି ଟଙ୍କା କମ୍‌ ହୋଇଥିବାରୁ ବିଧାନସଭାର ରେଲଓ୍ବେ ଗୃହ କମିଟି ଉଦ୍‌ବେଗ ପ୍ରକାଶ କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri