କରୋନା ଶିଖାଇଲା ପରିଶ୍ରମ

ବୈପାରୀଗୁଡା,୧୮ା୭ (ଡି.ଏନ୍‌.ଏ.): ପରିସ୍ଥିତି ମଣିଷକୁ ବଦଳାଇଦିଏ। ତା’ର ସ୍ବଭାବ ଓ ଆଚରଣରେ ପରିବର୍ତ୍ତନ କରେ। ବର୍ତ୍ତମାନ ମହାମାରୀ ସମୟରେ ଏପରି କିଛି ପରିବର୍ତ୍ତନ ଦେଖାଦେଇଛି କୋରାପୁଟ ଜିଲା ବୈପାରିଗୁଡା ବ୍ଲକର କେତେଜଣ ଭିକ୍ଷାବୃତ୍ତି କରି ଚଳୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ। ସେମାନେ ନିଜ ବୃତ୍ତି ବଦଳାଇ କାମ କରି ପେଟ ପୋଷିବାକୁ ବାଧ୍ୟ ହୋଇଛନ୍ତି।
ମହାରାଷ୍ଟ୍ର ରାଜ୍ୟ ନାଗପୁର ଜିଲା ଉଦାସ ଅଞ୍ଚଳର ୧୫ ପରିବାରର ୧୨୦ ସଦସ୍ୟ ଦୀର୍ଘ ବର୍ଷ ହେବ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଯାଯାବର ଜୀବନ ଅତିବାହିତ କରୁଥିଲେ। ପୁରୁଷମାନେ ଜ୍ୟୋତିଷ ସାଜି ଗ୍ରାମକୁ ଗ୍ରାମ ବୁଲି ଗ୍ରହଶାନ୍ତି ପାଇଁ ରତ୍ନପଥର କହି କିଛି ରଙ୍ଗବେରଙ୍ଗ ପଥର ଲୋକଙ୍କୁ ବିକ୍ରି କରୁଥିଲେ। ମହିଳା ଓ ଛୋଟ ପିଲାମାନେ ଘର ଘର ବୁଲି ଭିକ୍ଷା ମାଗୁଥିଲେ। ଲକ୍‌ଡାଉନ୍‌ ଯୋଗୁ ଏହି ୧୫ ପରିବାର ଫଶି ଯାଇଥିଲେ। ଘରୁ ବାହାରି ନ ପାରିବା ଯୋଗୁ ସେମାନେ ଏକପ୍ରକାର ଅନାହାର ପରିସ୍ଥିତିରେ ପହଞ୍ଚତ୍ ଯାଇଥିଲେ। ସେମାନଙ୍କ ଏପରି ଦୁର୍ଦ୍ଦଶା ସମ୍ପର୍କରେ ‘କରୋନା ଛଡାଇ ନେଇଛି ବୃତ୍ତି’ ଶୀର୍ଷକ ଏକ ଖବର ମାର୍ଚ୍ଚ ୨୮ରେ ‘ଧରିତ୍ରୀ’ରେ ପ୍ରକାଶ ପରେ ସହାୟତା କରିବାକୁ ଜିଲାପାଳ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଏହି ପରିବାରର ୧୨୦ ସଦସ୍ୟଙ୍କୁ ମାର୍ଚ୍ଚ ୨୯ରୁ ମାସେ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଲକ୍‌ଡାଉନ୍‌ ଉଠିବା ପରେ ପ୍ରଶାସନ ସେମାନଙ୍କୁ ଦେଉଥିବା ରନ୍ଧାଖାଦ୍ୟ ବନ୍ଦ କରିଦେଇଥିଲା। ଫଳରେ ପ୍ରତିକୂଳ ପରିସ୍ଥିତି ଯୋଗୁ ସେମାନେ ପୂର୍ବପରି ବୃତ୍ତି ଜାରି ରଖିପାରିଲେ ନାହିଁ। ଏବେ ସେମାନେ ବାଧ୍ୟ ହୋଇ ସରକାରୀ ଅଥବା ବେସରକାରୀ ନିର୍ମାଣ କାମରେ ମଜୁରିଆ ଭାବେ କାମ କରୁଛନ୍ତି। ମହିଳାମାନେ ଦୈନିକ ୧ ଶହ ୫୦ ଟଙ୍କା ଓ ପୁରୁଷମାନେ ୨ ଶହ ଟଙ୍କା ରୋଜଗାର କରୁଛନ୍ତି। ପ୍ରତି ପରିବାର ଦୈନିକ ୫ ଶହରୁ ୬ ଶହ ଟଙ୍କା ରୋଜଗାର କରୁଛନ୍ତି। ଏବେ ଚାଷ ସମୟରେ ମଜୁରିଆ ମିଳୁ ନ ଥିବା ବେଳେ ସେମାନଙ୍କ ଚାହିଦା ବଢିଛି। ଭିକ୍ଷା ବୃତ୍ତିରୁ ଲକ୍‌ଡାଉନ ସେମାନଙ୍କୁ ଦୂରେଇ ଦେଇଛି। ପରିଶ୍ରମ କରି ଉଚିତ୍‌ ମାର୍ଗରେ ଅର୍ଥ ରୋଜଗାରର ବାଟ ସମୟ ସେମାନଙ୍କୁ ଶିଖାଇ ଦେଇଛି ବୋଲି ଏହି ଯାଯାବର ଜୀବନ ଜୀଉଥିବା ପରିବାରର କେତେକ ସଦସ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri