୧୭ ବର୍ଷରେ ୨୦୫୦ ସଂକ୍ରମିତ

ଅନୁଗୋଳ ଅଫିସ, ୧ା୧୨ ସଞ୍ଜମ ଓ ସତର୍କତା ଅବଲମ୍ବନ ଦ୍ୱାରା ଏଡ୍‌ସକୁ ରୋକିହେବ। ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିପାରିଲେ ଜିଲା ଏଡ୍‌ସ ମୁକ୍ତ ହୋଇପାରିବ ବୋଲି ପ୍ରତିବର୍ଷ ବିଶ୍ୱ ଏଡ୍‌ସ ଦିବସରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାର୍ତ୍ତା ଦିଆଯାଉଛି। କିନ୍ତୁ ଜିଲାରେ ଏଯାଏ ଏଡ୍‌ସ ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଗତ ୧୭ ବର୍ଷରେ ଅନୁଗୋଳ ଜିଲାରେ ମୋଟ୍‌ ୨୦୫୦ ଜଣ ଏଡ୍‌ସ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କେବଳ ଗତ ବର୍ଷକ ମଧ୍ୟରେ ୧୩୫ ଜଣ ଆକ୍ରାନ୍ତ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଜିଲା ଏଡ୍‌ସ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍‌ର ସୂଚନା ମୁତାବକ, ଅନୁଗୋଳ ଜିଲାରେ ୨୦୦୩ ମସିହାରୁ ଏଡ୍‌ସ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଉଛି। ୨୦୦୩ରୁ ଏପର୍ଯ୍ୟନ୍ତ ମୋଟ୍‌ ୪ ଲକ୍ଷ ୬୬ ହଜାର ୪୯୭ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଛି। ସେଥିରୁ ୨୦୫୦ ଜଣଙ୍କୁ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୬୫୧ ଜଣ ମହିଳା, ୧୨୪୩ ଜଣ ପୁରୁଷ, ୭୬ ବାଳିକା ଓ ୮୦ ବାଳକ ରହିଛନ୍ତି। ପୂର୍ବରୁ ଅନୁଗୋଳ ତାଲିକାର ‘ଏ’ରେ ସ୍ଥାନ ପାଇଥିଲା। କିନ୍ତୁ କିଛି ବର୍ଷ ହେବ ଉକ୍ତ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିଲା। ୨୦୧୩-୧୪ରେ ଜିଲାରେ ମୋଟ୍‌ ୧୮୯ ଏଡ୍‌ସ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୦୧୪-୧୫ରେ ୧୭୦ ଜଣ, ୨୦୧୫-୧୬ରେ ୧୪୪, ୨୦୧୬-୧୭ରେ ୧୩୧, ୨୦୧୭-୧୮ରେ ୧୧୫ ଜଣଙ୍କ ରକ୍ତରେ ଏଡ୍‌ସ ଭୂତାଣୁ ଠାବ କରାଯାଇଥିଲା। ସେହିପରି ଗତ ବର୍ଷକ ମଧ୍ୟରେ ଜିଲାରୁ ୧୩୫ ଏଡ୍‌ସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ୭୪ ଜଣ ଏଚ୍‌ଆଇଭି ପଜିଟିଭ୍‌ ବାହାରିବା ଏବେ ଚିନ୍ତା ବଢ଼ାଇ ଦେଇଛି। ଏହି ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୫ ଜଣ ଶିଶୁ ରହିଛନ୍ତି। ମୋଟ୍‌ ସଂଖ୍ୟା ମଧ୍ୟରୁ ୧୫୨୪ ଜଣ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ୧୫୧୭ ଆକ୍ରାନ୍ତ ଠିକ୍‌ଠାକ୍‌ ଔଷଧ ଖାଉଛନ୍ତି। ଜିଲାର ୮ଟି ବ୍ଲକ ମଧ୍ୟରୁ ଅନୁଗୋଳ, ବଅଁରପାଳ ଓ ତାଳଚେର ସହରାଞ୍ଚଳରେ ଏହି ରୋଗରେ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି। ୨୦୦୩ରୁ ଏପର୍ଯ୍ୟନ୍ତ ଅନୁଗୋଳ ବ୍ଲକରେ ସର୍ବାଧିକ ୪୧୮ ଜଣ ପଜିଟିଭ୍‌ ଥିବାବେଳେ ତାଳଚେର ବ୍ଲକରେ ୩୮୧, ବଅଁରପାଳ ବ୍ଲକରେ ୩୧୮, କିଶୋରନଗର ବ୍ଲକରେ ୧୬୫, ଛେଣ୍ଡିପଦା ବ୍ଲକରେ ୧୫୫, ଆଠମଲ୍ଲିକ ବ୍ଲକରେ ୧୦୨, କଣିହଁାରେ ୮୮ ଓ ପାଲଲହଡ଼ାରେ ୪୯ ଜଣ ରହିଛନ୍ତି। ଶିଳ୍ପ ସହ ଶିକ୍ଷା ଓ ସଚେତନତା କ୍ଷେତ୍ରରେ ଜିଲା ଆଗରେ ଥିଲେ ମଧ୍ୟ ଏଡ୍‌ସ ନିୟନ୍ତ୍ରଣକୁ ଅଣାଯାଇପାରୁ ନ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ସଚେତନତା ହିଁ ହ୍ରାସ କରିପାରିବ
ଜିଲାରେ ଥିବା ଶିଳ୍ପଗୁଡ଼ିକରେ ରାଜ୍ୟ ବାହାରୁ ବହୁ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ବିଭିନ୍ନ ସମୟରେ ଏଡ୍‌ସ ସମ୍ପର୍କରେ ସଚେତନ କରାଯାଉଛି। ଏଥିପାଇଁ ୩ଟି ଏନ୍‌ଜିଓ ମଧ୍ୟ କାର୍ଯ୍ୟ କରୁଛି। ଜିଲାରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଅନୁଗୋଳ ଜିଲା ଏ ଗ୍ରେଡ୍‌ରେ ନାହିଁ। ଲୋକମାନେ ଅଧିକ ସଚେତନ ହେଲେ ଏହି ସଂଖ୍ୟା ଆହୁରି ହ୍ରାସ ପାଇବ।
-ପ୍ରମିଳା ହୋତା
ଏଡ୍‌ସ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍‌ ଅଧିକାରୀ
ଏଡ୍‌ସ ଦିବସରେ ହିଁ ତତ୍ପରତା
ଜିଲାର ଶିଳ୍ପାଞ୍ଚଳକୁ ଦାଦନ ଶ୍ରମିକଙ୍କ ସହ ବହୁ ସଂଖ୍ୟାରେ ଟ୍ରକ୍‌ ଚାଳକ ଓ ହେଲପର ପ୍ରତିଦିନ ଆସୁଛନ୍ତି। ସେମାନଙ୍କୁ ଇଣ୍ଟ୍ରିଗ୍ରେଟେଡ୍‌ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର(ଆଇସିଟିସି)କୁ ଆଣି କାଉନସେଲିଂ ସହ ରକ୍ତ ପରୀକ୍ଷା କରାଯିବା କଥା। କିନ୍ତୁ ତାହା ଉପରେ ଗୁରୁତ୍ୱ ଦିଆ ନ ଯାଇ କେବଳ ଏଡ୍‌ସ ଦିବସରେ ସଚେତନତା ରଥ ବୁଲାଇ କାର୍ଯ୍ୟ ସାରି ଦିଆଯାଉଛି।
-ବିଶ୍ୱରଞ୍ଜନ ପଟ୍ଟନାୟକ, ବୁଦ୍ଧିଜୀବୀ, ଅନୁଗୋଳ
ଲିଙ୍କ୍‌ ୱାର୍କର ସ୍କିମ କାର୍ଯ୍ୟକାରୀ ହେଉ
ଆମ ପରିଧି ଭିତରେ ଯେତିକି ଅଞ୍ଚଳ ରହିଛି, ସେଠାକାର ଲୋକଙ୍କୁ ସଚେତନ କରିବା ସହ ରକ୍ତ ପରୀକ୍ଷା କରିବାକୁ କୁହାଯାଉଛି। ନ୍ୟାଶନାଲ ଏଡ୍‌ସ୍‌ କଣ୍ଟ୍ରୋଲ ଅର୍ଗାନାଇଜେଶନ୍‌(ନାକୋ) ପକ୍ଷରୁ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଲିଙ୍କ ୱାର୍କର ସ୍କିମ୍‌ (ଏଲ୍‌ଡ୍‌ବ୍ଲ୍ୟୁଏସ୍‌) ଅନୁଗୋଳ ଜିଲାରେ ନାହିଁ। ଏହି ସ୍କିମ୍‌ ଜିଲାରେ କାର୍ଯ୍ୟକାରୀ ହେଲେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ହେବ।
-ସସ୍ମିତା ପଟ୍ଟନାୟକ, ଏନ୍‌ଜିଓ ମୁଖ୍ୟ
ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ
ଏଡ୍‌ସର ‘ଏ’ ଗ୍ରୁପ୍‌ରେ ପୂର୍ବରୁ ଅନୁଗୋଳ ଜିଲା ସାମିଲ ଥିଲା। ଏବେ ଉକ୍ତ ଗ୍ରେଡେଶନ୍‌ରେ ଜିଲା ତଳକୁ ଖସିଛି। କିନ୍ତୁ ଏ ଦିଗରେ ଆହୁରି ଅଧିକ ସଚେତନ କରାଯିବା ଆବଶ୍ୟକତା ରହିଛି। ପୁଳା ପୁଳା ଟଙ୍କା ଖର୍ଚ୍ଚ କରିଦେଲେ କି କେବଳ ଏଡ୍‌ସ ଦିବସ ପାଳନ କଲେ ହେବ ନାହିଁ, ଏ ଦିଗରେ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଜରୁରୀ।
-ଭୂପେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?