ବିରୋଧରୁ ଫେରିଗଲା ପ୍ରବାସୀଙ୍କ ବସ୍
ଗୋପାଳପୁର,୧୯ା୫- କରୋନା ଭାରତରେ ଭୟଙ୍କର ରୂପେ ଧାରଣ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଅନ୍ୟପଟେ ଗଞ୍ଜାମ ଜିଲାକୁ ବହୁ ପ୍ରବାସୀ ଫେରୁଛନ୍ତି। ଗଞ୍ଜାମ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରବିବାର ରାତିରେ…
ଦୁଇ ବାଇକ୍ ମୁହଁ।ମୁହିଁ:୨ ଜୀବନ ଗଲା
ଭଞ୍ଜନଗର,୧୯।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କାଠଚିରା ନିକଟରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହଁ। ମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନୟାଗଡ଼ ଜିଲା ବାଣିଗୋଛା…
ଗାଡ଼ିରେ ଛାଡ଼ିଦେଲେ, ଆଣିଲେନି
ଅନୁଗୋଳ ଅଫିସ, ୧୯।୫ ମହାମାରୀ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲାରେ ୧୮୬ ପାରା ମେଡିକାଲ ଷ୍ଟାଫ୍ଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ୪୦ ଜଣ ଷ୍ଟାଫ୍ନର୍ସ ଅଛନ୍ତି। ଗତ ମାର୍ଚ୍ଚ ୩୧ରେ ସେମାନେ କାର୍ଯ୍ୟରେ ଯୋଗ ଦେଇଥିଲେ ବି…
ବୃତ୍ତି ହରାଇଲେ ୧୦୦୦ ଠିକା ବିଦ୍ୟୁତ୍ କର୍ମଚାରୀ
ଢେଙ୍କାନାଳ ଅଫିସ, ୧୯।୫ ଢେଙ୍କାନାଳ ଜିଲା ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଚାକିରି ଚୁକ୍ତି ଅବଧି ମାର୍ଚ୍ଚ ୩୧ରେ ସରିଛି। ଫଳରେ ସେସୁ ଅଧୀନରେ ବିଦ୍ୟୁତ୍ ଡିଭିଜନରେ କାର୍ଯ୍ୟ କରୁଥିବା ୧୦୦୦ କର୍ମଚାରୀ ଜୀବିକା ହରାଇଛନ୍ତି। କରୋନା ସଙ୍କଟ ସମୟରେ…
ବଜାରରେ ଅସମ୍ଭାଳ ଭିଡ଼
କାମାକ୍ଷାନଗର, ୧୯।୫(ଡି.ଏନ.ଏ.) – ସାମାଜିକ ଦୂରତ୍ୱ, ମାସ୍କ, ସଙ୍ଗରୋଧ କରୋନା ପ୍ରତିରୋଧ ଲାଗି ସବୁଠୁ ବଡ଼ ଉପାୟ ବୋଲି କୁହାଯାଉଛି। ଦେଶରେ କୋଭିଡ୍-୧୯ ଆତଙ୍କ ଦେଖାଦେବା ପରେ ଏହାକୁ ନେଇ ସରକାରୀ, ବେସରକାରୀସ୍ତରରେ ବ୍ୟାପକ ପ୍ରଚାର ଚାଲିଛି। ହେଲେ କାମାକ୍ଷାନଗର ଏନ୍ଏସିରେ…
ନୂଆଙ୍କୁ ନେଇ ଚିନ୍ତାରେ ପୁରୁଣା
ଅନୁଗୋଳ ଅଫିସ, ୧୯।୫ ସ୍ବାବ୍ ସଂଗ୍ରହରେ ବିଳମ୍ବକୁ ନେଇ ଅନୁଗୋଳ ଜିଲାର କେତେକ ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଉକ୍ତ କେନ୍ଦ୍ରଗୁଡ଼ିକରେ ଥିବା କେତେଜଣ ପ୍ରବାସୀଙ୍କ କ୍ୱାରାଣ୍ଟାଇନ୍ ଅବଧି ସରିଆସୁଥିବା ବେଳେ ଏଯାଏ ସେମାନଙ୍କଠାରୁ ସ୍ବାବ୍ କି ରକ୍ତ ନମୁନା…
୪ ଆଇପିଏସ ଅଫିସରଙ୍କ ହାତରେ ୪ ଜିଲାର ଦାୟିତ୍ୱ
ଭୁବନେଶ୍ୱର, ୧୮।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍’କୁ ଦୃଷ୍ଟିରେ ରଖି ରାଜ୍ୟର ୪ଜଣ ଆଇପିଏସ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲା ଦାୟିତ୍ୱ ପ୍ରଦାନ କରାଯାଇଛି। ପୂର୍ବାଞ୍ଚଳ ଆଇଜି ଦିପ୍ତେଶ କୁମାର ପଟ୍ଟନାୟକଙ୍କୁ ବାଲେଶ୍ୱର , ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର…
ଦୂତୀଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମା’ଙ୍କ ନିବେଦନ
ରସୁଲପୁର, ୧୮।୫ (ଡି.ଏନ୍.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁର ଝିଅ ଦୂତୀ ଚାନ୍ଦ ଏବେ ଜଣେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଆଥ୍ଲେଟ। ରାଜ୍ୟ ଓ ଦେଶ ପାଇଁ ସେ ଅନେକ ଗୌରବ ଆଣି ଦେଇଛନ୍ତି। ଲଗାତର…
ସାମୁଦ୍ରିକ ଝଡ଼ ସତର୍କତା: ଜିଲାର ୬୪ ଗ୍ରାମର ଅଧିବାସୀ ସ୍ଥାନାନ୍ତର ହେବେ
କେନ୍ଦ୍ରାପଡ଼ା ଅଫିସ, ୧୮ା୫: ସାମୁଦ୍ରିକ ଝଡ ଅମ୍ଫନ୍କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲାର ୬୪ଟି ସୁନାମି ପ୍ରବଣ ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତର ପାଇଁ ସୋମବାର ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରସ୍ତୁତି ସରିଛି। ଝଡର ମୁକାବିଲା ପାଇଁ ଏନ୍ଡିଆର୍ଏଫ୍ର…
ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
ରଣପୁର, ୧୮ା୫ (ସ୍ବ.ପ୍ର.): କରୋନା ମୁକାବିଲା ପାଇଁ ସରକାର ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ରଣପୁର ବ୍ଲକ ବ୍ରଜରାଜପୁର ସରପଞ୍ଚ ସୁକାନ୍ତ ସାମନ୍ତରାୟ ସୋମବାର ଏହି କ୍ଷମତା ପ୍ରୟୋଗ କରି କୁଞ୍ଜବନ ଓ ବାମ୍ବଡା ଗ୍ରାମର ୫ଟି…
ମା’ଙ୍କୁ ମୁଖାଗ୍ନି ଦେଇପାରିଲେନି ପୁଅ
ବିନିକା୧୮ା୫(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡି ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗପାଲି ଗାଁର ଜଣେ ଯୁବକ ଗୁଜରାଟରେ ଫସି ରହିଛନ୍ତି। ସାପ କାମୁଡ଼ାରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ହେଲେ ସେ ମା’ଙ୍କୁ ମୁଖାଗ୍ନି ଦେଇ ପାରି ନାହାନ୍ତି। ଏବେ ସେ…
ନିଜ ରାଜ୍ୟକୁ ଯିବେ ୟୁପିର ୧୫ଶହ ପ୍ରବାସୀ: ୨୦ରେ ସମ୍ବଲପୁରରୁ ବାହାରିବ ସ୍ବତନ୍ତ୍ର ଟ୍ରେନ୍
ସମ୍ବଲପୁର, ୧୮।୫ (ବ୍ୟୁରୋ): ସମ୍ବଲପୁର ଷ୍ଟେଶନରୁ ଆସନ୍ତା ୨୦ ତାରିଖ ଏକ ସ୍ବତନ୍ତ୍ର ଟ୍ରେନ୍ ଉତ୍ତରପ୍ରଦେଶ ଯିବାକୁ ସ୍ଥିର କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଏ ନେଇ ସମସ୍ତ ବ୍ୟବସ୍ଥା କରିଛି। ସମ୍ବଲପୁର ଷ୍ଟେଶନରୁ ଏହି ଟ୍ରେନ୍ ୨୦…
Archives


