ଜଳ ଜୀବନ ମିଶନରେ ଲକ୍ଷ୍ୟ ପୂରଣ କରୁନି ଓଡ଼ିଶା

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟରେ ଜଳ ଜୀବନ ମିଶନ (ଜେଜେଏମ୍‌)ରେ ଆଶାନୁରୂପ ପ୍ରଗତି ହୋଇନାହିଁ। ୨୦୧୯-୨୦ରେ ମାତ୍ର ୨୭.୯୭% ଲକ୍ଷ୍ୟ ହାସଲ ହୋଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ଚିନ୍ତାପ୍ରକଟ କରିବା ସହିତ ଏ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୯-୨୦ରେ ରାଜ୍ୟର ୧୫.୬୧ ଲକ୍ଷ ଘରକୁ ଟ୍ୟାପ୍‌ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ମାତ୍ର ୪.୩୭ ଲକ୍ଷ(୨୭.୯୭%)ଘରକୁ ଜଳ ଜୀବନ ମିଶନରେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଏହି ମିଶନ ଜରିଆରେ ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ଘରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାର ଏହି ମିଶନରେ ଯୋଗାଇ ଦେଉଥିବା ପାଣ୍ଠିରୁ ବହୁତ କମ୍‌ ଉପଯୋଗ କରାଯାଇଛି। ଓଡ଼ିଶାକୁ ଏଥିପାଇଁ ୨୦୧୯-୨୦ରେ ୩୬୪.୭୪ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ରାଜ୍ୟ ସରକାର ମାତ୍ର ୨୭୫.୦୨ କୋଟି ଟଙ୍କା ଖର୍ଚ୍ଚ କରିଥିବା କେନ୍ଦ୍ର ତାଙ୍କ ଚିଠିରେ ଦର୍ଶାଇଛନ୍ତି। ପାଣ୍ଠି ବିନିଯୋଗ କମ୍‌ ହୋଇଥିବାରୁ ଏହାର ଯୋଜନା ଓ କାର୍ଯ୍ୟକାରିତା ଉପରେ ସମୀକ୍ଷା କରି ପାଣ୍ଠି ବିନିଯୋଗକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶେଖାଓ୍ବତ୍‌ କହିଛନ୍ତି ଯେ, ଜଳ ମିଶନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ଅନୁଦାନକୁ ୩୬୪.୭୪ କୋଟିରୁ ୮୧୨.୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତବର୍ଷ ଖର୍ଚ୍ଚ ହୋଇ ପାରି ନ ଥିବା ୯୦ କୋଟି ଟଙ୍କାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ମୋଟ ୮୧୨ କୋଟି ଟଙ୍କା ଅନୁମୋଦନ କରାଯାଇଛି। ରାଜ୍ୟ ସରକାରଙ୍କ ଅଂଶଧନକୁ ମିଶାଇ ମୋଟ ୧୮୦୫ କୋଟି ଟଙ୍କା ଜଳଜୀବନ ମିଶନରେ ଖର୍ଚ୍ଚ ହେବ ବୋଲି ଶେଖାଓ୍ବତ୍‌ କହିଛନ୍ତି। ରାଜ୍ୟର ୨୧,୫୧୬ ଗ୍ରାମକୁ ପାନୀୟ ଜଳ ଯୋଗାଇବାକୁ ଏକ ଦୃଢ଼ ଯୋଜନା କରିବାକୁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାର ଗ୍ରାମାଞ୍ଚଳର ଗରିବ ଓ ମଧ୍ୟବିତ୍ତ ପରିବାର ଲୋକେ ଟ୍ୟାପ ଯୋଗେ ପାନୀୟ ଜଳ ପାଇପାରିବେ। ୨୦୨୦-୨୧ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ କମିଶନ ଗ୍ରାଣ୍ଟରୁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ପାଇଁ ଓଡ଼ିଶାକୁ ୨,୨୫୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରୁ ପାନୀୟ ଜଳ ଯୋଗାଣ ଓ ପରିମଳ ପାଇଁ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯିବାକୁ ବ୍ୟବସ୍ଥା ରହିଛି। ଏହାଛଡ଼ା ଗ୍ରାମାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ପାନୀୟ ଜଳ ଯୋଗାଣ ଓ ବର୍ଜ୍ୟଜଳ ବିଶୋଧନ ଆଦି କାର୍ଯ୍ୟ ପାଇଁ ଉକ୍ତ ଅର୍ଥ ଖର୍ଚ୍ଚ କରାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri