ମେଶିନ୍‌ ଅଛି, କାମରେ ଲାଗୁନି: ୫ ବର୍ଷରେ ମାତ୍ର ୨୭ ଅଲ୍‌ଟ୍ରାସାଉଣ୍ଡ

ରାୟଗଡ଼ା ଅଫିସ, ୧୭।୯-
ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସହଜ, ସୁବିଧା ଓ କମ୍‌ ସମୟ ମଧ୍ୟରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସବୁ ରଖାଯାଇଛି। କିନ୍ତୁ ବିଭିନ୍ନ କାରଣରୁ ଏହାର ପ୍ରକୃତ ଲାଭ ହିତାଧିକାରୀ ପାଉନାହାନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ। ଏଠାରେ ଅଲ୍‌ଟ୍ରାସାଉଣ୍ଡ ମେଶିନ ଅଛି ସତ, କିନ୍ତୁ ଲୋକ ଏହାର ସୁବିଧା ପାଉନାହାନ୍ତି। ଏଠାରେ ୫ ବର୍ଷରେ ମାତ୍ର ୨୭ଟି ଅଲ୍‌ଟ୍ରାସାଉଣ୍ଡ କରାଯାଇଛି।
ଅନୁନ୍ନତ ରାୟଗଡ଼ା ଜିଲାରେ ୨୦୧୪ରେ କଲେକ୍ଟର ଇଣ୍ଟିଗ୍ରେଟେଡ଼ ଆକ୍ସନ ପ୍ଲାନ ଫଣ୍ଡରୁ ୧୮ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ଅଲଟ୍ରାସାଉଣ୍ଡ ମେଶିନ ଲଗାଯାଇଥିଲା। କିନ୍ତୁ ଏହାର ପରିଚାଳନା ପାଇଁ କାହାକୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନ ଥିବାରୁ ୫ବର୍ଷ ମଧ୍ୟରେ ଆଜି ପର୍ଯ୍ୟନ୍ତ ମାତ୍ର ୨୭ଟି ଅଲ୍‌ଟ୍ରାସାଉଣ୍ଡ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ବିଶେଷଜ୍ଞ ଡା. ଉତ୍କଳ ରଥ ୨୫ ଜଣ ରୋଗୀଙ୍କ ଅଲ୍‌ଟ୍ରାସାଉଣ୍ଡ କରିଥିଲେ। ନଭେମ୍ବର ୨୦୧୭ରେ ତାଙ୍କର ଖୋର୍ଦ୍ଧା ବଦଳି ହୋଇଯାଇଥିଲା। ପରେ ପଦ୍ମପୁର ମେଡ଼ିକାଲ ଅଫିସର ଡା. ବି. ଜୟ ବାବୁ ଏଠାରେ ୨ଟି ଅଲ୍‌ଟ୍ରାସାଉଣ୍ଡ କରିଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କର ମଧ୍ୟ ଜୟପୁର ବଦଳି ହୋଇଯାଇଥିଲା। ଏବେ ଅଲ୍‌ଟ୍ରାସାଉଣ୍ଡ ମେଶିନ ରଖା ଯାଇଥିବା ରୁମ୍‌ ତାଲା ପଡୁଛି। ଅଲ୍‌ଟ୍ରାସାଉଣ୍ଡ ପାଇଁ ଲୋକ ସହରରେ ଥିବା ଏକ ଘରୋଇ କ୍ଲିନିକ୍‌ ଉପରେ ନିର୍ଭର କରୁଛନ୍ତି। ଆନ୍ଧ୍ରପ୍ରଦେଶରୁ ଜଣେ ବିଶେଷଜ୍ଞ ସପ୍ତାହକୁ ୨ ଦିନ ଆସି ଏଠାରେ ଅଲ୍‌ଟ୍ରାସାଉଣ୍ଡ କରୁଛନ୍ତି। ଘରୋଇ କ୍ଲିନିକ୍‌ରେ ଗୋଟିଏ ଅଲ୍‌ଟ୍ରାସାଉଣ୍ଡ ପାଇଁ ୮୦୦ରୁ ଊର୍ଦ୍ଧ୍ୱ ଟଙ୍କା ଦେବାକୁ ପଡ଼ିଥାଏ। ଆର୍ଥିକ ଅସ୍ବଚ୍ଛଳ ଲୋକଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ। ଏତେ ଟଙ୍କା ଦେଇ ଅଲ୍‌ଟ୍ରାସାଉଣ୍ଡ କରିବାରେ କଷ୍ଟ ହେଉଛି ବୋଲି ରୋଗୀ ଓ ତାଙ୍କ ସମ୍ପର୍କୀୟ କହିଛନ୍ତି। ବାଧ୍ୟ ହୋଇ ଧାର କରଜ କରିବାକୁ ପଡୁଛି ବୋଲି ସେମାନେ କହିଛନ୍ତି। ଗର୍ଭଧାରଣର ୬ମାସରେ ଅଲ୍‌ଟ୍ରାସାଉଣ୍ଡ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମୋ ସ୍ବାମୀ ଦିନ ମଜୁରିଆ। ଏତେ ଟଙ୍କା ଦେଇ ଘରୋଇ କ୍ଲିନିକ୍‌ରେ ଅଲ୍‌ଟ୍ରାସାଉଣ୍ଡ କରିବା ଆମ ପାଇଁ କଷ୍ଟ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ଥିବା କଥା ଶୁଣିଲୁ। ସେଠାକୁ ଗଲୁ। କିନ୍ତୁ ସେଠାରେ ଅଲ୍‌ଟ୍ରାସାଉଣ୍ଡ ହେଉ ନ ଥିବା ଶୁଣି ନିରାଶ ହୋଇ ଫେରିଲୁ ବୋଲି ଫରେଷ୍ଟ କଲୋନୀ ନିବାସୀ ରୀବା ମେନେକା କହିଛନ୍ତି। ଏ ନେଇ ସିଡିଏମ୍‌ଓ ଡା.ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଚଳିତ ସପ୍ତାହରୁ ମୁଁ ଦାୟିତ୍ୱ ଗ୍ରହଣ କରିଛି, ମୋତେ କିଛି ସମୟ ଦରକାର। ଏହି ସମସ୍ୟାର ଶୀଘ୍ର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri