କର୍ତ୍ତବ୍ୟରେ ଅବହେଳା: ନିମାପଡା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ
ଭୁବନେଶ୍ୱର/ନିମାପଡା, ୧୬ା୪(ବ୍ୟୁରୋ/ଡି.ଏନ୍.ଏ.): କର୍ତ୍ତବ୍ୟରେ ଅବହେଳା ଏବଂ ସରକାରୀ ନିର୍ଦ୍ଦେଶାନାମାକୁ ପାଳନ ନ କରିବା ଯୋଗୁ ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) କାର୍ଯ୍ୟନିର୍ବାହୀ ଅଧିକାରୀ ମୋହନଚରଣ ଜେନାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏ ନେଇ ଗୁରୁବାର ଗୃହ ଓ ନଗର ଉନ୍ନୟନ ବିଭାଗ…
ଘରୋଇ ହିଂସା: ପୀଡିତାଙ୍କ ସହାୟତା ନିମନ୍ତେ ମହିଳା କମିଶନଙ୍କ ପକ୍ଷରୁ ଜାରି ହେଲା ହ୍ବାଟ୍ସ୍ଆପ୍ ନମ୍ବର
ଭୁବନେଶ୍ୱର, ୧୬।୪(ବ୍ୟୁରୋ): ଲକ୍ଡାଉନ୍ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ ପୋଲିସ ପ୍ରଶାସନଠାରୁ ଆରମ୍ଭକରି ମହିଳା ଓ ଶିଶୁ ବିକାଶ ବିଭାଗ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି।…
କରୋନା ମୁକାବିଲା: ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର, ୧୬।୪(ବ୍ୟୁରୋ): ମହାମାରୀ କରୋନା ସମଗ୍ର ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାର ପ୍ରକୋପ ଓଡ଼ିଶା ଉପରେ ପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ପ୍ରଭାବରେ ଓଡ଼ିଶାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ଜଣ ଅସୁସ୍ଥ ଅଛନ୍ତି। ୧୯ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।…
କରୋନାକୁ ନେଇ ଭୟଭୀତ ହେବାର କାରଣ ନାହିଁ, ଘରେ ରଖି ଚିକିତ୍ସା କରିବା ହୋଇପାରେ ସମସ୍ୟାବହୁଳ: ସୁରେଶ ମହାପାତ୍ର
ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ଙ୍କର ବିଭିନ୍ନ କୋଭିଡ-୧୯ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସଂକ୍ରମଣର ଆଶଙ୍କା ଥିବାରୁ ସେମାନଙ୍କୁ ପରିବାରଲୋକେ ଦେଖା କରିପାରିବେ ନାହିଁ। ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଏଯାବତ ସୁସ୍ଥ ହୋଇ ଫେରୁଥିବା ସମସ୍ତେ…
କୋଭିଡ-୧୯ ପଜିଟିଭ୍ଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ଦିଆଯାଉଛି ଟ୍ରେନିଂ, ଚିକିତ୍ସା କରିବା ପୂର୍ବରୁ କରାଯାଉଛି ମକ୍ଡ୍ରିଲ୍
ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ସଂକ୍ରମଣ ଜନିତ ରୋଗ। ଏଣୁ ଏଥିରେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ଅନ୍ୟ ସ୍ବାସ୍ଥ୍ୟକର୍ମଚାରୀଙ୍କ ପ୍ରତି ବିପଦ ରହିଛି। କାରଣ ସେମାନେ ମଧ୍ୟ ଏଥିରେ ସଂକ୍ରମିତ ହୋଇପାରନ୍ତି। ଏଣୁ ରାଜ୍ୟରେ ଚିହ୍ନଟ ହୋଇଥିବା ପଜିଟିଭ୍ମାନଙ୍କ ଚିକିତ୍ସା କରୁଥିବା…
ସଂକ୍ରମଣର ଭୟ ଥିବାରୁ ନିର୍ମାଣ ହେଉଛି ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ: ଏବେସୁଦ୍ଧା ୨୪ଟି କାର୍ଯ୍ୟକ୍ଷମ, ୧୧ଟିର ନିର୍ମାଣ ଚାଲିଛି
ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ତଥା ଜିଲା ସ୍ତରରେ ୩୫ଟି କୋଭିଡ୍ ଡାକ୍ତରଖାନା ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନସୁଦ୍ଧା ସେଥିରୁ ୨୪ଟି ଅପରେଶନାଲ୍(କାର୍ଯ୍ୟକ୍ଷମ) ହୋଇଥିବା ବେଳେ ୧୧ଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୧…
କେବଳ ବାହାରେ ନୁହେଁ, ଘରେ ବି ରଖନ୍ତୁ ସାମାଜିକ ଦୂରତ୍ୱ: ଉନ୍ନୟନ କମିଶନର
ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଆବଶ୍ୟକ। ଇତିମଧ୍ୟରେ ୬୦ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ପରୀକ୍ଷଣ ସୁବିଧା ବୃଦ୍ଧି…
ବିଶ୍ରାରେ ପୁଣି ୪୮ ଘଣ୍ଟା ପାଇଁ ବଢ଼ିଲା କଣ୍ଟେନ୍ମେଣ୍ଟ ଅବଧି
ସୁନ୍ଦରଗଡ଼,୧୬।୪(ଡିଏନଏ): ସୁନ୍ଦରଗଡ଼ ଜିଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ପୁଣି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ନିଖିଲ ପବନ କଲ୍ୟାଣ ଏହି ପଦକ୍ଷେପ ନେଇଛନ୍ତି। ପ୍ରକାଶ ଯେ, ବିଶ୍ରାରେ…
କେନ୍ଦୁଝର ଗସ୍ତରେ ୫-ଟି, ମୁଖ୍ୟ ଶାସନ ସଚିବ: ନିର୍ମାଣ ହେଉଥିବା କୋଭିଡ ହସ୍ପିଟାଲର କଲେ ସମୀକ୍ଷା
କେନ୍ଦୁଝର,୧୬।୪(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ପାଣ୍ଡିଆନ ଗୁରୁବାର କେନ୍ଦୁଝର ଗ୍ରସ୍ତ କରି ଫେରିଛନ୍ତି। ହେଲିକପ୍ଟରରେ ଆସି ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ସେମାନେ ରାଜପଥରେ ସଦର ବ୍ଲକ ଅନ୍ତର୍ଗତ ରାଙ୍କିଠାରେ ଥିବା ନିର୍ମାଣ ହେଉଥିବା…
ମେ’ ୧୫ ଯାଏ ବଢ଼ିଲା ସ୍ବାସ୍ଥ୍ୟ ଓ ମୋଟରଯାନ (ତୃତୀୟପକ୍ଷ) ବୀମା ଅବଧି: ପୂର୍ବଭଳି ପାଇପାରିବେ ସମସ୍ତ ସୁବିଧା
ଭୁବନେଶ୍ୱର,୧୬।୪(ବ୍ୟୁରୋ)- ସମଗ୍ର ଦେଶରେ କରୋନା (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଘରୋଇ ସଂସ୍ଥା, ଯାନବାହନ ସମ୍ପୂର୍ଣ୍ଣ ଚଳାଚଳ ବନ୍ଦ ରହିଛି। ଫଳରେ ଲୋକମାନେ…
କରୋନା କଟକଣାକୁ ନିରାକାରପୁର ଅଞ୍ଚଳବାସୀଙ୍କ ବେଖାତିର: ଦୋକାନ ଦିନରେ ତାଲା, ରାତିରେ ଖୋଲା; ଚା’ ଖଟିରେ ଜମୁଛି ଆସର
ନିରାକାରପୁର,୧୬।୪(ଡି.ଏନ୍.ଏ.): କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ସ୍ଥିତି ଜାରି ରହିଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ହେଲେ ଖୋର୍ଦ୍ଧା ଜିଲା…
ଅର୍ଥପାଇଁ ସଂକ୍ରମଣକୁ ଭୟନାହିଁ: କଣ୍ଟାପଡ଼ାର ବିଭିନ୍ନ ବ୍ୟାଙ୍କରେ ସାମାଜିକ ଦୂରତ୍ୱକୁ ଫୁ’
କଣ୍ଟାପଡା, ୧୬।୪(ଡି.ଏନ୍.ଏ.): ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ କେନ୍ଦ୍ର ସରକାର ଟଙ୍କା ପଠାଇଥିବା ଖବର ପ୍ରକାଶ ପାଇବା ପରେ କଣ୍ଟାପଡା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କରେ ଭିଡ ପରିଲକ୍ଷିତ ହୋଇଛି। ବୁଧବାର ବ୍ୟାଙ୍କରେ ବ୍ୟାଙ୍କ ଖାତା ଚେକ କରିବାପାଇଁ ଭିଡ ଅସମ୍ଭାଳ…
Archives


