ରାଜ୍ୟ

ପୁଣି ରାଜ୍ୟରେ ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୫୭ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ କରୋନା…

CORONAVIRUS UPDATE: ରାଜ୍ୟରେ ୨୨୭୫ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଆଗରେ ଥିଲେ ବି କମିଛି ସଂଖ୍ୟା

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୨୭୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫୬୯୩୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୮…

ଶିକ୍ଷାନୁଷ୍ଠାନର ୫କି.ମି. ମଧ୍ୟରେ ହେବ ଡିଇଏଲ୍‌ଇଡି ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): କରୋନା ପାଇଁ ଚଳିତ ବର୍ଷ ଡିଇଏଲ୍‌ଇଡି (ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ) ପରୀକ୍ଷାର୍ଥୀମାନେ ବାସସ୍ଥାନରୁ ଦୂରରେ ରହି ପରୀକ୍ଷା ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ସେମାନେ ପାଠ ପଢ଼ୁଥିବା ଡିଆଇଇଟି/ଇଟିଇଆଇ/ଡିଆର୍‌ସି ଆଦି ଶିକ୍ଷା ପ୍ରତିଷ୍ଠାନ ସେମାନଙ୍କ ଘରଠାରୁ ବହୁ…

ଜବାବ ଦାଖଲ ପାଇଁ ଅନୁଭବଙ୍କୁ ନୋଟିସ

କଟକ ଅଫିସ,୧୩।୧୦: ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦକୁ ନେଇ କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ଏକ ମାମଲା ଚାଲିଛି। ଭରଣପୋଷଣ ଦାବିରେ ବର୍ଷାଙ୍କ ପକ୍ଷରୁ ଉକ୍ତ ମାମଲା…

ସାଢେ ୪ ଫୁଟ ଉଚ୍ଚ ସିଂହ ମୂର୍ତ୍ତି ଗଢୁଛନ୍ତି ଅଶୋକ

ପୁରୀ ଅଫିସ, ୧୩।୧୦: ଶାରଦୀୟ ଦୁର୍ଗାପୂଜାରେ କାକଟପୁରର ଅଧିଷ୍ଠାତ୍ରୀ ଠାକୁରାଣୀ ମା’ ମଙ୍ଗଳାଙ୍କ ସିଂହବାହିନୀ ବେଶ ପାଇଁ ପୁରୀରେ ଚାଲିଛି ସିଂହ ମୂର୍ତ୍ତି ନିର୍ମାଣ। ପଥୁରିଆ ସାହିର ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ଅଶୋକ କୁମାର ମହାପାତ୍ର ଏହି ମୂର୍ତ୍ତି ନିର୍ମାଣ କରୁଛନ୍ତି।…

ଭାଷା ଆଇନ ସମ୍ପର୍କରେ ଅବଗତ ନୁହନ୍ତି ଲୋକେ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ସରକାରୀ କାର୍ଯ୍ୟରେ ଏପର୍ଯ୍ୟନ୍ତ ଓଡ଼ିଆ ଭାଷାର ସମ୍ପୂର୍ଣ୍ଣ ବ୍ୟବହାର କରାଯାଉନାହିଁ। ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଥିବା ନେଇ ବୁଦ୍ଧିଜୀବୀମାନେ ବାରମ୍ବାର ମତବ୍ୟକ୍ତ କରିଥିବାବେଳେ ସରକାର କେବଳ ଆଇନ ଆଣିଦେଇ ଚୁପ୍‌ ବସିଛନ୍ତି। ବଡ଼କଥା ହେଲା, ଓଡ଼ିଶା ସରକାରୀ ଭାଷା ଅଧିନିୟମ…

ମିଠାଦୋକାନୀଙ୍କୁ ହତ୍ୟା ପଛରେ ସୁପାରି

ଭୁବନେଶ୍ୱର,୧୩।୧୦(ବ୍ୟୁରୋ):  ଭୁବନେଶ୍ୱର ସାମନ୍ତରାପୁର ଛକରେ ମିଠା ଦୋକାନୀ ପ୍ରଭାକର ବେହେରାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ହତ୍ୟା ପଛରେ ସୁପାରି କିଲରଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ମୁଖ୍ୟ ଅଭିଯୁକ୍ତ ତଥା ଦୁଇ ସୁପାରି କିଲରଙ୍କୁ ସ୍ପେଶାଲ ସ୍କ୍ବାଡ୍‌…

ସିଏଜି ରିପୋର୍ଟ ନେଇ ସରକାରଙ୍କ ଉପରେ ବର୍ଷିଲା ଭାଜପା

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ବିଭାଗ ଅର୍ଥ ହେରଫେର କରିଛନ୍ତି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ା ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିବାରେ ବିଳମ୍ବ ହୋଇଥିବାରୁ ୨୦୧୬-୧୭ ଏବଂ ୨୦୧୮-୧୯ରେ ୪୫,୩୪୦ କୋଟି ଏବଂ ୨୯,୧୩୮ କୋଟି ଟଙ୍କାର…

ଓଜେଇଇ ଆରମ୍ଭ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହୋଇଛି। କରୋନା ପାଇଁ ଏଥର ଓଜେଇଇ ଅହେତୁକ ବିଳମ୍ବରେ ହୋଇଛି। ତେବେ ପ୍ରଥମ ଦିନରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ଓଡ଼ିଶାର ୨୧ ସହରର ୫୦ଟି…

‘କାର୍ତ୍ତିକ ଶେଷ ଯାଏ ଦର୍ଶନ ବନ୍ଦ ରହୁ’

ପୁରୀ ଅଫିସ,୧୩।୧୦: କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ମାତ୍ର ରାଜ୍ୟର ବିଭିନ୍ନ ଧାର୍ମିିକସ୍ଥଳୀ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଖୋଲିବା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ…

୨୨ରେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ):ରାଜ୍ୟରେ ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ପାଇଁ ସୋମବାର ଆଉଏକ ତାଲିକା ପ୍ରକାଶ ପାଇଛି। ଯୁକ୍ତ୩ ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ରମାନେ ଅକ୍ଟୋବର ୧୭ ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ଦ୍ୱିତୀୟ ପର୍ଯ୍ୟାୟ…

ବିଜେଡି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ):  ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଜନ୍ମଦିନ ପାଳନ ବେଳେ ଜନଗହଳି କରି ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ଉଲ୍ଲଂଘନ ଅଭିଯୋଗରେ ବିଏମ୍‌ସି ତାଙ୍କ କାର୍ଯ୍ୟାଳୟକୁ ସିଲ୍‌ କରିଛି। ଏହି ଘଟଣାକୁ ନେଇ ଅପରାଜିତା ବିଜେଡି ନେତାଙ୍କ ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri