ଏନ୍‌ଜିଟି କାଠଗଡ଼ାରେ ସୁକିନ୍ଦା ରେଲୱେ ସାଇଡିଂ

ଯାଜପୁର ଅଫିସ, ୧୮ା୬: ପୂର୍ବତଟ ରେଳପଥ ଅଧୀନ ସୁକିନ୍ଦା ରେଲୱେ ସାଇଡିଂରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା (ଆବେଦନ ନମ୍ବର-୩୪/୨୦୨୦)ରେ ରୁଜୁ ହୋଇଛି। ଏହି ମାମଲା ଉପରେ ଏନ୍‌ଜିଟିର ବିଚାରପତି ଏସ୍‌.ପି. ୱାଙ୍ଗଡି ଓ ବୈଷୟିକ ସଦସ୍ୟ ସିଦ୍ଧାନ୍ତ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶରେ ଯାଜପୁର ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) କର୍ତ୍ତୃପକ୍ଷଙ୍କୁ ନେଇ ଏକ ତିନି ଜଣିଆ ତଦନ୍ତକାରୀ ଟିମ୍‌ ଗଠନ କରିବାକୁ ପରାମର୍ଶ ଦିଆଯାଇଛି। ଏଥିଯୋଗୁ ଯଖପୁରା ପରେ ସୁକିନ୍ଦା ରେଲୱେ ସାଇଡିଂ ମଧ୍ୟ ବନ୍ଦ ହେବା ଆଶଙ୍କା ଘନୀଭୂତ ହୋଇଛି। ଏସ୍‌ପିସିବି କର୍ତ୍ତୃପକ୍ଷଙ୍କ ଅପାରଗତା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।
ସାଧାରଣ ଲୋକଙ୍କୁ ଜଳ ଓ ବାୟୁ ପ୍ରଦୂଷଣରୁ ରକ୍ଷା କରିବାକୁ ଏସ୍‌ପିସିବି କାର୍ଯ୍ୟ କରୁଛି। ସିପିସିବି ଅଧୀନରେ ପରିଚାଳିତ ଏହି ବୋର୍ଡର ଅଧିକାରୀ ଓ କର୍ମଚାରୀମାନେ ଏଥିପାଇଁ ସାଧାରଣ ଲୋକଙ୍କ ଟିକସରୁ ଦରମା ପାଉଛନ୍ତି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏସ୍‌ପିସିବି କର୍ତ୍ତୃପକ୍ଷ ନିଜ ସ୍ବାର୍ଥକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ କର୍ତ୍ତବ୍ୟରୁ ଓହରିଯାଇ କେବଳ କାଗଜପତ୍ରରେ ପ୍ରଦୂଷଣ ନିୟନ୍ତ୍ରଣ କରୁଥିବାରୁ ଅଞ୍ଚଳବାସୀ ଏନଜିଟିର ଦ୍ୱାରସ୍ଥ ହୋଇଛନ୍ତି। ଏନ୍‌ଜିଟିର କଡା କାର୍ଯ୍ୟାନୁଷ୍ଠାନ କେବଳ ଶିଳ୍ପାଞ୍ଚଳକୁ କ୍ଷତି ପହଞ୍ଚାଉନାହିଁ ବରଂ ଏଥିରେ ସମ୍ପୃକ୍ତ କର୍ମଚାରୀ ଓ ଶ୍ରମିକଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହେଉଛି। ସୁକିନ୍ଦା ରେଲୱେ ସାଇଡିଂକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ରେଲୱେ ସାଇଡିଂ ଉପରେ ଜେଏସଡବ୍ଲ୍ୟୁ ଓ ଇମାମି ସିମେଣ୍ଟ, ଇମ୍ଫା, ଭିସା ଷ୍ଟିଲ ପ୍ରଭୃତି କମ୍ପାନୀ ନିର୍ଭର କରୁଛନ୍ତି। ଏଠାରେ ପ୍ରତ୍ୟହ ୧୮,୫୪୭ ମେଟ୍ରିକ ଟନ ଖଣିଜ ଦ୍ରବ୍ୟ ଲୋଡିଂ ଓ ଅନ୍‌ଲୋଡିଂ ହେଉଛି। ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ଶତ ପ୍ରତିଶତ ହେବା କଥା। କିନ୍ତୁ ଏସପିସିବିର ବିଫଳତା ଯୋଗୁ ପ୍ରଦୂଷଣରେ ଆଖପାଖ ଅଞ୍ଚଳର ୮୪ ଲୋକଙ୍କ ଜୀବନ ଯାଇଛି ବୋଲି ପୂର୍ବରୁ ଅଭିଯୋଗ ହୋଇଛି। ଏନ୍‌ଜିଟିରେ ହୋଇଥିବା ମାମଲାରେ ଆବେଦନକାରୀ ସୁଶାନ୍ତ ଦାସଙ୍କ ପକ୍ଷରୁ ଓକିଲ ଶଙ୍କରପ୍ରସାଦ ପାଣି ଦର୍ଶାଇଛନ୍ତି ଯେ, ସୁକିନ୍ଦା ରେଲୱେ ସାଇଡିଂରେ ପ୍ରଦୂଷଣ ନିୟନ୍ତ୍ରଣ ସର୍ତ୍ତାବଳୀର ଉଲ୍ଲଂଘନ କରାଯାଉଛି। ଏହାସତ୍ତ୍ବେ ଏସ୍‌ପିସିବି ପକ୍ଷରୁ ଗତ ମାର୍ଚ୍ଚ ୩୦ ତାରିଖରେ ରେଳ ସାଇଡିଂ ଚାଲୁ କରିବା ଅନୁମତିକୁ ନବୀକରଣ କରାଯାଇଛି। ରେଳବାଇ ତରଫରୁ ସାଇଡିଂ ଅଞ୍ଚଳରେ ଖଣିଜ ଦ୍ରବ୍ୟର ପ୍ରଦୂଷଣ ରୋକିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏପରିକି ସାଇଡିଂର ଛାତ ନାହିଁ। ଖୋଲାସ୍ଥାନରେ ଖଣିଜ ଦ୍ରବ୍ୟ ଗଚ୍ଛିତ ରଖି ପରିବହନ ହେଉଥିବାରୁ ଆଖପାଖ ଅଞ୍ଚଳରେ ଅତ୍ୟଧିକ ବାୟୁ ପ୍ରଦୂଷଣ ହେଉଛି। ବର୍ଷା ଦିନେ ଖଣିଜ ଗୁଣ୍ଡ ମିଶ୍ରିତ ପାଣି ଆଖପାଖ ଚାଷଜମିରେ ମାଡୁଛି। ରେଳ ସାଇଡିଂର ମାତ୍ର ୩୦ ମିଟର ଦୂରରେ ଥିବା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମଧ୍ୟ ଏହାଦ୍ୱାରା ବହୁଳ ଭାବେ ପ୍ରଭାବିତ ହେଉଛନ୍ତି। ଏହି ମର୍ମରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୨୦୧୮ ଅଗଷ୍ଟ ୧୩ ତାରିଖରେ ରେଲୱେ ସାଇଡିଂ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏଥିରେ ପ୍ରଦୂଷଣ ରୋକିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ତାହା କେବଳ ନୋଟିସ୍‌ରେ ସୀମିତ ରହିଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏ ନେଇ ଏସ୍‌ପିସିବିର ସଦସ୍ୟ ସଚିବ ମଧ୍ୟ ଜାଣିଶୁଣି ନୀରବ ରହିବା ଯୋଗୁ ତାଙ୍କ କାର୍ଯ୍ୟକଳାପରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ତଦନ୍ତକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୪କୁ ଧାର୍ଯ୍ୟ କରାଯାଇଛି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ଏ ଯାଏ ସେ ଅଫିସିଆଲି ଏନ୍‌ଜିଟି ନିର୍ଦ୍ଦେଶ ପାଇନାହାନ୍ତି। ତଥାପି ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri