ମେଣ୍ଟିପାରୁନି ପାହାଡ଼ତଳି ବାସିନ୍ଦାଙ୍କ ଶୋଷ
ଖଇରା, ୭।୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶାରୀଶୁଆ ପାହାଡ ପାଦଦେଶରେ ଥିବା ପଞ୍ଚାୟତଗୁଡିକରେ ପାନୀୟଜଳ ସମସ୍ୟା ବହୁ ପୁରୁଣା। ପଥୁରିଆ ଅଞ୍ଚଳ ଯୋଗୁ ଖରାଦିନ ହେଲେ ଅଧିକାଂଶ ନଳକୂପ ଅଚଳ ହୋଇପଡେ। ଅନେକ ସମୟରେ ବ୍ଲକ ପ୍ରଶାସନ…
ବଲାଙ୍ଗୀରରେ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ଧସେଇ ପଶିଲେ ଚାଷୀ
ବଲାଙ୍ଗୀର ଅଫିସ, ୬।୨- ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସାଇଁ ସମୀକ୍ଷା କରୁଥିବାବେଳେ ବୈଠକ ଭିତରକୁ କିଛି ଚାଷୀ ଧସେଇ ପଶିଥିଲେ। ଚାଷୀଙ୍କ ସହ ଧାନ…
ଜୁଆ ନିଶାରେ ମସ୍ଗୁଲ ଧରାକୋଟ ଥାନା ପୋଲିସ: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ
ଧରାକୋଟ, ୬।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ ୫ଜଣ କର୍ମଚାରୀ ଖାକି ଓ ସାଦା ପୋଷାକରେ ନଗଦ ଟଙ୍କା ଏବଂ ମୋବାଇଲ ରଖି…
ଗାଧୋଇବା ସମୟରେ ଭସାଇନେଲା ଲହଡ଼ି: ୪ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍ଗାର୍ଡ
ପୁରୀ ଅଫିସ, ୬।୨: ପୁରୀ ସମୁଦ୍ରରେ ବୁଡିଯାଉଥିବା ବେଳେ ୪ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଗୁରୁବାର ଲାଇଫ୍ଗାର୍ଡ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକମାନେ ହେଲେ ପଶ୍ଚିମବଙ୍ଗ ହାୱଡାର ଦମ୍ପତି ଗୋବିନ୍ଦ ଧର(୪୨)ଓ ତନୁଶ୍ରୀ(୨୬) ଏବଂ ବାବୁଲା ମାଲକର୍(୩୪) ଓ ତାଙ୍କ ସ୍ତ୍ରୀ ଝୁମା(୩୦)।…
କରୋନା ମୁକାବିଲା ଚିନ୍ତା: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍; ଏସ୍ସିବିରେ କରୁଛନ୍ତି ପରିସ୍ଥିତି ଅନୁଧ୍ୟାନ
କଟକ ଅଫିସ,୬।୨: ସାରା ବିଶ୍ୱରେ ପ୍ରାଣଘାତକ କରୋନା ଭୂତାଣୁ ଆତଙ୍କ ଖେଳାଇଥିବା ବେଳେ ଭାରତର କେରଳରେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛି। ଓଡ଼ିଶାରେ ମଧ୍ୟ କିଛି ରୋଗୀଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟିମ୍ ଗୁରୁବାର…
ପୋଲିସ ସମ୍ମୁଖରେ ମାଡ଼ ଘଟଣା: ପଞ୍ଜାବୀ ଯୁବକ ପରବିନ୍ଦରଙ୍କ ନାମରେ ପାଲଟା ମାମଲା ରୁଜୁ
ଭୁବନେଶ୍ୱର,୬।୨(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପଞ୍ଜାବୀ ଯୁବକଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼ ଆସିଛି। ଗୁରୁବାର ପରବିନ୍ଦର ପାଲ୍ ସିଂଙ୍କ ବିରୋଧରେ ପାଲଟା ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କ କୋର୍ଟରେ ପ୍ରତିପକ୍ଷଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି।…
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ
ଭୁବନେଶ୍ୱର, ୬।୨(ବ୍ୟୁରୋ): ଆଗକୁ ମାଟ୍ରିକ୍ ପରୀକ୍ଷା। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସବୁଥର ପ୍ରଶ୍ନପତ୍ର ଭାଇରାଲ ଏକ ବଡ଼ ଚ୍ୟାଲେଞ୍ଜ ହେଉଥିବା ବେଳେ ଚଳିତ ବର୍ଷ ଏଭଳି କିଛି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ…
ପୋଡ଼ପଡ଼ାରେ ପୁଣି ହାତୀ ମୃତ୍ୟୁ: ମାସକର ଛୁଆକୁ ଦଳି ମାରିଦେଲେ ହାତୀପଲ
ଓଡ଼ାପଡ଼ା,୬।୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ସଦର ରେଞ୍ଜ୍ ପୋଡ଼ପଡ଼ା ଗ୍ରାମ ନିକଟସ୍ଥ ବେଣୁଗୁଡ଼ା ପୋଲ ନିକଟରେ ଗୁରୁବାର ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମାସକର ଛୁଆହାତୀକୁ ହାତୀମାନେ ଦଳି ମାରି ଦେଇଥିବା ଅନୁମାନ କରାଯାଉଛି ବୋଲି ବନ ବିଭାଗ କର୍ମଚାରୀମାନେ…
ରାଉରକେଲାରେ ଏସିଡ୍ ମାଡ଼: ଗୋଟିଏ ପରିବାରର ୪ ଆହତ; ଅଭିଯୁକ୍ତ ଗିରଫ
ରାଉରକେଲା ଅଫିସ,୬ା୨- ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍ ମାଡ଼ରେ ଗୋଟିଏ ପରିବାରର ୪ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ ଗୁରୁବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସନ୍ତୋଷ ସୋନି(୩୯)। ପୂର୍ବ ଶତ୍ରୁତାକୁ ନେଇ…
ବିଦ୍ୟୁତ୍ ବିଚ୍ଛିନ୍ନ କରିବାକୁ ନେଇ ଭାଜପାର ଟାର୍ଗେଟ: ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର,୬।୨(ବ୍ୟୁରୋ): ବିଜୁଳିକୁ ନେଇ ରାଜ୍ୟ ସରକାରଙ୍କୁ ଭାଜପା ମୁଖପାତ୍ର ଗୋଲକ ମହାପାତ୍ର ଗୁରୁବାର ସମାଲୋଚନା କରିଛନ୍ତି। ବଡ଼ ଶିଳ୍ପ ସଂସ୍ଥା ଓ ବିତରକ କମ୍ପାନୀ ଉପରେ ୧୨ ହଜାର କୋଟି ଟଙ୍କା ବାକି ରହିଛି। ହେଲେ ଗରିବଙ୍କ ବିଜୁଳି କାଟିବା ଦିଗରେ…
ସମ୍ବଲପୁର ଗସ୍ତରେ ପୋଲିସ ଡିଜି: ଅପରାଧ ନିୟନ୍ତ୍ରଣ, ୫-ଟି କାର୍ଯ୍ୟକାରିତା ନେଇ ସମୀକ୍ଷା
ସମ୍ବଲପୁର,୬।୨(ବ୍ୟୁରୋ)-ପୋଲିସ ଡିଜି ଅଭୟ ଗୁରୁବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି। ଏହି ଅବସରରେ ଉତ୍ତରାଞ୍ଚଳ ଡିଭିଜନ ଜିଲାର ଏସ୍ପିମାନଙ୍କୁ ନେଇ ସେ ସମୀକ୍ଷା ବୈଠକ କରିଥିଲେ। ସାଇବର ଅପରାଧ, ନିଶା ଦ୍ରବ୍ୟ ଚୋରା ଚାଲାଣ ରୋକିବା, ରାଜ୍ୟ ବାହାରକୁ ଆସୁଥିବା ଅପରାଧୀଙ୍କୁ…
ରେଳ ଅନୁଦାନ ଓଡ଼ିଶା ପାଇଁ ନୈରାଶ୍ୟଜନକ: ମନ୍ତ୍ରୀ
ଭୁବନେଶ୍ୱର,୬।୨(ବ୍ୟୁରୋ): ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪,୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଓଡ଼ିଶା ପାଇଁ ନୈରାଶ୍ୟଜନକ ବୋଲି ଗୁରୁବାର ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ସେ କହିଛନ୍ତି, ଯେତିକି ଦାବି କରିଥିଲୁ…
Archives


