ନାଗଫାଶ’ରୁ ‘ଅଜାତି’ ଯାଏ ଅପରାଜେୟ ବିଜୟ

ବିଜୟ ମହାନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ପିଲାଠୁ ବୟସ୍କଙ୍କ ଯାଏ ତାଙ୍କୁ ଟେଲିଭିଜନ୍‌ରୁ ବଡ଼ ପରଦା ଯେଉଁଥିରେ ଦେଖିଲେ ଚିହିଁକି ଉଠିଥାଆନ୍ତି ଓ କହିଥାଆନ୍ତି ବିଜୟ ମହାନ୍ତି ଆସିଗଲେ। ଓଡ଼ିଆ ସିନେମାର ଅସ୍ମିତା କଥା ଯେତେବେଳେ ଯାଏ ଉଠୁଥିବ, ବିଜୟଙ୍କ ଅଭିନୟ ସ୍ମରଣୀୟ ରହିଥିବ। ଅଭିନେତା ହେବା ପାଇଁ ପିଲାଟି ଦିନୁ ଆଗ୍ରହ ତାଙ୍କୁ ନାୟକ, ଖଳନାୟକ ଓ ଚରିତ୍ର ପ୍ରତିଟି ପ୍ରଦର୍ଶନରେ ଶିଖରକୁ ଛୁଆଇଁ ଦେଇଛି। ଚରିତ୍ର ଛୋଟ କି ବଡ଼ କ’ଣ ମିଳିଛି ତାହା ତାଙ୍କ ପାଇଁ କିଛି ମାନେ ରଖେି ନାହିଁ। ସେଥିପାଇଁ ସେ ସବୁ ଚରିତ୍ରକୁ ପ୍ରସ୍ଫୁଟିତ କରିବା ପାଇଁ ସର୍ବଦା ପରୀକ୍ଷାନିରୀକ୍ଷା କରିଥାଆନ୍ତି। ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରୁ ଅଭିନୟରେ ପ୍ରଶିକ୍ଷିତ ବିଜୟ ଓଡ଼ିଶାର ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ବେଳେ ଛାତ୍ରଙ୍କୁ କଳାର ପୂଜାରୀ ହେବାକୁ ଶିକ୍ଷା ଦେଉଥିଲେ। ତାଙ୍କଠାରୁ ଅଭିନୟ କୌଶଳ ଆହରଣ କରିଥିବା ପ୍ରତିଟି ଛାତ୍ର ତାଙ୍କ ଅବର୍ତ୍ତମାନରେ ଶ୍ରଦ୍ଧାଞ୍ଜଳି ଦେବା ବେଳେ ଏତକ ମନ ପକାଉଥିବେ। ମଞ୍ଚ, ଟେଲିଭିଜନ, ବଡ଼ ପର୍ଦ୍ଦାରେ ଅଭିନୟ ଯୋଗୁ ପାଇଥିବା ଚଳଚ୍ଚିତ୍ର ସମ୍ମାନରେ ତାଙ୍କ ଯାତ୍ରା ସୀମିତ ରହି ନାହିଁ, ସାହିତ୍ୟ ରଚନାରେ ସୃଜନାତ୍ମକତା ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମଧ୍ୟ ଭୂଷିତ କରିଛି। ପୁସ୍ତକ ‘ଅଜାତି’ ପାଇଁ ବିଜୟଙ୍କୁ ଏହି ସମ୍ମାନ ମିଳିଛି। ଦର୍ଶକଙ୍କ କରତାଳି ତାଙ୍କୁ ଦେଇଛି ଅଜସ୍ର ଖ୍ୟାତି। ତାଙ୍କ ଜୀବନର ପ୍ରତିଟି ଅବଦାନକୁ ଓଡ଼ିଆ ଜାତି ଯୁଗଯୁଗ ପାଇଁ ଝୁରୁଥିବ…

 

ଅଭିନୟ ନିଶାକୁ ପେସା କରିଥିଲେ

ବିଜୟଙ୍କ ପିତା ବାରିପଦାରେ ଚାକିରି କରୁଥିବାରୁ ସେଠାରେ ତାଙ୍କର ଶିକ୍ଷାରମ୍ଭ ହୋଇଥିଲା। ମହାରାଜା କୃଷ୍ଣଚନ୍ଦ୍ର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢିବା ସମୟରେ ସ୍କୁଲ ବାର୍ଷିକ ଉତ୍ସବରେ ସେ ପ୍ରଥମଥର ପାଇଁ ଅଭିନୟ କରିଥିଲେ। ସେବେଠାରୁ ସେ ଅଭିନୟ ନିଶାରେ ପଡିଯାଇଥିଲେ। ମାଟ୍ରିକ ପାସ ପରେ ସେ ରାଜ୍ୟ ପରିବହନ ବିଭାଗରେ ଚାକିରି କରିଥିଲେ। ଚାକିରି ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ପାଠ ମଧ୍ୟ ପଢୁଥିଲେ। ପ୍ରଥମ ବର୍ଷରେ କଲେଜ ନାଟକରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ଏହାପରଠାରୁ କ୍ରମାଗତ ଭାବେ ବିଭିନ୍ନ ନାଟକରେ ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସାଙ୍ଗମାନଙ୍କୁ ନେଇ ‘ଯୁଗେଚ୍ଛା ନାଟ୍ୟ ସଂସ୍ଥା’ ନାମକ ଅନୁଷ୍ଠାନ ଗଢି ଅଧିକ ନାଟକ ମଞ୍ଚସ୍ଥ କରିଥିଲେ। ଅଭିନୟ ନିଶାକୁ ପେସାରେ ପରିଣତ କରିବାକୁ ସେ ଓଡ଼ିଶା ଓ ଚାକିରି ଛାଡ଼ି ନ୍ୟାଶନାଲ ସ୍କୁଲ୍‌ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡି)ରେ ଯୋଗଦେଇଥିଲେ। ସେଠାରେ ସେ ଜାତୀୟ ମେଧା ବୃତ୍ତି ମଧ୍ୟ ଲାଭ କରିଥିଲେ। ଏନ୍‌ଏସ୍‌ଡିରେ ପଢିବାବେଳେ ବଲିଉଡ୍‌ର ବିଶିଷ୍ଟ ଅଭିନେତା ନାସିରୁଦ୍ଦିନ ଶାହା, ରାଜ୍‌ ବବ୍ବର, ଓମ୍‌ପୁରୀ ତାଙ୍କ ସହପାଠୀ ଥିଲେ।

 

‘ନାଗଫାଶ’ର ଖଳନାୟକ
ଏନ୍‌ଏସ୍‌ଡିରେ ପଢୁଥିବା ସମୟରେ କାହାଣୀକାର ବସନ୍ତ ମହାପାତ୍ରଙ୍କ ଡାକରାରେ ‘ସଂକଳ୍ପ’ ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି କଟକ ଚାଲି ଆସିଥିଲେ। ମାତ୍ର ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ଏହାପରେ ୧୯୭୭ ଜାନୁୟାରୀ ୧୪ରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ସେହିବର୍ଷ ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ‘ଚିଲିକା ତୀରେ’ରେ ସେ ଅଭିନୟ କରିଥିଲେ। ‘ଚିଲିକା ତୀରେ’ ପ୍ରଥମ ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ ତାଙ୍କ ଅଭିନୀତ ‘ନାଗଫାଶ’ ପ୍ରଥମେ ମୁକ୍ତିଲାଭ କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ଚିଲିକା ତୀରେ’ ଜାତୀୟ ପୁରସ୍କାର ପାଇଥିଲା। ତେବେ ‘ନାଗଫାଶ’ର ଖଳନାୟକ ଚରିତ୍ର ତାଙ୍କୁ ଅଧିକ ଲୋକପ୍ରିୟ କରାଇଥିଲା ଓ ଏହାପରେ ତାଙ୍କୁ ଅଧିକ ଫିଲ୍ମ ମିଳିଥିଲା।
ବହୁମୁଖୀ ପ୍ରତିଭାଧାରୀ
ପ୍ରଥମେ ଖଳନାୟକ ଓ ତା’ପରେ ନାୟକ। ହାସ୍ୟ ଅଭିନେତା ଭାବେ ମଧ୍ୟ ବିଜୟ ମହାନ୍ତି ବେଶ୍‌ ଲୋକପ୍ରିୟ ହୋଇଥିଲେ। ୧୯୮୩ର କାବେରୀ ଚଳଚ୍ଚିତ୍ରରେ ବିଜୟଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହାପରେ ବହୁ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଆସି ବହୁମୁଖୀ ଅଭିନୟ ଦକ୍ଷତାର ପରିଚୟ ଦେଇଥିଲେ। ଫିଲ୍ମକୁ ଆସିବାପରେ ମଞ୍ଚକୁ କିନ୍ତୁ ସେ ଭୁଲି ନ ଥିଲେ। ସମାନ୍ତରାଳଭାବେ ନାଟ୍ୟ ଜଗତରେ ନିଜ ଉପସ୍ଥିତି ଜାହିର କରିଥିଲେ। ବହୁ ନାଟକରେ ଅଭିନୟ କରିବାସହ ନିର୍ଦ୍ଦେଶନା ଦେଇଥିଲେ। ଦୂରଦର୍ଶନରେ ଅନେକ ନାଟକ ଓ ଧାରାବାହିକରେ ମଧ୍ୟ ସେ ଅଭିନୟ କରିଥିଲେ। ତେବେ ୧୯୮୭ରେ ‘ଭୁଲି ହୁଏନା’ ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ। ଏହା ସେତେଟା ସଫଳ ନ ହେବାରୁ ଗୋଟିଏ ଫିଲ୍ମ ପରେ ସେ ଆଉ ନିର୍ଦ୍ଦେଶନା ଦେଇ ନ ଥିଲେ। କେବଳ ସେତିକି ନୁହେଁ, ଏହାସହ ସେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଥିଲେ। ୨୦୦୯ରେ ‘ଅଜାତି’ ପୁସ୍ତକ ପାଇଁ ବିଜୟ ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲେ।

ଶେଷ ଫିଲ୍ମ ଥିଲା ‘ଫ୍ରମ୍‌ ମି ଟୁ ୟୁ’
‘ଚିଲିକା ତୀରେ’ରୁ ଆରମ୍ଭ ହୋଇଥିବା ବିଜୟଙ୍କ ଚଳଚ୍ଚିତ୍ର ଅଭିନୟ ଯାତ୍ରା ‘ଫ୍ରମ୍‌ ମି ଟୁ ୟୁ’ରେ ଶେଷ ହୋଇଥିଲା। ହେମନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏହାପୂର୍ବରୁ ୨୦୧୯ରେ ତାଙ୍କ ଅଭିନୀତ ‘ସେଲ୍‌ଫିସ୍‌ ଦିଲ୍‌’ ଓ ‘ଗୋଲ୍‌ ମାଲ୍‌ ଲଭ୍‌’ ପରଦାକୁ ଆସିଥିଲା। ଜୀବନର ଶେଷ ଆଡ଼କୁ ସେ ରାଜନୀତିରେ ପାଦ ଦେଇଥିଲେ। ୨୦୧୪ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ସେହିବର୍ଷ ଲୋକସଭା ନିର୍ବାଚନରେ ସେ ଭୁବନେଶ୍ୱରରୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ଏହାର କିଛିବର୍ଷ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ।

 

ପିଲାଦିନରୁ ତାଙ୍କ ସହ ବଢିଛି
ବିଜୟ ମହାନ୍ତିଙ୍କ ଦେହ ବହୁତ ଖରାପ ଥିବା ସନ୍ଧ୍ୟାରେ ଖବର ପାଇଲି। ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଥିଲି। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ମୃତ୍ୟୁ ଖବର ପାଇ ମୁଁ ମର୍ମାହତ। ପିଲା ଦିନରୁ ତାଙ୍କ ସହିତ ବଢିଛି। ସେ କେବଳ ଜଣେ କଳାକାର ନ ଥିଲେ, ନିର୍ଦ୍ଦେଶକ ଓ ନାଟ୍ୟକାର ବି ଥିଲେ। ଓଡ଼ିଶାରେ ଆଉ ତାଙ୍କ ଭଳି ଜଣେ କଳାକାର ଜନ୍ମ ହେବା କଷ୍ଟକର। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି। – ଉତ୍ତମ ମହାନ୍ତି, ଅଭିନେତା
ନୂଆ ପିଢ଼ି କଳାକାର ତାଙ୍କଠୁ ଅନେକ ଶିଖିଛି
ବିଜୟ ମହାନ୍ତିଙ୍କ ବଳିଷ୍ଠ ଅଭିନୟ ଆଗରେ ବୟସ ମଧ୍ୟ ହାର ମାନିଥିଲା। ସେ ଜଣେ ଅଭିନେତା ନ ଥିଲେ, ଏକ ଅନୁଷ୍ଠାନ ଥିଲେ। ତାଙ୍କ ଦ୍ୱାରା ଅନେକ କଳାକାର ସୃଷ୍ଟି ହୋଇଛନ୍ତି। ଚଳଚ୍ଚିତ୍ର ଜଗତକୁ ଆସିବା ଦିନଠାରୁ ତାଙ୍କୁ ଗୁରୁଭାବେ ଗ୍ରହଣ କରିଥିଲି। ଆଜି ଓଡ଼ିଶା ଜଣେ କଳାକାରଙ୍କୁ ହରାଇନି, ଜଣେ ଭଲ ମଣିଷଙ୍କୁ ହରାଇଛି। ଶୁଟିଂ ସେଟ୍‌ରେ ସେ ସମସ୍ତଙ୍କୁ ସହଯୋଗ କରୁଥିଲେ। ନୂଆପିଢ଼ିର କଳାକାରଙ୍କୁ ସେ ଅନେକ କିଛି ଶିଖାଉଥିଲେ। ତାଙ୍କର ଦେହାନ୍ତ ଖବରକୁ ମୁଁ ଏବେ ବି ବିଶ୍ୱାସ କରିପାରୁନି। – ସିଦ୍ଧାନ୍ତ ମହାପାତ୍ର, ଅଭିନେତା
ଗର୍ବ, ଅହଙ୍କାରଠୁ ଥିଲେ ବହୁ ଦୂରରେ
ବିଜୟ ମହାନ୍ତିଙ୍କ ଭଳି ଜଣେ ଦକ୍ଷ ଅଭିନେତାଙ୍କ ଦେହାନ୍ତ ପରେ ଏକ ଯୁଗର ଅବସାନ ଘଟିଛି। ଜଣେ ବଳିଷ୍ଠ ଅଭିନେତା ଏତେଶୀଘ୍ର ସମସ୍ତଙ୍କୁ ଛାଡ଼ି ଚାଲିଯିବେ ବୋଲି କେହି ଭାବି ନ ଥିଲେ। ୪ ଦିନ ତଳେ ତାଙ୍କୁ ଜ୍ୱର ହେବାରୁ ମୁଁ ତାଙ୍କ ଘରକୁ ଯାଇଥିଲି। ଶୀଘ୍ର ଭଲ ହୋଇ ପୁଣି ଥରେ ଅଭିନୟ ଦୁନିଆକୁ ଫେରିବେ ବୋଲି ଆଶା ଥିଲା। ହେଲେ ସେ ଆଶା ଆଜି ଅଧାରେ ରହିଯାଇଛି। ଏତେବଡ଼ କଳାକାର ହୋଇ ମଧ୍ୟ ଗର୍ବ, ଅହଂକାରଠାରୁ ସେ ବହୁ ଦୂରରେ ଥିଲେ। ତାଙ୍କ ଭଳି ଅଭିନେତା ଓଡ଼ିଶା ଚଳଚ୍ଚିତ୍ର ଜଗତରେ ନାହାନ୍ତି। – ଶ୍ରୀତମ୍‌ ଦାସ, ସଭାପତି, ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏଶନ୍‌
ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ
ବିଜୟ ମହାନ୍ତିଙ୍କ ଭଳି ଅଭିନେତାଙ୍କ ଅକାଳ ବିୟୋଗ କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ, ସାରା ଓଡ଼ିଶାବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ସେ ମୋତେ ନିଜ ପୁଅ ଭଳି ଭଲପାଆନ୍ତି। ଆଜି ତାଙ୍କ ବିୟୋଗକୁ ଗ୍ରହଣ କରିପାରୁନି। ତାଙ୍କ ସ୍ଥାନ କେହି ବି ନେଇପାରିବେ ନାହିଁ। ସେ ପ୍ରତି କଳାକାରଙ୍କ ହୃଦୟରେ ସର୍ବଦା ରହିଥିବେ ଓ ଗଢିଯାଇଥିବା ଛାତ୍ରୀଛାତ୍ର ସର୍ବଦା ତାଙ୍କୁ ଗୁରୁ କରି ରଖିବେ। ଓଡ଼ିଶା ମାଟି ତାଙ୍କୁ ସବୁବେଳେ ଝୁରିବ। – ଆକାଶ ଦାସ ନାୟକ, ଅଭିନେତା
ସେ ଥିଲେ ଏକ ବ୍ରାଣ୍ଡ୍‌
ବିଜୟ ମହାନ୍ତି ଆଉ ନାହାନ୍ତି ସତ, ହେଲେ ତାଙ୍କ ବଳିଷ୍ଠ ଅଭିନୟର ଛାପ ସେ ଛାଡ଼ିଯାଇଛନ୍ତି। ପ୍ରତ୍ୟେକ ଚରିତ୍ରରେ ସେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଥିଲେ। ବିଜୟ ଭାଇଭାବେ ସେ ଇଣ୍ଡଷ୍ଟ୍ରିରେ ପରିଚିତ ଥିଲେ। ୩ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ରାଜ୍‌ କରିଥିଲେ। କେବଳ ଜଣେ କଳାକାର ନୁହେଁ, ସେ ଏକ ବ୍ରାଣ୍ଡ୍‌ ଥିଲେ। ସବୁ ଚରିତ୍ରରେ ଅଭିନୟ ପାଇଁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କର ସେ ପ୍ରଥମ ପସନ୍ଦ ଥିଲେ। – ଦିଲ୍ଲୀପ ହାଲି, ସିନେ ସମୀକ୍ଷକ

 

ବିଭିନ୍ନ ଭୂମିକାରେ

 


Enter your email to get our daily news in your inbox.

All Right Reserved By Dharitri.Com

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ…

ବାତ୍ୟା ଆଶଙ୍କା: ୫ IASଙ୍କୁ ମିଳିଲା ପରିଚାଳନା ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

ଭୁବନେଶ୍ୱର,୨୫ା୧୦: ସମ୍ଭାବ୍ୟ ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ସଫଳ ପରିଚାଳନା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବାତ୍ୟା ଯୋଗୁ ଅଧିକ ପ୍ରଭାବିତ…

ଘର ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ୨୦ ଭରି ସୁନା ଅଳଙ୍କାର ସହ ସ୍କୁଟି

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ଓ୍ବାର୍ଡ ପୁଞ୍ଜିକୟଁା ଛକ ବିଷଧର ନଗରରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବରଙ୍କ ଘର ଗ୍ରୀଲ୍‌…

ପ୍ରାକୃତିକ ବିପର୍ଯ୍ୟୟରେ ମହିଳାଙ୍କ ସୁରକ୍ଷା ଓ ଅନ୍ତର୍ଭୁକ୍ତୀକରଣ ଉପରେ କର୍ମଶାଳା

ଭଞ୍ଜନଗର, ୨୫ା୧୦ (ବାବୁଲା ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?