ରାଜ୍ୟ

କରୋନା ଯୁଦ୍ଧରେ ସଫଳ ହେଲେ ଗଞ୍ଜାମର ୯୫ ବର୍ଷୀୟ ବୃଦ୍ଧ

ଛତ୍ରପୁର, ୨୧।୭(ଡି.ଏନ୍‌.ଏ.): କରୋନା ଯୁଦ୍ଧ ଲଢ଼ି ସଫଳ ହୋଇଛନ୍ତି ୯୫ ବର୍ଷୀୟ ବୃଦ୍ଧ ଉଦୟନାଥ ବିଷୋୟୀ। ତାଙ୍କ ଘର ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ି ରେ। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଶିତଳାପଲିସ୍ଥିତ…

ସିଭିଲ ସର୍ଭିସ୍‌ ପରୀକ୍ଷାରେ ଚୟନ ପ୍ରାର୍ଥୀଙ୍କୁ ଅନ୍‌ଲାଇନ ତାଲିମ

ଭୁବନେଶ୍ୱର,୨୧।୭(ବ୍ୟୁରୋ):  କରୋନା ପାଇଁ ଆବଶ୍ୟକ ହୋଇପଡିଥିବା ଲକ୍‌ଡାଉନ ଏବଂ ସାମାଜିକ ଦୂରତା ନିୟମକୁ ବିଚାର କରି ରାଜ୍ୟ ସରକାର ୨୦୧୮ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ ମୋଡ୍‌ରେ ତାଲିମ ଦେବା ପାଇଁ ନିଷ୍ପତ୍ତି କରିଛନ୍ତି। ମୁଖ୍ୟ…

୫ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି…

ପୂର୍ବତନ ଭିଜିଲାନ୍ସ ଡିଏସ୍‌ପିଙ୍କୁ ୫ ଲକ୍ଷ ଜରିମାନା

ଭୁବନେଶ୍ୱର,୨୧।୭ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଭିଜିଲାନ୍ସର ବିଶ୍ୱସନୀୟତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆରସି)। ଭିଜିଲାନ୍ସ ଓ୍ବିଙ୍ଗ୍‌ର କେତେଜଣ ଅଧିକାରୀଙ୍କ ବିରୋଧରେ ମିଥ୍ୟା ମାମଲା ନେଇ ପ୍ରମାଣ ମିଳିବା ପରେ…

ଜେଡ୍‌କଲ୍‌-ଏନ୍‌ଏଚ୍‌ପିସି ଏମ୍‌ଓୟୁ ସ୍ବାକ୍ଷର

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟର ୧୨ ଜଳଭଣ୍ଡାରରେ ଭାସମାନ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯିିବ। ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏଥିରୁ ପ୍ରାୟ ୫୦୦ ମେଗାଓ୍ବାଟ୍‌ ଶକ୍ତି ଉତ୍ପାଦନ କରାଯାଇପାରିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୫୦୦ କୋଟି ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ…

ବଲିଉଡ୍‌ ଅଭିନେତା ବିକୁଛନ୍ତି ପରିବା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ବଲିଉଡ୍‌ରୁ ପରିବା ବିକ୍ରେତା। କରୋନା ଲୋକଙ୍କ ଜୀବନ ନେବା ସହ ଜୀବିକା ମଧ୍ୟ ବଦଳାଇ ଦେଇଛି। ପରିବାରର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି ବଲିଉଡ୍‌ରେ ଅଭିନୟ କରିଥିବା ଓଡ଼ିଆ ପୁଅ କାର୍ତ୍ତିକ ସାହୁ। ଘର କେନ୍ଦ୍ରାପଡ଼ା ଜିଲାର…

ଇ-ବାଣିଜ୍ୟ ସଂସ୍ଥା ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଦେଶରେ ଇ-ବାଣିଜ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାହକମାନେ ଅନ୍‌ଲାଇନ ଜରିଆରେ ମଗାଉଥିବା ସାମଗ୍ରୀ ଖରାପ ପଡ଼ିଲେ ସେହି ସଂସ୍ଥାଗୁଡ଼ିକ ବିରୋଧରେ ପୂର୍ବରୁ ଅଭିଯୋଗ କରିବାର କୌଣସି ଆଇନଗତ ବ୍ୟବସ୍ଥା ନ ଥିଲା। ତେଣୁ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ…

ପରଲୋକରେ ପୂର୍ବତନ ଓଡ଼ିଆ ଆଇଏଏସ୍‌ ଅଫିସର ପ୍ରିୟବ୍ରତ ପଟ୍ଟନାୟକ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଛି। ଲିଭର୍‌ କ୍ୟାନ୍‌ସରରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି।…

ନାଗଫାଶ’ରୁ ‘ଅଜାତି’ ଯାଏ ଅପରାଜେୟ ବିଜୟ

ବିଜୟ ମହାନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ପିଲାଠୁ ବୟସ୍କଙ୍କ ଯାଏ ତାଙ୍କୁ ଟେଲିଭିଜନ୍‌ରୁ ବଡ଼ ପରଦା ଯେଉଁଥିରେ ଦେଖିଲେ ଚିହିଁକି ଉଠିଥାଆନ୍ତି ଓ କହିଥାଆନ୍ତି ବିଜୟ ମହାନ୍ତି ଆସିଗଲେ। ଓଡ଼ିଆ ସିନେମାର ଅସ୍ମିତା କଥା ଯେତେବେଳେ ଯାଏ…

ଏଯାଏ ସୁଧୁରିନି ଜୀବନଜୀବିକା

କେନ୍ଦୁଝର, ୨୧ା୭(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଗରିବ ଓ ବନବାସୀ କରୋନା କଟକଣାରେ ପେଷି ହୋଇ ପଡ଼ିଛନ୍ତି। କଟକଣା କୋହଳ କରାଯାଉଥିଲେ ହେଁ ଉପଯୁକ୍ତ ଯାତାୟାତ ସୁବିଧା ନ ଥିବା ଏବଂ ପ୍ରଶାସନିକ ନିଷ୍ପତ୍ତି ବିଷୟରେ ଜାଣିପାରୁ ନ ଥିବା କାରଣରୁ ସେମାନଙ୍କ…

‘ପ୍ରତିଷ୍ଠା ହେଉ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର’

ବାଲେଶ୍ୱର ଅଫିସ,୨୧।୭- ବାଲେଶ୍ୱର ଜିଲାରେ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଦ୍ଧିଜୀବୀ ଏକାଠି ହୋଇଛନ୍ତି। ସୋମବାର ପୂର୍ବାହ୍ନରେ ସହରର ଚାନ୍ଦମାରି ପଡ଼ିଆ ସ୍ଥିତ ବରିଷ୍ଠ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀଙ୍କ ବାସଭବନରେ ସେମାନେ ଏକତ୍ରିତ ହୋଇ ବିରଳ ନୀଳରକ୍ତ କଙ୍କଡ଼ାର…

ହାତ ବାନ୍ଧିଛି ନିଅଣ୍ଟିଆ ବର୍ଷା

ବଇଣ୍ଡା, ୨୧ା୭(ଡି.ଏନ.ଏ.) – ଚଳିତବର୍ଷ ଭଲ ବର୍ଷାର ପୂର୍ବାନୁମାନ ନେଇ ଚାଷୀକୁଳ ଉତ୍ସାହିତ ଥିଲେ। ବିଲରେ ହଳ ବୁଲାଇବା ସହ ତଳି ମଧ୍ୟ ପକାଇଥିଲେ। ହେଲେ ହାତ ବାନ୍ଧିଦେଇଛି ନିଅଣ୍ଟିଆ ବର୍ଷା। କେଉଁଠି ପାଣି ଅଭାବରୁ ତଳି ବଢ଼ିପାରୁନି ତ ଆଉକେଉଁଠି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri