ପୂରଣ ହେଉନି ଉଦ୍ଦେଶ୍ୟ: ରାସ୍ତାକଡ଼ରେ ଗଡୁଛି ଚେକ୍‌ପୋଷ୍ଟ

କାମାକ୍ଷାନଗର, ୧୭।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ଥିବା ବିଭିନ୍ନ ଥାନା, ଫାଣ୍ଡିକୁ ମିଳିଥିବା ପୋଲିସ ଚେକ୍‌ପୋଷ୍ଟ ବ୍ୟବହାରରେ ଆସୁନାହିଁ। ଚେକ୍‌ପୋଷ୍ଟଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ଲଟାବୁଦାରେ ପଡ଼ି ନଷ୍ଟ ହେଉଛି।

ଜିଲାର ଆଦର୍ଶ ଥାନାର ମାନ୍ୟତା ପାଇଛି କାମାକ୍ଷାନଗର। ଏଥିସହ ଉପଖଣ୍ଡ ଅଧୀନରେ ଭୁବନ, କଙ୍କଡ଼ାହାଡ଼, ତୁମୁସିଙ୍ଗା, ପରଜଙ୍ଗ ଥାନା ଆସୁଛି। ଏହାକୁ ବାଦ୍‌ଦେଲେ ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ସରାଙ୍ଗ, ଦଦରାଘାଟି, ସୁରପ୍ରତାପପୁର, ପଣ୍ଡୁଆ, ସାଆନ୍ଦା, ମହାବିରୋଡ଼ ଫାଣ୍ଡି କାର୍ଯ୍ୟ କରୁଛି। କଙ୍କଡ଼ାହାଡ଼, ତୁମୁସିଙ୍ଗା ବ୍ୟତୀତ ଅନ୍ୟସବୁ ଥାନା ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ। ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଗାଡ଼ିର ବେଗ କମାଇବା, ନିୟମିତ ତନଖି କାର୍ଯ୍ୟରେ ଚେକ୍‌ପୋଷ୍ଟଗୁଡ଼ିକ ବ୍ୟବହୃତ ହୋଇଥାଏ। ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥା ସୌଜନ୍ୟରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଚେକ୍‌ପୋଷ୍ଟଗୁଡ଼ିକୁ ପୋଲିସକୁ ଦିଆଯାଇଛି। ହେଲେ ଏହାର ଉଦ୍ଦେଶ୍ୟ ପୂରଣ ହେଉନାହିଁ। ଉପଖଣ୍ଡର ଅଧିକାଂଶ ଥାନା ଫାଣ୍ଡିରେ ଏସବୁକୁ ବ୍ୟବହାର ନ କରି ଏତେତେଣେ ପକାଇ ଦିଆଯାଉଛି।

ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ପଣ୍ଡୁଆ କଲେଜ ନିକଟରେ। ପଣ୍ଡୁଆ ଫାଣ୍ଡିକୁ ପ୍ରଦାନ କରାଯାଇଥିବା ପୋଲିସ ଚେକ୍‌ପୋଷ୍ଟ ଦୟନୀୟ ଭାବେ ରାସ୍ତାକଡ଼ରେ ଗଡ଼ୁଛି। ସେହିପରି କାମାକ୍ଷାନଗର ଆଦର୍ଶ ଥାନା ସମ୍ମୁଖରେ ଗଦା ହୋଇ ରହିଛି ଟ୍ରାଫିକ୍‌ ନିୟନ୍ତ୍ରଣରେ ବ୍ୟବହୃତ ଏହି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ। ସରକାର ଆପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ବିପୁଳ ଅର୍ଥ ବିନିଯୋଗ କରୁଥିଲେ ମଧ୍ୟ ଏହାକୁ ପୋଲିସ ହେୟଜ୍ଞାନ କରୁଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଅତିରିକ୍ତ ଏସ୍‌ପି ହରେକୃଷ୍ଣ ପ୍ରଧାନ କୁହନ୍ତି, ସରକାରୀସୂତ୍ରରେ ଏବଂ କେତେକ ବେସରକାରୀ ସଂସ୍ଥାର ସୌଜନ୍ୟରୁ ପୋଲିସ ଚେକ୍‌ପୋଷ୍ଟଗୁଡ଼ିକ ମିଳିଛି। ସେଗୁଡ଼ିକୁ ଆବଶ୍ୟକସ୍ଥଳେ ବ୍ୟବହାର କରାଯାଏ। କେତେକ ନଷ୍ଟ ହୋଇଯାଇଛି। ସେଗୁଡ଼ିକ ହୁଏତ ପଡ଼ିଥାଇପାରେ। ଆଗାମୀ ଦିନରେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri