ସ୍ଥଗିତ ରଥଯାତ୍ରାର ଇତିହାସ
ପୁରୀ ଅଫିସ,୨୫ା୪: ଜୁନ୍ ୨୩ରେ ରଥଯାତ୍ରା। ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ବେଶ୍ ଉଦ୍ବେଗଜନକ ରହିଛି। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଜୁନ୍ ବେଳକୁ ଏହାର କୋପ ଅଧିକ ଥିବା ଭଳି ଜଣାପଡୁଛି। ତେଣୁ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା…
୧୪ ଜିଲାରେ ଝଡ଼ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉପରେ ଉତ୍ତର ବିହାରରୁ ଦକ୍ଷିଣ ଝାଡଖଣ୍ଡ ଏବଂ ଉତ୍ତର ଛତିଶଗଡ ଉପରେ ଏକ ଟ୍ରପ୍ ଲାଇନ ସୃଷ୍ଟିି ହୋଇଛି। ଏଥିସହିତ ତେଲଙ୍ଗାନା ଓ ବିଦର୍ଭ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ…
ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଏକ ଜାତୀୟସ୍ତରୀୟ ଇଂଲିଶ ମୁଦ୍ରିତ ଗଣମାଧ୍ୟମରେ ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁଙ୍କର ଏକ ସ୍ତମ୍ଭ ପ୍ରକାଶ ପାଇଥିଲା। ଏହି ଆଲେଖ୍ୟରେ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେତେକ ପଦକ୍ଷେପକୁ ପ୍ରଶଂସା…
କଳାକାରଙ୍କ ବକେୟା ପାଉଣା ଦେଲା ସଂସ୍କୃତି ବିଭାଗ
ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଳାକାରଙ୍କ ବକେୟା ପାଉଣା ଗୁରୁବାର ପ୍ରଦାନ କରାଯାଇଛି। ୨୦୧୯ ଆର୍ଥିକ ବର୍ଷରେ ଆୟୋଜିତ ହୋଇଥିବା ବିଭିନ୍ନ ସାଂସ୍କୃତିକ, ସାରସ୍ବତ କାର୍ଯ୍ୟକ୍ରମଗୁଡ଼ିକର ବାକିଥିବା ପାଉଣା ତୁରନ୍ତ ପ୍ରଦାନ କରିବାକୁ ବିଭାଗୀୟ…
ନିୟମ ଉଲ୍ଲଂଘନକାରୀଙ୍କୁ ଜଳଖିଆ ମନା
ଭୁବନେଶ୍ୱର,୨୫ା୪ (ବ୍ୟୁରୋ): କୋଭିଡ-୧୯ ପାଇଁ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ ରହିଛି। କେବଳ ପାର୍ସଲ ନେବା ପାଇଁ କିଛି ହୋଟେଲ ଖୋଲା ରହିଛି। ରାଜଧାନୀର ଶହୀଦ ନଗର ସ୍ଥିତ ନିୟୁ ବିଦ୍ୟା ଗାଙ୍ଗୁରାମରେ ସମସ୍ତ ନିୟମକୁ ଶୃଙ୍ଖଳିତ ଭାବେ ପାଳନ…
ବନ୍ୟପ୍ରାଣୀଙ୍କୁ ଖାଦ୍ୟ ବଣ୍ଟନ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ
ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଲକ୍ଡାଉନ୍ ଜାରି ରହିଥିବାବେଳେ ବହୁ ବ୍ୟକ୍ତି ବିଶେଷ ଓ ସଂଗଠନ ଭୋକରେ ଥିବା ବୁଲା ଗୋରୁଗାଈ, କୁକୁର ଆଦିଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି। ସରକାର ମଧ୍ୟ ଏମାନଙ୍କ ପାଇଁ ୯୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। କାରଣ ଏସବୁ ପ୍ରାଣୀ ମଣିଷ…
ଖବରଦାତାଙ୍କ ଘର ଉପରକୁ ବୋମାମାଡ଼
କୋଣାର୍କ, (ଡି.ଏନ.ଏ)/ପୁରୀ ଅଫିସ, ୨୫ା୪: ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍ଏସି ୪ନଂ ୱାର୍ଡର ବାଲିସାହିସ୍ଥିତ ବାସଭବନକୁ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ବୋମା ମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ୩ଟି ବୋମା ପକାଇଥିବା ଜଣାପଡ଼ିଛି। ଦୁଇଟି ବୋମା…
ଅସଲି ପୋଷାକରେ ନକଲି ଆଇପିଏସ୍ ଅଫିସର
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ‘ହାଲୋ ମୁଁ ୨୦୧୮ ବ୍ୟାଚ୍ର ଆଇପିଏସ୍ ଅଫିସର ଶର୍ମିଷ୍ଠା କହୁଛି। ମୁଁ କୋଭିଡ୍-୧୯ ଡ୍ୟୁଟିରେ ସେଣ୍ଟ୍ରାଲ ଡେପୁଟେଶନରେ ଭୁବନେଶ୍ୱର ଆସିଛି। ମୋ ପାଇଁ ଗାଡି, ଘର, ଚାକର, ରାଶନ ଦରକାର।’ କମିଶନରେଟ ପୋଲିସକୁ ଏଭଳି ଫୋନ୍ କରି ନାକେଦମ୍ କରିଥିବା…
ଘରେ ଥାଇ ବି ବୟସ୍କ ହୋଇଛନ୍ତି ସଂକ୍ରମିତ
ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଶିଶୁଠାରୁ ବୁଢ଼ା, କାହାକୁ ଛାଡ଼ୁନି କରୋନା। ତେବେ କେଉଁ ବୟସର ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ଆସିପାରେ, ସେ ବିଷୟରେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍ଚୀ କହିଛନ୍ତି। କରୋନା ସହ ଲଢୁଥିବା…
ଆମ୍ବୁଲାନ୍ସର ହେଉଛି ଅପବ୍ୟବହାର
ଭୁବନେଶ୍ୱର, ୨୫ା୪(ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ଲକ୍ଡାଉନ। ଏପରି ସମୟରେ ଆମ୍ବୁଲାନ୍ସର ଅପବ୍ୟବହାର ହେଉଛି। ଜରୁରିକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସକୁ କେତେଜଣ ଲୋକ ଅପବ୍ୟବହାର କରୁଛନ୍ତି। ସଙ୍କଟ ସମୟରେ ସମସ୍ତେ ବିବେକର ସହ କାମ କରନ୍ତୁ। ଗୋଟିଏ…
ଜାତୀୟ ସ୍ବାର୍ଥକୁ ଦେଖି ନିଷ୍ପତ୍ତି ହେଉ
ପୁରୀ ଅଫିସ,୨୫ା୪: କରୋନା ଟାଣିଛି ଲକ୍ଷ୍ମଣରେଖା। ସିଂହଦ୍ୱାର ଡେଇଁ ପାରୁନାହାନ୍ତି ଭକ୍ତ। ମାସେରୁ ଊର୍ଦ୍ଧ୍ୱ ହେଲାଣି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଏବେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲେ…
ଗୋଟିଏ ଦିନର ଦରମା ଦେଲେ ଓୟୁଏଟି କର୍ମଚାରୀ
ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ରାଜ୍ୟରେ କୋଭିଡ୍-୧୯ ସ୍ଥିତିର ମୁକାବିଲା କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ବୈଜ୍ଞାନିକ ଓ କର୍ମଚାରୀମାନେ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଶୁକ୍ରବାର ଓୟୁଏଟି କୁଳପତି ଡ. ପବନ କୁମାର…
Archives


