ଏସ୍ସିବିରେ ବନ୍ଦ ରହିବ ନିୟମିତ ଅପରେଶନ
କଟକ ଅଫିସ, ୨୨।୩: କରୋନା ବିଶ୍ୱରେ ମହାମାରୀ ରୂପ ନେଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇ ଥିବା ଜନତା କର୍ଫ୍ୟୁର ପ୍ରଭାବ ଏସ୍ସିବି ମେଡିକାଲରେ ମଧ୍ୟ ପଡିବ। ଏହାକୁ ଦୃଷ୍ଟିରେ ରଖି ଏସ୍ସିବି ମେଡିକାଲରେ ହେବାକୁ ଥିବା ସମସ୍ତ ନିୟମିତ ଅପରେସନ…
ଜନତା କର୍ଫ୍ୟୁ: ଘରୁ ନ ବାହାରିବା ପାଇଁ ପରାମର୍ଶ, କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ
ଭୁବନେଶ୍ୱର,୨୨।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସଚେତନତା ଓ କଟକଣାକୁ ଆହୁରି ବ୍ୟାପକ କରିବାକୁ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଛି। ଏହାକୁ ସଫଳ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ…
ନାକଚଣା ସ୍ପର୍ଶରେ କାଳିଆର ଅନୁଭବ
ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜିଲା ପ୍ରଶାସନ ନେଇଛି ଏକ ବଡ଼ ନିଷ୍ପତ୍ତି। ଶୁକ୍ରବାରଠାରୁ ବନ୍ଦ ରହିଛି ଶ୍ରୀମନ୍ଦିରରେ ଦର୍ଶନ। ଶନିବାର ଦ୍ୱିତୀୟ ଦିନରେ ବି କୌଣସି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁ ନ…
ବାହାର ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବେ ଅଙ୍ଗନୱାଡି କର୍ମୀ
ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସମ୍ପର୍କିତ ସଚେତନତା ଓ ମୁକାବିଲା ନିମନ୍ତେ ଶନିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ…
ଦେଢ଼ଘଣ୍ଟା ପ୍ରବଳ ବର୍ଷିଲା, କୁଆପଥର ଖସିଲା
ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। ଏଥିସହ କେତେକ ସ୍ଥାନରେ ବଜ୍ରପାତ ମଧ୍ୟ ହୋଇଥିଲା। ସକାଳେ ପାଗ ସ୍ବାଭାବିକ ଥିବାବେଳେ ଦିନ ପ୍ରାୟ ସାଢ଼େ ୧୨ଟାବେଳକୁ କଳାହାଣ୍ଡିଆ ବାଦଲ ହଠାତ୍ ମାଡ଼ି ଆସିଥିଲା।…
ଜଟଣୀ: ୧୯ ବିଦେଶ ଫେରନ୍ତା ହୋମ୍ ଆଇସୋଲେଶନ୍ରେ
ଜଟଣୀ/ଯାଁଳା,୨୨।୩(ଡି.ଏନ.ଏ.): ଜଟଣୀ ଥାନା ଅଞ୍ଚଳକୁ ଆଉ ୩ ଜଣ ବିଦେଶରୁ ଫେରିଥିବା ଶନିବାର ଜଣାପଡ଼ିଥିଲା। ସେମାନଙ୍କୁ ହୋମ୍ ଆଇସୋଲେଶନ୍ରେ ରଖାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଜିତେନ୍ଦ୍ର କୁମାର ପଣ୍ଡା କହିଛନ୍ତି। ଏହି ୩ ଜଣଙ୍କୁ ମିଶାଇ ଜଟଣୀରେ ୧୯ ଜଣ…
ଲକ୍ଡାଉନ୍ରେ ସେବା ଯୋଗାଇବ ମୋ ବସ୍: ବିମାନବନ୍ଦର, ରେଳ ଷ୍ଟେଶନ, ବସ୍ଷ୍ଟାଣ୍ଡ୍ ଓ ହସ୍ପିଟାଲକୁ ସ୍ବତନ୍ତ୍ର ରୁଟ୍
ଭୁବନେଶ୍ୱର, ୨୨।୩(ବ୍ୟୁରୋ): କରୋନା ସଂକ୍ରାମଣ ଏଡ଼ାଇବାକୁ ୨୨ରୁ ୨୯ ତାରିଖ ଯାଏ ଲକ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଏହି ସମୟରେ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଦ୍ୱାରା ପରିଚାଳିତ ‘ମୋ ବସ୍’ ସେବା ଜାରି ରଖିବ। ଓଡ଼ିଶା…
ମଧ୍ୟାହ୍ନଭୋଜନ ପାଇଁ ଛାତ୍ରୀଛାତ୍ରଙ୍କୁ ମିଳିବ ରାଶନ
ଭୁବନେଶ୍ୱର, ୨୨।୩(ବ୍ୟୁରୋ): କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦିଆଯାଇଛି। ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇପାରୁନାହିଁ। ଏଭଳିସ୍ଥିତିରେ ଛାତ୍ରୀଛାତ୍ରଙ୍କୁ କିପରି ଠିକ୍ଭାବେ ପୋଷଣ ଦିଆଯାଇପାରିବ ସେଥିପାଇଁ ରାଜ୍ୟ ସରକାର ପିଲାଙ୍କୁ ଚାଉଳ ଦେବା ପାଇଁ…
ଖାଁ ଖାଁ ଶ୍ରୀମନ୍ଦିର: ଏକା ଏକା ବସିଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗକୁ ଅଣ୍ଟୁନି ତୁଳସୀ, ଫୁଲ
ପୁରୀ ଅଫିସ,୨୨।୩: ଶ୍ରୀଜଗନ୍ନାଥ ଭକ୍ତ ବତ୍ସଳ ପୁଣି ଭାବର ଠାକୁର। ହେଲେ ଆଜି ଭକ୍ତ ନାହାନ୍ତି, ଏକା ଏକା ରତ୍ନସିଂହାନରେ ବସିଛନ୍ତି ମହାପ୍ରଭୁ। ନୀତିକାନ୍ତି ଚାଲିଛି, ସେବକମାନେ ସେବାପୂଜା କରୁଛନ୍ତି। ହେଲେ ଶ୍ରଦ୍ଧାଳୁଙ୍କ ବିନା ଖାଁ ଖାଁ ଶ୍ରୀମନ୍ଦିର। ଆନନ୍ଦ ବଜାର…
ହସ୍ପିଟାଲ ଆଇସୋଲେଶନରେ ୨୩, ଦୁଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର
ଭୁବନେଶ୍ୱର, ୨୨।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ ୬୯ଟି ରିପୋର୍ଟ ଆସିଥିବାବେଳେ ଗୋଟିଏ ରିପୋର୍ଟ ଆସିନାହିଁ। ଆସିଥିବା ରିପୋର୍ଟ ମଧ୍ୟରୁ ୨ଟି ପଜିଟିଭ୍ ଥିବାବେଳେ ବାକି ସବୁ ନେଗେଟିଭ୍ ରହିଛି। କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ…
ପୁଣି କମିଲା ବସ୍ ଭଡ଼ା: କିଲୋମିଟର ପିଛା ୧, ୨ ପଇସା
ଭୁବନେଶ୍ୱର,୨୨।୩(ବ୍ୟୁରୋ): ଗତ କିଛିଦିନ ହେବ ଡିଜେଲ ଓ ପେଟ୍ରୋଲ ଦର ଲଗାତର ହ୍ରାସ ପାଇବାରେ ଲାଗିଛି। ଏଥିଯୋଗୁ ରାଜ୍ୟରେ ବସ୍ଭଡ଼ା କମିଛି। ଏ ନେଇ ଶନିବାର ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତୈଳଦର୍ ହ୍ରାସ ପାଇଥିବାରୁ…
କରୋନା: ସ୍ବଚ୍ଛତା ହିଁ ପ୍ରତିଷେଧକ
କରୋନା ଏକ ଆର୍ଏନ୍ଏ ଭୂତାଣୁ, ଏଚ୍ଆଇଭି ଭଳି। ଏହିପରି ଭୂତାଣୁ ଶରୀରର ପ୍ରତିରୋଧକ ଶକ୍ତିକୁ ଅକାମୀ କରି କାୟା ବିସ୍ତାର କରେ ଓ ମଣିଷର ଶ୍ୱାସକ୍ରିୟାକୁ କବଳିତ କରିଥାଏ। ବର୍ତ୍ତମାନର କରୋନାକୁ ନୋଭେଲ ବା ନୂତନ କରୋନା ଭୂତାଣୁ ଆଖ୍ୟା ଦିଆଯାଇଛି;…
Archives


